ହାଥରସ ଘଟଣା ପରେ ମହିଳାଙ୍କ ସୁରକ୍ଷା ନେଇ କେନ୍ଦ୍ର ଜାରି କଲା ନୂଆ ଗାଇଡ୍ ଲାଇନ୍
ନୂଆଦିଲ୍ଲୀ: ହାଥରସ ଘଟଣା ପରେ ମହିଳାଙ୍କ ସୁରକ୍ଷା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଉଭୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ମହିଳାଙ୍କ ବିରୋଧରେ ଆସୁଥିବା ଅପରାଧିକ ମାମଲାର ସଠିକ୍ ତଦନ୍ତ କରିବା ଏବଂ ଅବହେଳା ନକରିବା ପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଛି। ଗାଇଡଲାଇନରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ଭାରତୀୟ ଦଣ୍ଡବିଧି ସଂହିତା ଧାରା 166 (A) ଏଫଆଇଆର ରେଜିଷ୍ଟ୍ରେସନ୍ ନ ହେଲେ ପୁଲିସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସିଆରପିସିର ଧାରା 173 ଦୁଷ୍କର୍ମ ମାମଲାରେ ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରିବା ଦରକାର।
Ministry of Home Affairs issues advisory to States and Union Territories for ensuring mandatory action by police in cases of crime against women. pic.twitter.com/dx1sQmzXLW
— ANI (@ANI) October 10, 2020
ସେହିପରି ଗାଇଡଲାଇନରେ କୁହାଯାଇଛି ଯେ ଦୁଷ୍କର୍ମ ମାମଲାରେ ଘଟଣାର ଚବିଶ ଘଣ୍ଟା ମଧ୍ୟରେ ଫୋରେନସିକ୍ ନମୁନା ନିଆଯିବ। ଏହି ମାମଲାରେ ପୀଡ଼ିତାଙ୍କ ଦ୍ୱାରା ଲିଖିତ କିମ୍ବା ଅଡିଓ/ଭିଡିଓ ପ୍ରତିକ୍ରିୟା ପ୍ରାସଙ୍ଗିକ ହୋଇଥିଲେ ଗ୍ରହଣ କରାଯିବା
ଯଦି ମହିଳାଙ୍କ ବିରୋଧରେ ଆସିଥିବା ଅପରାଧରେ କୌଣସି ତ୍ରୁଟି ଥାଏ, ତେବେ ଏହି ମାମଲାରେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଯୌନ ନିର୍ଯାତନା ମାମଲାରେ ଏଫ୍ଆଇଆର୍ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଗୃହ ମନ୍ତ୍ରଣାଳୟ କହିଛି।
ରାଜ୍ୟ ସରକାରଙ୍କୁ କୁହାଯାଇଛି ଯେ, ଯଦି ମହିଳାଙ୍କ ବିରୋଧରେ ଆସିଥିବା ଅପରାଧ ପୁଲିସ ଷ୍ଟେସନ ଅଧୀନରେ ଅଛି, ତେବେ ଏକ ‘ଜୀରୋ ଏଫଆଇଆର’ ରୁଜୁ ହେବା ଉଚିତ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।