ଅଶାନ୍ତ ହଂକଂ, ବିମାନବନ୍ଦରରେ ଚେକ୍‌ ଇନ୍‌ ବାତିଲ

ହଂକଂ: ହଂକଂରେ ବିଦ୍ରୋହୀମାନେ ସ୍ଥାନୀୟ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭିଡ଼ ଜମାଇବାକୁ ଆରମ୍ଭ କରିଥିବାରୁ ବିମାନ ଚେକ୍‌ ଇନ୍‌ ସେବା ବାତିଲ କରିଦିଆଯାଇଛି। ବିଦ୍ରୋହୀମାନେ ସରକାର ବିରୋଧୀ ନାରାବାଜି କରୁଥିବା ଦେଖିବାକୁ ମିଳୁଛି। ଆଜି ବିମାନବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ ଅବତରଣ କରିବାକୁ ଥିବା ଏବଂ ଏଠାରୁ ଉଡ଼ାଣ ଭରିବାକୁ ଥିବା ସମସ୍ତ ବିମାନ ବାତିଲ କରିଛନ୍ତି। ସ୍ଥାନୀୟ ସମୟ ୪.୩୦ ପରଠାରୁ ଏସବୁ ବିମାନ ବାତିଲ କରାଯାଇଛି। ଏସିଆର ଅର୍ଥନୈତିକ ପେଣ୍ଠସ୍ଥଳ କୁହାଯାଉଥିବା ହଂକଂରେ ଏବେ ଭୟଙ୍କର […]

hong-kong

Subrat Kumar Nayak
  • Published: Tuesday, 13 August 2019
  • , Updated: 13 August 2019, 06:06 PM IST

ହଂକଂ: ହଂକଂରେ ବିଦ୍ରୋହୀମାନେ ସ୍ଥାନୀୟ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭିଡ଼ ଜମାଇବାକୁ ଆରମ୍ଭ କରିଥିବାରୁ ବିମାନ ଚେକ୍‌ ଇନ୍‌ ସେବା ବାତିଲ କରିଦିଆଯାଇଛି। ବିଦ୍ରୋହୀମାନେ ସରକାର ବିରୋଧୀ ନାରାବାଜି କରୁଥିବା ଦେଖିବାକୁ ମିଳୁଛି। ଆଜି ବିମାନବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ ଅବତରଣ କରିବାକୁ ଥିବା ଏବଂ ଏଠାରୁ ଉଡ଼ାଣ ଭରିବାକୁ ଥିବା ସମସ୍ତ ବିମାନ ବାତିଲ କରିଛନ୍ତି। ସ୍ଥାନୀୟ ସମୟ ୪.୩୦ ପରଠାରୁ ଏସବୁ ବିମାନ ବାତିଲ କରାଯାଇଛି।

ଏସିଆର ଅର୍ଥନୈତିକ ପେଣ୍ଠସ୍ଥଳ କୁହାଯାଉଥିବା ହଂକଂରେ ଏବେ ଭୟଙ୍କର ରାଜନୀତିକ ସଙ୍କଟ ଦେଖାଦେଇଛି। ଏହା ଚାଇନା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ କିଛି ଦିନ ତଳେ ବିଦ୍ରୋହୀମାନେ ସଂସଦରେ ଧସେଇ ପଶିଥିଲେ। ବର୍ତ୍ତମାନର ଚାଇନା ଶାସନଠାରୁ ବ୍ରିଟିଶ୍‌ ବେଳର ଶାସନ ବରଂ ଭଲ ଥିଲା ବୋଲି ସେମାନେ କହିଛନ୍ତି।

Related story