‘ଜାନୁଆରୀ ୪ ବୈଠକ ସଫଳ ନହେଲେ ମଲ୍, ପେଟ୍ରୋଲ୍ ପମ୍ପ ଆଗରେ ଧାରଣା’

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ୩୭ ଦିନରେ ପହଞ୍ଚିଛି। ଜାନୁଆରୀ ୪ରେ ଚାଷୀ ସଂଘ ସହିତ ସରକାର ବୈଠକ କରିବାକୁ ଯାଉଛନ୍ତି। ଯାହାକି ଅନ୍ତିମ ବୈଠକ ହେବ ବୋଲି ସରକାର କହିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଖବର ସରବରାବ ସଂସ୍ଥା ପିଟିଆକୁ ପ୍ରତିକ୍ରିୟାରେ କହିଛନ୍ତି, “ଜାନୁଆରୀ ୪ରେ ଚାଷୀ ସଂଗଠନ ସହ ସପ୍ତମ ପର୍ଯ୍ୟାୟ ବୈଠକ ହେବ। ଏହା ସକାରାତ୍ମକ ରହିବ ବୋଲି ଆଶା ରହିଛି। ମୁଁ […]

FARMER-STRIKE

Subhransu Sekhar
  • Published: Friday, 01 January 2021
  • , Updated: 01 January 2021, 10:17 PM IST

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ୩୭ ଦିନରେ ପହଞ୍ଚିଛି। ଜାନୁଆରୀ ୪ରେ ଚାଷୀ ସଂଘ ସହିତ ସରକାର ବୈଠକ କରିବାକୁ ଯାଉଛନ୍ତି। ଯାହାକି ଅନ୍ତିମ ବୈଠକ ହେବ ବୋଲି ସରକାର କହିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଖବର ସରବରାବ ସଂସ୍ଥା ପିଟିଆକୁ ପ୍ରତିକ୍ରିୟାରେ କହିଛନ୍ତି, "ଜାନୁଆରୀ ୪ରେ ଚାଷୀ ସଂଗଠନ ସହ ସପ୍ତମ ପର୍ଯ୍ୟାୟ ବୈଠକ ହେବ। ଏହା ସକାରାତ୍ମକ ରହିବ ବୋଲି ଆଶା ରହିଛି। ମୁଁ ଜ୍ୟୋତିର୍ବିଦ୍ ନୁହେଁ ତେଣୁ ସଫଳ ହେବ ବୋଲି ଦୃଢ଼ୋକ୍ତ ପ୍ରକାଶ କରିପାରିବିନି"।

https://twitter.com/PTI_News/status/1345009299806830592?s=20

ସରକାରଙ୍କ ସହ ଆଗାମୀ ବୈଠକ ନେଇ ଆଜି ଚାଷୀ ସଂଘ ବୈଠକ କରିଥିଲେ। ଏହାପରେ ସାମ୍ୱାଦିକ ସମ୍ମିଳୀନ କରି କହିଛନ୍ତି, ଯଦି ସରକାର ଜାନୁଆରୀ ୪ରେ ଆମ ସପକ୍ଷରେ ନିଷ୍ପତ୍ତି ନ ନିଅନ୍ତି ତେବେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ। ଏପର୍ଯ୍ୟନ୍ତ ମୁଖ୍ୟ ପ୍ରସଙ୍ଗ ଉପରେ ସରକାର ଆଲୋଚନା କରି ନାହାନ୍ତି।

ସେହିପରି ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ସ୍ୱରାଜ ଇଣ୍ଡିଆର ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ହରିଆଣା-ରାଜସ୍ଥାନ ସୀମାରେ ଶାହାଜାହାନପୁରରେ ଆନ୍ଦୋଳନରେ ବସିଥିବା ଚାଷୀ ଆଗାମୀ ଦିନରେ ରାଜଧାନୀ ମୁହାଁ ଯିବେ। ଆଉ ଜଣେ ଚାଷୀ ନେତା ଯୁଧିଷ୍ଠିର ସିଂ କହିଛନ୍ତି ଯେ ଯଦି ପରବର୍ତ୍ତୀ ବୈଠକରେ ଆଲୋଚନା ସଫଳ ନହେଲେ ଟ୍ରାକ୍ଟର ରାଲି ହେବ। ଏମିତିକି ହରିଆଣାର ପେଟ୍ରୋଲ ପମ୍ପ ଏବଂ ସପିଂ ମଲ ବନ୍ଦ ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

Related story