ବିୟର ତିଆରି କରୁଥିବା କମ୍ପାନୀ ମନ ଇଚ୍ଛା ଦର ବଢ଼ାଉଛନ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଯଦି ଆପଣ ବିୟର ପିଇବା ନେଇ ରୁଚି ରଖୁଥିବେ ତାହେଲେ କିଣିବା ପୂର୍ବରୁ ନିଶ୍ଚିତ ଭାବରେ ବୋଟଲର ଏମଆରପି ଦେଖିଥିବେ। ଆପଣ ଭାବୁଥିବେ ବିୟରର ପରିମାଣ ଏବଂ ଦାମ ଠିକ୍ ଅଛି ନହେଲେ ଅଳ୍ପ ବହୁତ ରହିଛି। କିନ୍ତୁ କମ୍ପିଟଶନ କମିଶନ ଅଫ୍ ଇଣ୍ଡିଆ (ସିସିଆଇ) ଏକ ବଡ଼ ଖୁଲାସା କରିଛି। ସିସିଆଇ ଅନୁଯାୟୀ, ବିୟର ତିଆରି କରୁଥିବା କମ୍ପାନୀ କାର୍ଲସବର୍ଗ, ସବମିଲର୍ ଏବଂ ୟୁନାଇଟେଡ୍ ବ୍ରାଭରେଜ୍ ଭଳି କମ୍ପାନୀ ଏକାଠି ହୋଇ ୧୧ ବର୍ଷ […]

beer

Subhransu Sekhar
  • Published: Friday, 11 December 2020
  • , Updated: 11 December 2020, 11:08 PM IST

ନୂଆଦିଲ୍ଲୀ: ଯଦି ଆପଣ ବିୟର ପିଇବା ନେଇ ରୁଚି ରଖୁଥିବେ ତାହେଲେ କିଣିବା ପୂର୍ବରୁ ନିଶ୍ଚିତ ଭାବରେ ବୋଟଲର ଏମଆରପି ଦେଖିଥିବେ। ଆପଣ ଭାବୁଥିବେ ବିୟରର ପରିମାଣ ଏବଂ ଦାମ ଠିକ୍ ଅଛି ନହେଲେ ଅଳ୍ପ ବହୁତ ରହିଛି। କିନ୍ତୁ କମ୍ପିଟଶନ କମିଶନ ଅଫ୍ ଇଣ୍ଡିଆ (ସିସିଆଇ) ଏକ ବଡ଼ ଖୁଲାସା କରିଛି। ସିସିଆଇ ଅନୁଯାୟୀ, ବିୟର ତିଆରି କରୁଥିବା କମ୍ପାନୀ କାର୍ଲସବର୍ଗ, ସବମିଲର୍ ଏବଂ ୟୁନାଇଟେଡ୍ ବ୍ରାଭରେଜ୍ ଭଳି କମ୍ପାନୀ ଏକାଠି ହୋଇ ୧୧ ବର୍ଷ ପାଇଁ ଦର ସ୍ଥିର କରିଛନ୍ତି।

ଦେଶରେ ୭ ବିଲିୟନ ଡଲାର ବିୟର ବଜାର ରହିଛି। ସେଥିମଧ୍ୟରୁ ଏହି ତିନି କମ୍ପାନୀର ୮୮ ପ୍ରତିଶତ ଅଂଶ ରହିଛି। ଅର୍ଥାତ୍ ବିୟର ବଜାର ଏବେ ଏମାନଙ୍କ ଦଖଲରେ। ୨୦୧୮ରେ ସିସିଆଇ ମଧ୍ୟ ଏହି କମ୍ପାନୀଗୁଡିକ ଉପରେ ଚଢ଼ାଉ କରିଥିଲା।

ରିପୋର୍ଟ ଅନୁଯାୟୀ, ହ୍ୱାଟସଆପରେ ଏହି ତିନି କମ୍ପାନୀର ବଡ଼ ବଡ଼ ଅଧିକାରୀ ଏକାଠି ହୋଇ ଏକ ବୈଠକ କରିଥିଲେ। ଗ୍ରୁପରେ ଚାଟିଂ କରିବା ବେଳେ ନିଜ ନିଜର ମତ ରଖିଥିଲେ। ଆଉ ସମସ୍ତଙ୍କୁ ଏ ବାବଦରେ ନିରବ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା ବୋଲି ଅଭିଯୋଗ ରହିଥିବା ସିସିଆଇ କହିଛି। ଦର ବଢ଼ିବା ନେଇ ଏହି କମ୍ପାନୀଗୁଡିକ ଅଲ୍ ଇଣ୍ଡିଆ ବେଭରେଜ୍ ଆସୋସିଏସନକୁ ଏକ ସାଧାରଣ ପ୍ଲାଟଫର୍ମ ଭାବରେ ବ୍ୟବହାର କରିଥିଲେ ବୋଲି ଅଭିଯୋଗ ରହିଛି।

ସିସିଆଇ ଏବେ ଏ ନେଇ ତଦନ୍ତ କରୁଛି ବୋଲି କହିଛି। ଯଦି ଅଭିଯୋଗ ପ୍ରମାଣିତ ହୁଏ ତେବେ ଏହି କମ୍ପାନୀଗୁଡିକୁ ୨୫ କୋଟିରୁ ଅଧିକ ଜୋରିମାନା କରାଯାଇପାରେ। ଏହି ତିନି କମ୍ପାନୀ କିନ୍ତୁ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି।

Related story