ବିଶ୍ୱ ନେତାଙ୍କୁ ଚେତାବନୀ ଦେଲେ ୧୬ ବର୍ଷ ବୟସ୍କା ଯୁବତୀ

ନ୍ୟୁୟର୍କ: ଜଳବାୟୁ ପରିବର୍ତ୍ତନ ଉପରେ ଜାତିସଂଘରେ ଅଭିଭାଷଣ ରଖି ବିଶ୍ୱର ପ୍ରମୁଖ ନେତାଙ୍କୁ ଚେତାବନୀ ଦେଇଛନ୍ତି ୧୬ ବର୍ଷ ବୟସ୍କା ସ୍ୱିଡେନର ଝିଅ ଗ୍ରେଟା ଥନବର୍ଗ। ସ୍ୱିଡେନର ଏହି ଝିଅ ଜଳବାୟୁ ପରିବର୍ତ୍ତନ ଉପରେ କାମ କରି ଏବେ ବିଶ୍ୱର ଯୁବପିଢ଼ିଙ୍କ ଚେହେରା ପାଲଟିଛନ୍ତି। ଜାତିସଂଘର ମହାସଚିବ ଏଣ୍ଟିନିୟୋ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଦେଶର ପ୍ରମୁଖ ନେତାଙ୍କ ଆଗରେ ଜଳବାୟୁ ପରିବର୍ତ୍ତନ ନେଇ ସେ ହୃଦବୋଧ କରିଥିବା ସମସ୍ତ କଥା ନିଜର ଅଭିଭାଷଣରେ ରଖିଥିଲେ। […]

Greta Thunberg Thunders At UN Climate Summit

Subhransu Sekhar
  • Published: Tuesday, 24 September 2019
  • , Updated: 24 September 2019, 01:11 PM IST

ନ୍ୟୁୟର୍କ: ଜଳବାୟୁ ପରିବର୍ତ୍ତନ ଉପରେ ଜାତିସଂଘରେ ଅଭିଭାଷଣ ରଖି ବିଶ୍ୱର ପ୍ରମୁଖ ନେତାଙ୍କୁ ଚେତାବନୀ ଦେଇଛନ୍ତି ୧୬ ବର୍ଷ ବୟସ୍କା ସ୍ୱିଡେନର ଝିଅ ଗ୍ରେଟା ଥନବର୍ଗ। ସ୍ୱିଡେନର ଏହି ଝିଅ ଜଳବାୟୁ ପରିବର୍ତ୍ତନ ଉପରେ କାମ କରି ଏବେ ବିଶ୍ୱର ଯୁବପିଢ଼ିଙ୍କ ଚେହେରା ପାଲଟିଛନ୍ତି।

ଜାତିସଂଘର ମହାସଚିବ ଏଣ୍ଟିନିୟୋ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଦେଶର ପ୍ରମୁଖ ନେତାଙ୍କ ଆଗରେ ଜଳବାୟୁ ପରିବର୍ତ୍ତନ ନେଇ ସେ ହୃଦବୋଧ କରିଥିବା ସମସ୍ତ କଥା ନିଜର ଅଭିଭାଷଣରେ ରଖିଥିଲେ। ରାଗ ତମତମ ଚେହେରାରେ ଅଭିଭାଷଣ ରଖିବା ବେଳେ ଗ୍ରେଟା କହିଥିଲେ ଆପଣମାନେ ଆମମାନଙ୍କ ସ୍ୱପ୍ନ, ଆମ ପିଲାଦିନକୁ ନଷ୍ଟ କରିଛନ୍ତି। ଯଦିଓ ମୁଁ ଭାଗ୍ୟଶାଳୀ। କିନ୍ତୁ ଅନେକ ଲୋକ ଜଳବାୟୁ ପରିବର୍ତ୍ତନର ଶିକାର ହୋଇ ଅନେକ ସମସ୍ୟାର ସାମ୍ନା କରୁଥିବା ସେ କହିଛନ୍ତି।

ଭାବୁକ ହେବାକୁ ଯାଇ ସେ ଆହୁରି କହିଥିଲେ ଆପଣ ଆମମାନଙ୍କୁ ଅସଫଳ କରିଦେଇଛନ୍ତି। ଯୁବ ପିଢ଼ି ଭାବୁଛନ୍ତି ଆପଣ ଆମମାନଙ୍କ ସହିତ ଛଳନା କରିଛନ୍ତି। ଆମ ଯୁବ ପିଢ଼ିଙ୍କ ନଜର ଆପଣମାନଙ୍କ ଉପରେ ରହିଛି। ଯଦି ପୁଣିଥରେ ଆମମାନଙ୍କୁ ନିରାଶ କରିବେ ତାହେଲେ ଆମେ କେବେ ଆପଣଙ୍କୁ କ୍ଷମା ଦେବୁନି ବୋଲି ଗ୍ରେଟା କହିଛନ୍ତି।

ଜଳବାୟୁ ପରିବର୍ତ୍ତନ ପାଇଁ ଆମେ ସମସ୍ତେ ବିଲୁପ୍ତ ହେବା ସ୍ଥିତିକୁ ଆସିଗଲୁଣି। ହେଲେ ଆପଣମାନେ ଆର୍ଥିକ ବିକାଶ ଉପରେ ଆଲୋଚନା କରୁଛନ୍ତି। ଦୁନିଆ ଏବେ ଜଳବାୟୁ ପରିବର୍ତ୍ତନ ନେଇ ଜାଗି ଉଠିଛି। ଏବେ ଆପଣମାନଙ୍କୁ ଜଳବାୟୁ ପରିବର୍ତ୍ତନ ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ସେ ତାଙ୍କ ଅଭିଭାଷଣରେ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଜାତିସଂଘରେ ଅଭିଭାଷଣ ରଖିଥିଲେ। ଏବେ ଆଉ ଜଳବାୟୁ ଉପରେ ଚିନ୍ତା କରିବାର ସମୟ ନାହିଁ, କାମ କରିବାର ସମୟ ଆସିଛି ବୋଲି ସେ କହିଥିଲେ।

Related story