ନୂଆବର୍ଷର ପ୍ରଥମ ଦିନରେ ଜନ୍ମ ନେଲେ କେତେ ଶିଶୁ?

ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନରେ ଭାରତରେ ପ୍ରାୟ ୬୦ ହଜାର ଶିଶୁ ଜନ୍ମ ହୋଇଥିବା ୟୁନିସେଫ୍ କହିଛି। ଏଥି ସହିତ, ସମଗ୍ର ବିଶ୍ୱରେ ପ୍ରାୟ ୩୭ ନିୟୁତ ଶିଶୁ ଆନୁମାନିକ ଜନ୍ମ ହୋଇଥିବାର ପୂର୍ବାନୁମାନ କରାଯାଉଛି। ଆଜି ମୋଟ ଜନ୍ମର ଅଧାରୁ ଅଧିକ ଭାରତ (୫୯,୯୯୫) ସହିତ ୧୦ଟି ଦେଶରେ ରହିଥିବା ଆକଳନ କରାଯାଉଛି। ଭାରତ ପରେ ଆଜି ଚାଇନାରେ ପ୍ରାୟ ୩୫,୬୧୫ ପିଲା ଜନ୍ମ ହୋଇଛନ୍ତି। ନାଇଜେରିଆରେ ୨୧,୪୩୯, ପାକିସ୍ତାନରେ ୧୪,୧୬୧, ଇଣ୍ଡୋନେସିଆରେ ୧୨,୩୩୬, […]

new-born-baby

Subhransu Sekhar
  • Published: Friday, 01 January 2021
  • , Updated: 01 January 2021, 06:54 PM IST

ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନରେ ଭାରତରେ ପ୍ରାୟ ୬୦ ହଜାର ଶିଶୁ ଜନ୍ମ ହୋଇଥିବା ୟୁନିସେଫ୍ କହିଛି। ଏଥି ସହିତ, ସମଗ୍ର ବିଶ୍ୱରେ ପ୍ରାୟ ୩୭ ନିୟୁତ ଶିଶୁ ଆନୁମାନିକ ଜନ୍ମ ହୋଇଥିବାର ପୂର୍ବାନୁମାନ କରାଯାଉଛି।

ଆଜି ମୋଟ ଜନ୍ମର ଅଧାରୁ ଅଧିକ ଭାରତ (୫୯,୯୯୫) ସହିତ ୧୦ଟି ଦେଶରେ ରହିଥିବା ଆକଳନ କରାଯାଉଛି। ଭାରତ ପରେ ଆଜି ଚାଇନାରେ ପ୍ରାୟ ୩୫,୬୧୫ ପିଲା ଜନ୍ମ ହୋଇଛନ୍ତି। ନାଇଜେରିଆରେ ୨୧,୪୩୯, ପାକିସ୍ତାନରେ ୧୪,୧୬୧, ଇଣ୍ଡୋନେସିଆରେ ୧୨,୩୩୬, ଇଥିଓପିଆରେ ୧୨,୦୦୬, ୟୁଏସଏରେ ୧୦,୩୧୨, ଇଜିପ୍ଟରେ ୯,୪୫୫, ବାଂଲାଦେଶରେ ୯,୨୩୬ ଏବଂ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ୮,୬୪୦ ଜଣ ଜନ୍ମ ହୋଇଥିବା ଅନୁମାନ କରାଯାଉଛି। ୟୁନିସେଫ୍ ସମସ୍ତ ଦେଶରେ ଜନ୍ମର ମାସିକ ଏବଂ ଦୈନିକ ତଥ୍ୟ ସହିତ ବିଭିନ୍ନ ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରିଥାଏ।

Related story