ଅପବ୍ୟବହାର ହେଉଛି କି ଆପଣଙ୍କ ଆଧାରକାର୍ଡ ?  ଜାଣନ୍ତୁ କେମିତି ରୋକିବେ

ସରକାରୀ ଓ ବେସରକାରୀ ସ୍ତରରେ ଆଧାର କାର୍ଡକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ କାର୍ଯ୍ୟ ହାସଲ୍‌ ପାଇଁ ଆପଣ ଅନେକ ସ୍ଥାନରେ ନିଜର ଆଧାର କାର୍ଡ କପି ଦେଉଥିବେ। କେଉଁ ସ୍ଥାନରେ କେଉଁ କାର୍ଯ୍ୟ ପାଇଁ ଆଧାର କାର୍ଡ କପି ଦେଇଛନ୍ତି ତାହା ମନେ ରଖିବା ସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ଅଜାଣତରେ ଆପଣଙ୍କ ଆଧାର କାର୍ଡର ଅନୁଚିତ୍ ବ୍ୟବହାର ହେବାର ଆଶଙ୍କା ରହିଛି। ତେଣୁ ଆପଣଙ୍କ ଅଜାଣତରେ ଆଧାର କାର୍ଡ କେଉଁଠି ବ୍ୟବହାର ହେଉଛି ଏସବୁ ବିଷୟରେ […]

Addhar-card-laptop-Gps-tracker

Rakesh Mallick
  • Published: Sunday, 10 December 2017
  • , Updated: 10 December 2017, 06:49 PM IST

ସରକାରୀ ଓ ବେସରକାରୀ ସ୍ତରରେ ଆଧାର କାର୍ଡକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ କାର୍ଯ୍ୟ ହାସଲ୍‌ ପାଇଁ ଆପଣ ଅନେକ ସ୍ଥାନରେ ନିଜର ଆଧାର କାର୍ଡ କପି ଦେଉଥିବେ। କେଉଁ ସ୍ଥାନରେ କେଉଁ କାର୍ଯ୍ୟ ପାଇଁ ଆଧାର କାର୍ଡ କପି ଦେଇଛନ୍ତି ତାହା ମନେ ରଖିବା ସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ଅଜାଣତରେ ଆପଣଙ୍କ ଆଧାର କାର୍ଡର ଅନୁଚିତ୍ ବ୍ୟବହାର ହେବାର ଆଶଙ୍କା ରହିଛି। ତେଣୁ ଆପଣଙ୍କ ଅଜାଣତରେ ଆଧାର କାର୍ଡ କେଉଁଠି ବ୍ୟବହାର ହେଉଛି ଏସବୁ ବିଷୟରେ ଆପଣଙ୍କର ଜାଣିବା ନିହାତି ଦରକାର। ଏବେ ମନକୁ ପ୍ରଶ୍ନ ଆସୁଥିବ କେଉଁଠି ଆପଣଙ୍କ ଆଧାର କାର୍ଡକୁ ଅପବ୍ୟବହାର କରାଯାଉଛି ଜାଣିବେ କେମିତି। ଆସନ୍ତୁ ଜାଣିବା ଏ ସମ୍ପର୍କରେ।

ଆଧାର କାର୍ଡର ଦୁରପଯୋଗ ହେଉଛି କି ନାହିଁ ତାହା ଜାଣିବା ପାଇଁ ୟୁନିକ୍‌ ଆଇଡିଣ୍ଟିଫିକେସନ୍ ଅଥରିଟି ଅଫ୍‌ ଇଣ୍ଡିଆ (UIDAI) ଚେକ୍‌ କରିବାର ସୁବିଧା ରହିଛି। ଏଥିପାଇଁ କେତୋଟି ସିମ୍ପଲ୍‌ ସ୍ଟେପ୍‌ ଫଲୋ କରି ଆପଣ ଏ ବିଷୟରେ ଚେକ୍‌ କରିପାରିବେ।

Aadhaar Authentication History ପେଜ୍ https://resident.uidai.gov.in/notification-aadhaar କୁ ଯାଆନ୍ତୁ

ଆଧାର ନମ୍ବର ଓ ସିକ୍ୟୁରିଟି କୋର୍ଡ ଏଣ୍ଟର କରନ୍ତୁ।

ଏହାପରେ ‘ଜେନେରେଟେଡ୍‌ ଓଟିପି’ରେ କ୍ଲିକ୍ କରନ୍ତୁ।

ଆପଣଙ୍କ ମୋବାଇଲକୁ ଏକ OTP ଆସିବ। ଏହାକୁ ଭେରିଫାଏ କରିବାକୁ ଉକ୍ତ OTP କୋଡକୁ UIDAI ୱେବସାଇଟ୍‌ରେ ଦିଅନ୍ତୁ।

ଏହାପରେ ଆପଣଙ୍କୁ ଏକ ଅପସନ ଦେଖାଇବ। ଏଥିରେ ଆପଣ ନିଜ ଆଧାର ସମ୍ପର୍କୀତ ସୂଚନା ପାଇବାକୁ ନିର୍ଦ୍ଦିଷ୍ଟ ପିରିଅଡ ଓ ଟ୍ରାନଜାକ୍ସନ ଲେଖି OTP ସବ୍‌ମିଟ୍‌ କରନ୍ତୁ।

ଏହାପରେ ଆପଣ ଦେଇଥିବା ସମୟ ମଧ୍ୟରେ ଆଧାରକାର୍ଡ କେଉଁଠି ବ୍ୟବହାର ହୋଇଛି ଏହାର ସମ୍ପୂର୍ଣ୍ଣ ତଥ୍ୟ ମିଳିଯିବ। ଯଦି ଏଥିରେ କୌଣସି ଗଡ଼ବଡ଼ର ସୂଚନା ମିଳେ ତା’ହେଲେ ଆଧାରକାର୍ଡ ତଥ୍ୟକୁ ଅନ୍‌ଲାଇନ୍‌ରେ ବ୍ଲକ୍ କରିପାରିବେ, କିମ୍ବା ଏଥିପାଇଁ ଅଭିଯୋଗ କରିପାରିବେ।

Related story