ଜେଏନ୍‌ୟୁ ହିଂସା: ରିପୋର୍ଟ ମାଗିଲା ଏଚ୍‌ଆରଡି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ରବିବାର ଜେଏନ୍‌ୟୁରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହିଂସା ପରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ରିପୋର୍ଟ ତଲବ କରିଛି ଏଚ୍‌ଆରଡି ମନ୍ତ୍ରଣାଳୟ। ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟରେ କିଛି ଦୃର୍ବୃତ୍ତ ଲାଠି ସହିତ ପଶିଆସି ଆକ୍ରମଣ କରିବାପରେ ସେଠାରେ ସ୍ଥିତି ଅଶାନ୍ତ ରହିଛି। ଏହା ପରେ ରିପୋର୍ଟ ମଗାଯାଇଥିବା ନେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, “ଆମେ ଜେଏନ୍‌ୟୁ କ୍ୟାମ୍ପସ୍‌ରେ ବର୍ତ୍ତମାନର ସ୍ଥିତି ନେଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କଠାରୁ ରିପୋର୍ଟ ମାଗିଛୁ। ଆମେ କୁଳପତିଙ୍କ ସହ କଥା ହେଇଛୁ। ଦିଲ୍ଲୀ ପୁଲିସ୍‌ […]

jnu

Subrat Kumar Nayak
  • Published: Sunday, 05 January 2020
  • , Updated: 05 January 2020, 10:49 PM IST

ନୂଆଦିଲ୍ଲୀ: ରବିବାର ଜେଏନ୍‌ୟୁରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହିଂସା ପରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ରିପୋର୍ଟ ତଲବ କରିଛି ଏଚ୍‌ଆରଡି ମନ୍ତ୍ରଣାଳୟ। ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟରେ କିଛି ଦୃର୍ବୃତ୍ତ ଲାଠି ସହିତ ପଶିଆସି ଆକ୍ରମଣ କରିବାପରେ ସେଠାରେ ସ୍ଥିତି ଅଶାନ୍ତ ରହିଛି।

ଏହା ପରେ ରିପୋର୍ଟ ମଗାଯାଇଥିବା ନେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, “ଆମେ ଜେଏନ୍‌ୟୁ କ୍ୟାମ୍ପସ୍‌ରେ ବର୍ତ୍ତମାନର ସ୍ଥିତି ନେଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କଠାରୁ ରିପୋର୍ଟ ମାଗିଛୁ। ଆମେ କୁଳପତିଙ୍କ ସହ କଥା ହେଇଛୁ। ଦିଲ୍ଲୀ ପୁଲିସ୍‌ ସହ ମଧ୍ୟ ଶାନ୍ତି ଶୃଙ୍ଖଳା ନେଇ କଥା ହେଇଛୁ।”

ଏହି ଘଟଣାରେ ୧୮ ଜଣରୁ ଊର୍ଦ୍ଧ୍ୱ ଛାତ୍ର ଆହତ ହୋଇଥିବା କୁହାଯାଇଛି। ସେମାନଙ୍କୁ ଏମ୍ସରେ ଆଡମିଟ୍‌ କରାଯାଇଛି। ଏହି ଘଟଣାରେ ଜେଏନ୍‌ୟୁଏସ୍‌ୟୁ ସଭାପତି ଆଇଶି ଘୋଷ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।

Related story