ଗର୍ଭବତୀ ପତ୍ନୀକୁ ଛୁରୀ ଭୁଷି ହତ୍ୟା, ଦେଢ଼ ମାସ ପରେ ମିଳିଲା ମୃତଦେହ

ବେଙ୍ଗାଲୁରୁ: ଦିଲ୍ଲୀର ଶ୍ରଦ୍ଧା ୱାଲକର  ହତ୍ୟା ମାମଲା ପରି ଏକ ଲୋମଟାଙ୍କୁରା ଘଟଣା କର୍ଣ୍ଣାଟକର ଡାଭେଙ୍ଗେର ଜିଲ୍ଲାରେ ସାମନାକୁ ଆସିଛି।  ବର୍ଷେ ପୂର୍ବେ ବିବାହ କରିଥିବା ଜଣେ ଯୁବକ ନିଜ ୫ ମାସର ଗର୍ଭବତୀ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲେ। ପ୍ରାୟ ଦେଢ ମାସ ପରେ ପୁଲିସ୍‌ ଏହି ଘଟଣାର ସୁରାଗ ପାଇ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ମୋହନ କୁମାରକୁ ବାନ୍ଧିଛି। ୨୫ ବର୍ଷୀୟ ମୋହନ […]

aa

  • Published: Friday, 25 November 2022
  • , Updated: 25 November 2022, 09:46 AM IST

ବେଙ୍ଗାଲୁରୁ: ଦିଲ୍ଲୀର ଶ୍ରଦ୍ଧା ୱାଲକର  ହତ୍ୟା ମାମଲା ପରି ଏକ ଲୋମଟାଙ୍କୁରା ଘଟଣା କର୍ଣ୍ଣାଟକର ଡାଭେଙ୍ଗେର ଜିଲ୍ଲାରେ ସାମନାକୁ ଆସିଛି।  ବର୍ଷେ ପୂର୍ବେ ବିବାହ କରିଥିବା ଜଣେ ଯୁବକ ନିଜ ୫ ମାସର ଗର୍ଭବତୀ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲେ। ପ୍ରାୟ ଦେଢ ମାସ ପରେ ପୁଲିସ୍‌ ଏହି ଘଟଣାର ସୁରାଗ ପାଇ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ମୋହନ କୁମାରକୁ ବାନ୍ଧିଛି।

୨୫ ବର୍ଷୀୟ ମୋହନ ପରିବାର ସହ  ଡାଭେଙ୍ଗେର ଜିଲ୍ଲାର  ଗଙ୍ଗୋଡାନାହଲିରେ ରୁହନ୍ତି । ଗତ ବର୍ଷ ସେ ୨୧ ବର୍ଷୀୟ ଚନ୍ଦ୍ରକଳାଙ୍କୁ ବିବାହ କରିଥିଲେ।  ବିବାହ ପରେ ପରେ  ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା।  ମୋହନ କୁମାର ଚନ୍ଦ୍ରକଳାଙ୍କ ଚରିତ୍ର ଉପରେ ସନ୍ଦେହ କରିବା ସହ ଅଧିକ ଯୌତୁକ ଆଣିବାକୁ ବାଧ୍ୟ କରୁଥିଲେ।

ଇତି ମଧ୍ୟରେ ଗର୍ଭବତୀ ହୋଇ ସାରିଥିବା ଚନ୍ଦ୍ରକଳା ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ନିଜ ବାପ ଘରୁ ଚାଲି ଯାଇଥିଲେ। ମାତ୍ର ସେଠାରେ ପରିବାର ଲୋକେ ବୁଝାଶୁଝା କରି ତାଙ୍କୁ ଶାଶୁ ଘରେ ଛାଡ଼ି ଦେଇଥିଲେ।   ଏହାପରେ ମଧ୍ୟ ଉଭୟଙ୍କ ସମ୍ପର୍କରେ କୌଣସି ସୁଧାର ଆସି ନ ଥିଲ। ପ୍ରାୟ ଦେଢ ମାସ ପୂର୍ବେ ଗର୍ଭବତୀ ପତ୍ନୀଙ୍କ ଗଳା କାଟି ହତ୍ୟା କରିଥିଲେ ମୋହନ କୁମାର। ଏହାପରେ ମୃତଦେହକୁ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ।

ଏହାପରେ ଚନ୍ଦ୍ରକଳା ନିଖୋଜ ହୋଇ ଯାଇଥିବା ନେଇ ସେ ତାଙ୍କ ପିତାମାତାଙ୍କୁ କହିଥିଲେ। ଏପରିକି ସେ କାହା ସହ ଫେରାର ହୋଇ ଯାଇଥିବା ବି କହିଥିଲେ। ଏନେଇ ଚନ୍ଦ୍ରକଳାଙ୍କ ପିତାମାତା ଥାନାରେ ଝିଅ ନିଖୋଜ ନେଇ ଅକ୍ଟୋବର ୧୦ରେ ଅଭିଯୋଗ କରିଥିଲେ।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ମୋହନ କୁମାରଙ୍କୁ ପଚରାଉଚରା କରିବାରୁ ସେ ସବୁ ସତ କଥା ମାନି ଯାଇଥିଲେ। ଏହାପରେ ଜଙ୍ଗଲରେ ପୋତା ଯାଇଥିବା ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୁଲିସ୍‌ ପଠାଇଛି।

ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ବହୁ ପୂର୍ବରୁ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଏପରିକି ସବୁ ପ୍ରମାଣ ନଷ୍ଟ କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ଅଭିଯୁକ୍ତ ହତ୍ୟା ପୂର୍ବରୁ ଜଙ୍ଗଲରେ ଏକ ଗର୍ତ୍ତ ମଧ୍ୟ ଖୋଳି ସାରିଥିଲା।

Related story