ଭୀମ ଆର୍ମି ମୁଖ୍ୟଙ୍କୁ ଅଟକ ରଖିଲା ହାଇଦ୍ରାବାଦ ପୁଲିସ୍‌

ହାଇଦ୍ରାବାଦ: ହାଇଦ୍ରାବାଦ ସିଟି ପୁଲିସ୍‌ ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କୁ ଅଟକ ରଖିଛି। ସିଏଏ ଏବଂ ଏନ୍‌ଆରସି ବିରୋଧରେ ଏକ ବିକ୍ଷୋଭ ପୂର୍ବରୁ ତାଙ୍କୁ ଅଟକ ରଖାଯାଇଛି। ପୁଲିସ୍‌ କହିବା ଅନୁଯାଂୟୀ, ଲଙ୍ଗର ହୌଜ୍‌ ଥାନା ଅଧୀନରେ ଥିବା ଏକ ବଗିଚାରେ ଆୟୋଜିତ ହେବାକୁ ଥିବା ସିଏଏ ଓ ଏନ୍‌ଆରସି ବିରୋଧୀ ବିକ୍ଷୋଭରେ ସେ ଯୋଗଦେବାର ଥିଲା। ପୁଲିସ୍‌ ପକ୍ଷରୁ କୁହାଯାଇଛି, ଏହି ବିକ୍ଷୋଭ ପାଇଁ ବିକ୍ଷୋଭକାରୀମାନେ ପୁଲିସ୍‌ଠାରୁ କୌଣସି ଅନୁମତି ନେଇନାହାନ୍ତି। ଏହି […]

Bhim-Army

Subrat Kumar Nayak
  • Published: Sunday, 26 January 2020
  • , Updated: 26 January 2020, 08:57 PM IST

ହାଇଦ୍ରାବାଦ: ହାଇଦ୍ରାବାଦ ସିଟି ପୁଲିସ୍‌ ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କୁ ଅଟକ ରଖିଛି। ସିଏଏ ଏବଂ ଏନ୍‌ଆରସି ବିରୋଧରେ ଏକ ବିକ୍ଷୋଭ ପୂର୍ବରୁ ତାଙ୍କୁ ଅଟକ ରଖାଯାଇଛି।

ପୁଲିସ୍‌ କହିବା ଅନୁଯାଂୟୀ, ଲଙ୍ଗର ହୌଜ୍‌ ଥାନା ଅଧୀନରେ ଥିବା ଏକ ବଗିଚାରେ ଆୟୋଜିତ ହେବାକୁ ଥିବା ସିଏଏ ଓ ଏନ୍‌ଆରସି ବିରୋଧୀ ବିକ୍ଷୋଭରେ ସେ ଯୋଗଦେବାର ଥିଲା।

ପୁଲିସ୍‌ ପକ୍ଷରୁ କୁହାଯାଇଛି, ଏହି ବିକ୍ଷୋଭ ପାଇଁ ବିକ୍ଷୋଭକାରୀମାନେ ପୁଲିସ୍‌ଠାରୁ କୌଣସି ଅନୁମତି ନେଇନାହାନ୍ତି। ଏହି କାରଣରୁ ଅଟକ ରଖାଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଚନ୍ଦ୍ର ଶେଖର ଆଜାଦଙ୍କୁ ସିଏଏ ବିରୋଧରେ ବିଭିନ୍ନ ସ୍ଥାନରେ ଆୟୋଜିତ ରାଲିରେ ଯୋଗ ଦେଇସାରିଛନ୍ତି। ପୁଲିସ୍‌ ତାଙ୍କୁ ପୂର୍ବରୁ ମଧ୍ୟ ଦିଲ୍ଲୀରେ ଅଟକ ରଖିଥିଲା।

Related story