ହାଇଦ୍ରାବାଦ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ନିଯୁକ୍ତି କଥା ବୁଝୁଥିବା ଅଭିଯୋଗରେ ମହିଳା ଗିରଫ

ହାଇଦ୍ରାବାଦ: ଇରାକ ଓ ସିରିଆରେ ନରସଂହାର ଚଳାଇଥିବା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସଆଇଏସ୍)ରେ ନିଯୁକ୍ତି କଥା ବୁଝାବୁଝି କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରି ହାଇଦ୍ରାବାଦ ପୋଲିସ୍। ୟୁଏଇରୁ ତାଙ୍କୁ ଭାରତରେ ପ୍ରତ୍ୟାର୍ପଣ କରାଯିବା ପରେ ହାଇଦ୍ରାବାଦ ପୋଳିସ୍ ତାଙ୍କୁ ଗିରଫ କରିଥିଲା।  ଗିରଫ ମହିଳାଙ୍କ ନାଁ ଅଫସା ଜବୀନ। ତାଙ୍କ ବୟସ ୩୭ ପାଖାପାଖି। ତାଙ୍କ ଘର ହାଇଦ୍ରାବାଦରେ। ତେବେ ସେ ନିଜକୁ ଜଣେ ବ୍ରିଟିଶ ନାଗରିକ ଭାବେ ପରିଚୟ ଦେଇ […]

isis

Rakesh Mallick
  • Published: Friday, 11 September 2015
  • , Updated: 11 September 2015, 05:54 PM IST

ହାଇଦ୍ରାବାଦ: ଇରାକ ଓ ସିରିଆରେ ନରସଂହାର ଚଳାଇଥିବା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସଆଇଏସ୍)ରେ ନିଯୁକ୍ତି କଥା ବୁଝାବୁଝି କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରି ହାଇଦ୍ରାବାଦ ପୋଲିସ୍। ୟୁଏଇରୁ ତାଙ୍କୁ ଭାରତରେ ପ୍ରତ୍ୟାର୍ପଣ କରାଯିବା ପରେ ହାଇଦ୍ରାବାଦ ପୋଳିସ୍ ତାଙ୍କୁ ଗିରଫ କରିଥିଲା।  ଗିରଫ ମହିଳାଙ୍କ ନାଁ ଅଫସା ଜବୀନ। ତାଙ୍କ ବୟସ ୩୭ ପାଖାପାଖି। ତାଙ୍କ ଘର ହାଇଦ୍ରାବାଦରେ। ତେବେ ସେ ନିଜକୁ ଜଣେ ବ୍ରିଟିଶ ନାଗରିକ ଭାବେ ପରିଚୟ ଦେଇ ଆସୁଥିଲା। ସୋସିଆଲ ମିଡିଆ ଜରିଆରେ ସେ ଯୁବକମାନଙ୍କୁ ଆଇଏସଆଇଏସ୍ ପ୍ରତି ଆକୃଷ୍ଟ କରାଉଥିଲେ ବୋଲି ଅଭିଯୋଗ ହୋଇଛି। ଅଫସାଙ୍କ ସହିତ ତାଙ୍କ ସ୍ୱାମୀ ଓ ଛୁଆମାନଙ୍କୁ ମଧ୍ୟ ଦୁବାଇରୁ ଭାରତରେ ପ୍ରତ୍ୟାର୍ପଣ କରାଯାଇଛି। ତାଙ୍କୁ ଆବୁ ଧାବିରେ ଧରା ଯାଇଥିଲା। ପଚରାଉଚରା ପରେ ତାଙ୍କୁ ହାଇଦ୍ରାବାଦ ପଠାଯାଇଥିଲା। ହାଇଦ୍ରାବାଦ ବିମାନ ବନ୍ଦରରେ ପୋଲିସ୍ ତାଙ୍କୁ ଗିରଫ କରି ନେଇଥିଲା। ତାଙ୍କ ବିରୁଦ୍ଧରେ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି।

Related story