ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ୫୦ କୋଟି ଲାଞ୍ଚ ଦେଇଥିଲି- ପୂର୍ବତନ ଆଇଏଏସ୍‌!

ନୂଆଦିଲ୍ଲୀ: ୧୯୯୮-୯୯ରେ ଓଡ଼ିଶାରେ କଂଗ୍ରେସ ସରକାର ଥିଲା। ମୁଖ୍ୟମନ୍ତ୍ରୀ ଥିଲେ ବର୍ତ୍ତମାନର ବିଜେପି ନେତା ଗିରିଧର ଗମାଙ୍ଗ। ଆଦିବାସୀଙ୍କ ହିତ ପାଇଁ ଏକ ଆଇନକୁ ବଦଳାଇଥିଲେ। ଏଥିପାଇଁ ସେତେବେଳର ଯୋଜନା କମିଶନର ନରେଶ ଚନ୍ଦ୍ର ସାକ୍ସେନା ତାଙ୍କୁ ୫୦ କୋଟି ଟଙ୍କାର ଲୋଭ ଦେଖାଇଥିଲେ। ଆଉ ଏହି ଟଙ୍କା ଗମାଙ୍ଗଙ୍କ ପକେଟକୁ ନୁହେଁ ବରଂ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା। ୧୯୬୪ ମସିହାର ଭାରତୀୟ ପ୍ରଶାସନିକ ସେବାର ଟପ୍ପର ତଥା ସେତେବେଳର ଯୋଜନା କମିଶନର ଅଧ୍ୟକ୍ଷ […]

NC SAXENA BOOK REVIEW

Subhransu Sekhar
  • Published: Monday, 23 September 2019
  • , Updated: 23 September 2019, 06:54 PM IST

ନୂଆଦିଲ୍ଲୀ: ୧୯୯୮-୯୯ରେ ଓଡ଼ିଶାରେ କଂଗ୍ରେସ ସରକାର ଥିଲା। ମୁଖ୍ୟମନ୍ତ୍ରୀ ଥିଲେ ବର୍ତ୍ତମାନର ବିଜେପି ନେତା ଗିରିଧର ଗମାଙ୍ଗ। ଆଦିବାସୀଙ୍କ ହିତ ପାଇଁ ଏକ ଆଇନକୁ ବଦଳାଇଥିଲେ। ଏଥିପାଇଁ ସେତେବେଳର ଯୋଜନା କମିଶନର ନରେଶ ଚନ୍ଦ୍ର ସାକ୍ସେନା ତାଙ୍କୁ ୫୦ କୋଟି ଟଙ୍କାର ଲୋଭ ଦେଖାଇଥିଲେ। ଆଉ ଏହି ଟଙ୍କା ଗମାଙ୍ଗଙ୍କ ପକେଟକୁ ନୁହେଁ ବରଂ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା। ୧୯୬୪ ମସିହାର ଭାରତୀୟ ପ୍ରଶାସନିକ ସେବାର ଟପ୍ପର ତଥା ସେତେବେଳର ଯୋଜନା କମିଶନର ଅଧ୍ୟକ୍ଷ ଆଇଏଏସ ନରେଶ ଚନ୍ଦ୍ର ସାକ୍ସେନା ଲେଖିଥିବା ତାଙ୍କର ‘ହ୍ୱାଟ୍‌ ଏଲ୍‌ସ ଦ ଆଇଏଏସ ଆଣ୍ଡ ହ୍ୱାଇ ଇଟ୍‌ ଫେଲ୍‌ସ ଟୁ ଡେଲିଭର୍‌- ଆନ୍‌ ଇନ୍‌ସାଇଡର’ସ ଭିଉ’ ବହିରେ ଏହା ଲେଖିଛନ୍ତି।

ସୂଚନାଯୋଗ୍ୟ, ସରକାରୀ ଅଧିକାରୀ ଥିବା ବେଳେ ହେଉ କି ଅବସର ଥିବା ବେଳେ ନରେଶ ସାକ୍ସେନା ସବୁବେଳେ ଆଦିବାସୀଙ୍କ ହିତ ପାଇଁ ଅନେକ କାମ କରିଛନ୍ତି। ଆଜି ଯଦି ଆଦିବାସୀ ବନଜାତ ଦ୍ରବ୍ୟ ସଂଗ୍ରହ କରିବା କିମ୍ୱା ଏହାକୁ ନେଇ ବେଉସା କରିବାକୁ ଅଧିକାର ପାଇଛନ୍ତି ସେଥିପାଇଁ ସାକ୍ସେନାଙ୍କ ଅବଦାନ ଅତୁଳନୀୟ।

ସେ ତାଙ୍କ ବହିରେ ଲେଖିଛନ୍ତି ଯେ ୧୯୯୮-୯୯ ମସିହାରେ ଅନେକ ରାଜ୍ୟ ବାବଦରେ ଗବେଷଣା କରି ସେ ଜାଣିବାକୁ ପାଇଥିଲେ ଯେ ଅନେକ ମହିଳା ବଣୁଆ ଘାସରେ ସେଥିରେ ଫୁଲ୍ ଝାଡ଼ୁ ତିଆରି କରି ବିକ୍ରି କରୁଥିଲେ। ଏଥିପାଇଁ ସରକାର ତାଙ୍କୁ ଜେଲ୍ ପଠାଉଥିଲେ ନଚେତ୍ ତାଙ୍କ ବିରୋଧରେ ମାମଲା ଦାୟର କରୁଥିଲେ। ସେତେବେଳେ ବନଜାତ ସଂଗ୍ରହ ଆଦିବାସୀ ଉନ୍ନୟନ ସମବାୟ ସମିତି (ଟିଡିସିସି) ଦ୍ୱାରା ହେଉଥିଲା। ଏହି ଆଇନ ଅନୁଯାୟୀ ଯିଏ ବି ବଣରୁ କେନ୍ଦୁ ପତ୍ର, ଲାଖ, ମହୁ ଓ ଝୁଣା ସଂଗ୍ରହ କରିବ ସେ ଟିଡିସିସି ନିକଟରେ ପୈଠ କରି ନିର୍ଦ୍ଧାରିତ ନିୟମ ଅନୁଯାୟୀ ପଇସା ନେବ। ଯେଉଁଥିରେ ଟିଡ଼ିସିସି ତୁଳନାରେ ବନଜାତ ସଂଗ୍ରହକାରୀ କମ୍ ପଇସା ପାଉଥିଲେ। ହେଲେ ସେତେବେଳେ କିଛି ମହିଳା କିନ୍ତୁ ନିଜେ ବଣରୁ ଆବଶ୍ୟକ ଘାସ ଓ ଗୁଳ୍ମ ଦ୍ରବ୍ୟ ସଂଗ୍ରହ କରି ଝାଡୁ ତିଆରି କରି ବଜାରରେ ବିକ୍ରି କରୁଥିଲେ। ଏହାକି ସରକାରଙ୍କ ପେସା ବା ପଂଚାୟତିରାଜ ଏକ୍ସଟେନସନ ଇନ୍‌ ସିଡ୍‌ଲ ଏରିଆ ଆଇନ୍ ଅନୁଯାୟୀ ବେଆଇନ୍ ଥିଲା ଯାହା ଆଦିବାସୀଙ୍କ ମୌଳିକ ଅଧିକାର ବିରୋଧୀ ଥିଲା ବୋଲି ସାକ୍ସେନା ହୃଦବୋଧ କରିଥିଲେ। ମୁଖ୍ୟତଃ ରାୟଗଡ଼ାର ଉଦାହରଣକୁ ସେ ନେଇଥିଲେ।

ଏହାପରେ ସାକ୍ସେନା ସେତେବେଳର ରାୟଗଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖି ପ୍ରତିଶୃତି ଦେଇଥିଲେ ଯେ ଖୁବଶୀଘ୍ର ଏକ ମହିଳା ସୋସାଇଟି ତିଆରି ହେବ। ଏହି ସୋସାଇଟି ଅଧୀନରେ ଆଦିବାସୀ ମହିଳା ବଣରୁ ନିଜେ ବନଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରିବେ। ଏଥିପାଇଁ କୌଣସି ଆଇନ ପ୍ରତିବନ୍ଧକ ସାଜିବ ନାହିଁ। ଏହାପରେ ଏହି ମହିଳା ସୋସାଇଟି ବିନା ଲାଇସେନ୍ସରେ ସକ୍ରିୟ ହୋଇଥିଲା।

କିନ୍ତୁ ସେହି ରାୟଗଡ଼ା ଜିଲ୍ଲାପାଳ ବଦଳି ହୋଇଯିବା ପରେ ଏ ଘଟଣା ଭିନ୍ନ ମୋଡ଼ ନେଲା। ଏହାପରେ ଟିଡିସିସି ମହିଳା ସୋସାଇଟି ପାଇଁ କାମ କରୁଥିବା ମହିଳାଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଏମିତିକି ମହିଳାଙ୍କ ଦ୍ୱାରା ସଂଗ୍ରହ ହୋଇଥିବା ସମସ୍ତ ବନଜାତ ଦ୍ରବ୍ୟକୁ ଜବତ କରାଯାଇଥିଲା।

ଏହାପରେ ସାକ୍ସେନା ବ୍ୟକ୍ତିଗତ ଭାବରେ ଆଦିବାସୀଙ୍କୁ ନ୍ୟାୟ ଦେବା ପାଇଁ ନିଜେ ପ୍ରୟାସ ଆରମ୍ଭ କରିଥିଲେ। ୪ ମାସ ଧରି ରାଜ୍ୟର ଅନେକ ଆଇଏସଏସଙ୍କୁ ଚିଠି ଲେଖି ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ କେହି ଉତ୍ତର ଦେଇନଥିଲେ। ଏହି ସମୟରେ କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ରାଜ୍ୟ ପାଇଁ ଆବଶ୍ୟକ ପାଣ୍ଠି ବାବଦରେ ମାଗିବା ପାଇଁ ଯୋଜନା କମିଶନରଙ୍କ ପାଖକୁ ଯାଇଥିଲେ। ସେହି ସମୟରେ ନିଜେ ସାକ୍ସେନା ଥିଲେ ଯୋଜନା କମିଶନର।

ଗମାଙ୍ଗଙ୍କୁ ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବାବଦରେ ଅବଗତ କରାଇଥିଲେ ସାକ୍ସେନା। ନିଜେ ଜଣେ ଆଦିବାସୀ ହୋଇଥିବାରୁ ଗମାଙ୍ଗ ମଧ୍ୟ ସରକାରୀ ଆଇନରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଚିନ୍ତା କରିଥିଲେ। ଯଦି ଆଇନରେ ପରିଣତ କରିଦେବ ତାହେଲେ ଆଗୁଆ ରାଜ୍ୟ ପାଇଁ ୫୦ କୋଟି ଟଙ୍କା ଆଉ ଆଇନ ପରିବର୍ତ୍ତନ ହୋଇସାରିଲେ ଆଉ ୫୦ କୋଟି ଟଙ୍କା ଦିଆଯିବ ବୋଲି ସାକ୍ସେନା କହିଥିଲେ ବୋଲି ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି।

ଏହାପରେ ଗମାଙ୍ଗ ସରକାର ଆଇନରେ ପରିଣତ କରିଥିଲେ। କିନ୍ତୁ ନବୀନ ପଟ୍ଟନାୟକ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରେ ବିଧିବଦ୍ଧ ଭାବରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସାକ୍ସେନା ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି ଯେ, ଆଇଏଏସଙ୍କ ପାଖରେ ନିଷ୍ଠା ରହିଛି କାମ କରିବା ପାଇଁ। ହେଲେ ତଳ ସ୍ତରର କର୍ମଚାରୀଙ୍କ ଉପରେ ନିୟନ୍ତ୍ରଣ ରଖୁନଥିବାରୁ ଅନେକ କଲ୍ୟାଣକାରୀ ଯୋଜନାର ତାଳମେଳ ଓଲଟା ରହିଥାଏ। ଏହାଦ୍ୱାରା ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଦୁର୍ନୀତି ମଧ୍ୟ ବଢ଼ୁଛି।

ସୂଚନାଯୋଗ୍ୟ, ୧୯୬୪ ମସିହାହର ଏହି ଆଇଏସଏସ ଟପ୍ପର ୨୦୦୨ରେ ଯୋଜନା ଆୟୋଗର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ।

Related story