ମଝି ଆକାଶରେ ବାୟୁସେନା ବିମାନ ନିଖୋଜ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପରିବହନ ବିଭାଗର ଏକ ବିମାନ ଆଜି ନିଖୋଜ ହୋଇଯାଇଛି। ଆସାମର ଜୋରହଟରୁ ଅପରାହ୍ନ ୧୨ଟା ୨୫ ମିନିଟରେ ଏ-୩୨ ଆନ୍ତୋନୋଭ ବିମାନ ଉଡ଼ାଣ ଭରିବା ପରେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ବିମାନରେ ମୋଟ ୧୩ ଜଣ ଥିଲେ। ଯେଉଁଥିରୁ ପାଞ୍ଚ ଜଣ ଯାତ୍ରୀ ଏବଂ ଆଠ ଜଣ ବିମାନର କ୍ରିଉ ସଦସ୍ୟ ରହିଛନ୍ତି। ଅନ୍ତିମଥର ପାଇଁ ଅପରାହ୍ନ ୧ଟାରେ ବିମାନ ସହ ଯୋଗାଯୋଗ ହୋଇଥିବା ସୂଚନା ରହିଛି। ବିମାନଟି ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା […]

Antonov An-32

Subhransu Sekhar
  • Published: Monday, 03 June 2019
  • , Updated: 03 June 2019, 04:19 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପରିବହନ ବିଭାଗର ଏକ ବିମାନ ଆଜି ନିଖୋଜ ହୋଇଯାଇଛି। ଆସାମର ଜୋରହଟରୁ ଅପରାହ୍ନ ୧୨ଟା ୨୫ ମିନିଟରେ ଏ-୩୨ ଆନ୍ତୋନୋଭ ବିମାନ ଉଡ଼ାଣ ଭରିବା ପରେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ବିମାନରେ ମୋଟ ୧୩ ଜଣ ଥିଲେ। ଯେଉଁଥିରୁ ପାଞ୍ଚ ଜଣ ଯାତ୍ରୀ ଏବଂ ଆଠ ଜଣ ବିମାନର କ୍ରିଉ ସଦସ୍ୟ ରହିଛନ୍ତି।

ଅନ୍ତିମଥର ପାଇଁ ଅପରାହ୍ନ ୧ଟାରେ ବିମାନ ସହ ଯୋଗାଯୋଗ ହୋଇଥିବା ସୂଚନା ରହିଛି। ବିମାନଟି ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ସ୍ଥିତ ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଯାଉଥିଲା। ଏହି ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଚୀନ ସୀମା ନିକଟରେ ରହିଛି।

ନିଖୋଜ ବିମାନର ସନ୍ଧାନ କରିବା ପାଇଁ ବାୟୁସେନା ସମସ୍ତ ତଦନ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଜୁଲାଇ ୨୦୧୬ର ବାୟୁସେନା ପରିବହନ ବିଭାଗର ଏ-୩୨ ବିମାନ ନିଖୋଜ ହୋଇଥିଲା। ୨୯ ଜଣ ଯାତ୍ରୀଙ୍କୁ ନେଇ ଚେନ୍ନାଇରୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଯାଉଥିବା ବେଳେ ବଙ୍ଗୋପସାଗର ଉପରେ ଉଡୁଥିବା ବେଳେ ନିଖୋଜ ହୋଇଯାଇଥିଲା।

Related story