ନିଖୋଜ ବିମାନର ମିଳୁନି ପତ୍ତା, ସୂଚନାଦାତାଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ୭ ଦିନ ହେଲାଣି ନିଖୋଜ ହୋଇଛି ବାୟୁସେନାର ଏଏନ- ୩୨ ବିମାନ। ବହୁ ଖୋଜାଖୋଜି ପରେ ବିଫଳ ହେବାରୁ ଶେଷରେ ବାୟୁସେନା ନିଖୋଜ ବିମାନ ବାବଦରେ ସୂଚନା ଦେଲେ ୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ସୋମବାର ଏହି ବିମାନଟି ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକା ସ୍ଥିତ ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଯାଉଥିଲା। ଏହି ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଭାରତ-ଚୀନ ସୀମା ନିକଟରେ ଅବସ୍ଥିତ। ଅପରାହ୍ନ ୧୨ଟା ୨୫ ମିନିଟ […]

Antonov An-32

Subhransu Sekhar
  • Published: Sunday, 09 June 2019
  • , Updated: 09 June 2019, 03:36 PM IST

ନୂଆଦିଲ୍ଲୀ: ୭ ଦିନ ହେଲାଣି ନିଖୋଜ ହୋଇଛି ବାୟୁସେନାର ଏଏନ- ୩୨ ବିମାନ। ବହୁ ଖୋଜାଖୋଜି ପରେ ବିଫଳ ହେବାରୁ ଶେଷରେ ବାୟୁସେନା ନିଖୋଜ ବିମାନ ବାବଦରେ ସୂଚନା ଦେଲେ ୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି।

ସୋମବାର ଏହି ବିମାନଟି ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକା ସ୍ଥିତ ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଯାଉଥିଲା। ଏହି ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଭାରତ-ଚୀନ ସୀମା ନିକଟରେ ଅବସ୍ଥିତ। ଅପରାହ୍ନ ୧୨ଟା ୨୫ ମିନିଟ ପରଠାରୁ ଏଏନ-୩୨ ଆନ୍ତୋନୋଭ ବିମାନ ସହ ଯୋଗାଯୋଗ ହୋଇପାରିନଥିଲା।

ବିମାନକୁ ଖୋଜିବା ପାଇଁ ସର୍ଚ୍ଚ ଅପରେଶନରେ ସୁଖୋଇ-୩୦ ଜେଟ୍, ସି-୧୩୦ଜେ, ଏନେ ୩୨ ୨ଟି ଏମଆଇ-୧୭ ଏବଂ ୨ଟି ଏଏଲଏଚ ହେଲିକପ୍ଟର ନୌସେନାର ପି-୮୧ ସାମିଲ ରହିଛନ୍ତି। ହେଲେ ଏଯାଏ ବିମାନ ବାବଦରେ କୌଣସି ଖୋଜ ଖବର ମିଳିନାହିଁ।

Related story