‘ଏବେ ବି ବହୁ ଲୋକଙ୍କ ପ୍ରତି ରହିଛି କରୋନା ବିପଦ’

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ବିପଦ ଏବେ ବି ଅଧିକାଂଶ ଲୋକଙ୍କ ଜୀବନ ପ୍ରତି ରହିଛି। ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ଲୋକଙ୍କୁ ସଂକ୍ରମିତ କରି ସାରିଥିବା କରୋନା ଦେଶରେ ୯୬ ହଜାର ମୁଣ୍ଡ ନେଇ ସାରିଲାଣି। ତଥାପି ଦେଶର ବହୁ ଲୋକଙ୍କ ଜୀବନ ପ୍ରତି କରୋନା ବିପଦ ରହିଛି। ସେରୋଲଜିକାଲ ସର୍ଭେରୁ ଏହି ତଥ୍ୟ ସରକାରଙ୍କ ହାତରେ ଲାଗିଛି। ଆଜି ଏ ସମ୍ପର୍କରେ ଆଇସିଏମଆର ସର୍ଭେ ଡିଜି ବଳରାମ ଭାର୍ଗବ ସୂଚନା ଦେଇଛନ୍ତି। ସେ କହିଛନ୍ତି, […]

d

Hemant Lenka
  • Published: Tuesday, 29 September 2020
  • , Updated: 29 September 2020, 05:14 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ବିପଦ ଏବେ ବି ଅଧିକାଂଶ ଲୋକଙ୍କ ଜୀବନ ପ୍ରତି ରହିଛି। ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ଲୋକଙ୍କୁ ସଂକ୍ରମିତ କରି ସାରିଥିବା କରୋନା ଦେଶରେ ୯୬ ହଜାର ମୁଣ୍ଡ ନେଇ ସାରିଲାଣି। ତଥାପି ଦେଶର ବହୁ ଲୋକଙ୍କ ଜୀବନ ପ୍ରତି କରୋନା ବିପଦ ରହିଛି।

ସେରୋଲଜିକାଲ ସର୍ଭେରୁ ଏହି ତଥ୍ୟ ସରକାରଙ୍କ ହାତରେ ଲାଗିଛି। ଆଜି ଏ ସମ୍ପର୍କରେ ଆଇସିଏମଆର ସର୍ଭେ ଡିଜି ବଳରାମ ଭାର୍ଗବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨ୟ ସେରୋ ସର୍ଭେ ରିପୋର୍ଟ ଅନୁସାରେ ଏବେ ବି ବହୁଲୋକଙ୍କ ପ୍ରତି କରୋନା ବିପଦ ରହିଛି। ଏବେ ବି ଅନେକ ଲୋକଙ୍କୁ ଭାଇରସ ଛୁଇଁପାରିନି। ଆଗକୁ ଭାଇରସ ସେମାନଙ୍କୁ କବଳିତ କରିବାର ଆଶଙ୍କା ରହିଛି।

ଦେଶର ବହୁତ କମ ଲୋକଙ୍କ ପାଖରେ ଆଣ୍ଟିବଡି ଡେଭଲପ ହୋଇଛି। ଏଯାବତ ଦେଶର ମୋଟ ଜନସଂଖ୍ୟା ମଧ୍ୟରୁ ମାତ୍ର ୭% ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୯୦% ଲୋକ ଏବେ ବି ସମ୍ବେଦନଶୀଳ ସ୍ଥିତିରେ ରହିଛନ୍ତି। ଆଗକୁ ପାର୍ବଣ ଋତୁ ସହ ଶୀତ ଦିନ ବି ଆସୁଛି। ତେଣୁ ଆମକୁ ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ପଡ଼ିବ। ମାସ୍କ ଓ ସମାଜିକ ଦୂରତାକୁ ସାମାନ୍ୟ ଖିଲାପ କଲେ ବିପଦ ବଢ଼ିପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ଆଇସିଏମଆର ପକ୍ଷରୁ ଆହୁରି କୁହାଯାଇଛି, ଅଗଷ୍ଟ ସୁଦ୍ଧା ପ୍ରତି ୧୫ ଜଣରୁ ୧୦ ବର୍ଷରୁ ଅଧିକ ବୟସ୍କ କରୋନାରେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଉଥିଲା। ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୨୨ ମଧ୍ୟରେ ୨୯,୦୮୨ ଲୋକଙ୍କୁ ନେଇ ସର୍ଭେ କରାଯାଇଥିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ଏବେ ବି ଅଧିକାଂଶ ଲୋକଙ୍କ ଦେହରେ ଆଣ୍ଟିବଡି ଡେଭଲପ ହୋଇ ନଥିବାରୁ ଆମକୁ ୫ଟି ଶୈଳୀକୁ ଆପଣାଇବାକୁ ପଡ଼ିବ। ଏହାର ଅର୍ଥ Test, Track, Trace, Treat & Technologyକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ନଚେତ ସ୍ଥିତି ଆହୁରି ଅଧିକ ସଂଗୀନ ହେବ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି।

Related story