ନୂଆଦିଲ୍ଲୀ: ମୋଦିଙ୍କ ନୂଆ ସରକାରରେ ସାମିଲ ହେବେ ବିଜେପି ଅଧ୍ୟକ୍ଷ ଅମିତ ଶାହ। ଗୁରୁତ୍ୱପୂର୍ଣ୍ଣ ବିଭାଗର ବୋଝ ସମ୍ଭାଳିପାରନ୍ତି ବିଜେପିର ଏହି ଚାଣକ୍ୟ। ଯଦି ଏହା ହୁଏ, ତେବେ ଦଳର ନିୟମ ଗୋଟିଏ ଲୋକ, ଗୋଟିଏ ପଦବୀ ଆଧାରରେ ଅମିତ ଶାହଙ୍କୁ ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ ହେବ। ତେଣୁ ଏବେ କିଏ ହେବ ବିଜେପିର ରାଷ୍ଟ୍ରୀୟ ସଭାପତି ସେ ନେଇ ଆକଳନ ଆରମ୍ଭ ହୋଇଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କର ନିକଟତମ ସହଯୋଗୀ ଦଳର ସଭାପତି ପଦବୀ ସମ୍ଭାଳି ପାରନ୍ତି। ଏହି ଆଧାରରେ ମୋଦି ସରକାରଙ୍କ ପ୍ରଥମ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ଜେ.ପି ନଡ୍ଡା ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଅମିତ ଶାହଙ୍କ ନେତୃତ୍ୱରେ ବିଜେପି ବିଭିନ୍ନ ନିର୍ବାଚନରେ ବିଜୟୀ ହୋଇଛି। ତେଣୁ ଏବେ ଜଣେ ସେହିଭଳି ନେତାଙ୍କୁ ଦଳ ଖୋଜୁଥିବା ଚର୍ଚ୍ଚା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜାମା ମସଜିଦର ସର୍ଭେ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଭିଡ଼କୁ ହଟାଇବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ଲାଠି ଚାର୍ଜ ମଧ୍ୟ କରିଛି।
National
କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ମୁମ୍ବାଇ ମୁହାଁ ମହାୟୁତି ବିଧାୟକ
ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ମହାୟୁତି ସମସ୍ତ ବିଜୟୀ ବିଧାୟକଙ୍କୁ ମୁମ୍ବାଇରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି।
National
ବିଜୟ ଉତ୍ସବ ବେଳେ ଲାଗିଲା ନିଆଁ, ଜଳିଗଲେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମହିଳା
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟ ଘୋଷଣା ପରେ ବିଜୟ ଉତ୍ସବ ପାଳନ କରିଛନ୍ତି ନବନିର୍ବାଚିତ ପ୍ରାର୍ଥୀ। ତେବେ ଏହି ବିଜୟ ଉତ୍ସବ ବେଳେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ।
Politics
ମହାରାଷ୍ଟ୍ରରେ ସୁଶାସନର ବିଜୟ ହୋଇଛି କହିଲେ ମୋଦି, କଂଗ୍ରେସକୁ କଲେ ଟାର୍ଗେଟ
ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି କହିଲେ ମୋଦି। ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି କହି ବିରୋଧୀଙ୍କୁ କଲେ ସମାଲୋଚନା।
Politics
ଜେଏମଏମର ରାମଦାସଙ୍କ ଠାରୁ ହାରିଲେ ଚମ୍ପାଇ ସୋରେନଙ୍କ ପୁଅ
ବିଜେପି ତାଙ୍କୁ ପ୍ରଥମଥର ପାଇଁ ଘାଟଶିଳା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଜେଏମଏମର ରାମଦାସ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଛି।