ପିଲାଙ୍କୁ ସ୍କୁଲ ନ ପଠାଇଲେ ବାପାମାଆ ଥାନାରେ ବସିବେ ୫ ଦିନ: ଧମକ ଦେଲେ ଯୋଗୀଙ୍କ ମନ୍ତ୍ରୀ

ବଲିୟା: ଯୋଗୀ ଆଦିତ୍ୟନାଥଙ୍କ ସରକାରର କ୍ୟାବିନେଟ୍‌ ମନ୍ତ୍ରୀ ଓମ୍‌ ପ୍ରକାଶ ରାଜଭର ଶିକ୍ଷା ବ୍ୟବସ୍ଥାକୁ ନେଇ ଅଭିଭାବକଙ୍କୁ ଏକ ପ୍ରକାର ଧମକ ଦେଇଛନ୍ତି। ରସଡା କସୱେର ଗାନ୍ଧି ମଇଦାନରେ ଏକ ଦଳୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ରାଜଭର କହିଛନ୍ତି- “ପିଲାଙ୍କୁ ସ୍କୁଲ ପଠାଉ ନ ଥିବା ଅଭିଭାବକଙ୍କୁ ବିନା ଖାଇବା ପିଇବା ଦିଆଯାଇ ୫ ଦିନ ଥାନାରେ ବସାଇ ରଖିବୁ।” ସେ କହିଛନ୍ତି, “ମୁଁ ମୋ ମନ ଅନୁସାରେ ଆଇନ ବନାଇବାକୁ ଯାଉଛି। ପିଲାଙ୍କୁ ସ୍କୁଲ ନ ପଠାଉ […]

Rakesh Mallick
  • Published: Sunday, 08 October 2017
  • , Updated: 08 October 2017, 05:09 PM IST

ବଲିୟା: ଯୋଗୀ ଆଦିତ୍ୟନାଥଙ୍କ ସରକାରର କ୍ୟାବିନେଟ୍‌ ମନ୍ତ୍ରୀ ଓମ୍‌ ପ୍ରକାଶ ରାଜଭର ଶିକ୍ଷା ବ୍ୟବସ୍ଥାକୁ ନେଇ ଅଭିଭାବକଙ୍କୁ ଏକ ପ୍ରକାର ଧମକ ଦେଇଛନ୍ତି। ରସଡା କସୱେର ଗାନ୍ଧି ମଇଦାନରେ ଏକ ଦଳୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ରାଜଭର କହିଛନ୍ତି- “ପିଲାଙ୍କୁ ସ୍କୁଲ ପଠାଉ ନ ଥିବା ଅଭିଭାବକଙ୍କୁ ବିନା ଖାଇବା ପିଇବା ଦିଆଯାଇ ୫ ଦିନ ଥାନାରେ ବସାଇ ରଖିବୁ।”

ସେ କହିଛନ୍ତି, “ମୁଁ ମୋ ମନ ଅନୁସାରେ ଆଇନ ବନାଇବାକୁ ଯାଉଛି। ପିଲାଙ୍କୁ ସ୍କୁଲ ନ ପଠାଉ ଥିବା ବାପାମାଆଙ୍କୁ ଉଠାଇ ଆଣି ୫ ଦିନ ଥାନାରେ ବସାଇ ରଖିବୁ। ଏହି ସମୟରେ ସେମାନଙ୍କୁ ଖାଇବା ତ ଦୂରର କଥା, ପାଣି ମୁନ୍ଦେ ବି ପିଇବାକୁ ଦିଆଯିବ ନାହିଁ। ଏଥିପାଇଁ ଆପଣଙ୍କ ନେତା, ଆପଣଙ୍କ ପୁଅ ଓ ଆପଣଙ୍କ ଭାଇ ବୋଲି ନିଜକୁ ଭାବି ବୁଝାଉଛି। ଯଦି ମୋ କଥା ନ ମାନିବ ଆଉ ୬ ମାସ ଆପଣଙ୍କୁ ବୁଝାବି, ତା’ପରେ ମୋ କାମ ମୁଁ କରିବି।”

ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ସମାଲୋଚିତ ହେଉଥିବା ଯୋଗୀ ସରକାରଙ୍କୁ ରାଜଭରଙ୍କ ମନ୍ତବ୍ୟ ଅଡୁଆରେ ପକାଇ ପାରେ। ମନ୍ତ୍ରୀଙ୍କ ଏପରି ବୟାନକୁ ବିରୋଧୀ ସହଜରେ ଗ୍ରହଣ କରିନାହାଁନ୍ତି। ଆଗକୁ ରାଜଭରଙ୍କ ମନ୍ତବ୍ୟକୁ ନେଇ ଦେଶରେ ରାଜନୀତି ସରଗରମ ହେବାର ସମ୍ଭାବନା ରହିଛି।

Related story