ଆଇଏଏସ ପରୀକ୍ଷାରେ ମିଳିଲାନି ସଫଳତା, ଏହି କାମ କଲା ଯୁବକ

ଚେନ୍ନାଇ: ଜାଲ ନୋଟ କାରବାରରେ ଲିପ୍ତ ଥିବା ଏକ ଗ୍ୟାଙ୍ଗକୁ ଧରିଛି ପୁଲିସ୍। ତାମିଲନାଡୁର କୋୟେମ୍ବଟୁରରେ ଏହି ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ଜଣାପଡ଼ିବା ପରେ ରେଡ୍ କରିଥିଲା ପୁଲିସ୍। ୪ ଜଣଙ୍କୁ ଏହି ମାମଲାରେ ପୁଲିସ୍ ଗିରଫ କରିଛି। ପୁଲିସ୍ ରେଡ୍ କରି ଏହି ଗ୍ୟାଙ୍ଗ ପାଖରୁ ୧୪ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି। ଶନିବାର ଦୁଇ ଯୁବକ ଜାଲ୍ ନୋଟ କାରବାର କରୁଥିବାର ସନ୍ଦେହ ପ୍ରକାଶ ପାଇଥିଲା। ଏହାପରେ ସ୍ଥାନୀୟ ଦୋକାନୀ […]

IAS EXAM

Subhransu Sekhar
  • Published: Sunday, 13 October 2019
  • , Updated: 13 October 2019, 05:44 PM IST

ଚେନ୍ନାଇ: ଜାଲ ନୋଟ କାରବାରରେ ଲିପ୍ତ ଥିବା ଏକ ଗ୍ୟାଙ୍ଗକୁ ଧରିଛି ପୁଲିସ୍। ତାମିଲନାଡୁର କୋୟେମ୍ବଟୁରରେ ଏହି ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ଜଣାପଡ଼ିବା ପରେ ରେଡ୍ କରିଥିଲା ପୁଲିସ୍। ୪ ଜଣଙ୍କୁ ଏହି ମାମଲାରେ ପୁଲିସ୍ ଗିରଫ କରିଛି।

[caption id="attachment_446745" align="aligncenter" width="750"] REPRESENTATIVE IMAGE[/caption]

ପୁଲିସ୍ ରେଡ୍ କରି ଏହି ଗ୍ୟାଙ୍ଗ ପାଖରୁ ୧୪ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି। ଶନିବାର ଦୁଇ ଯୁବକ ଜାଲ୍ ନୋଟ କାରବାର କରୁଥିବାର ସନ୍ଦେହ ପ୍ରକାଶ ପାଇଥିଲା। ଏହାପରେ ସ୍ଥାନୀୟ ଦୋକାନୀ ଏ ବାବଦରେ ପୁଲିସକୁ ଖବର ଦେଇଥିଲେ।

ଗିରଫ ପରେ ପୁଲିସ୍ ୪ ଯୁବକଙ୍କୁ ପଚରାଉଚରା କରିଛି। ସେମାନଙ୍କ ମଧ୍ୟରେ ଜଣେ ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ତାର ନାମ ସରଗନା ଧନରାଜ। ସେ ଆଇଏଏସ ପରୀକ୍ଷା ଦେଇ ସଫଳ ହୋଇନଥିଲେ। ଏହାପରେ ସେ ଏଭଳି କାମ ପାଇଁ ଆଗେଇ ଆସିଥିଲେ ବୋଲି କହିଛନ୍ତି। ଏକ ଭଡ଼ା ଘରେ ରହି ନକଲି ନୋଟ୍ ଛାପୁଥିଲେ ଧନରାଜ। ଏହାପରେ ତିନି ଜଣ ଲୋକଙ୍କୁ ବଜାରରେ ଏହି ନକଲି ନୋଟ୍ ବାଣ୍ଟିବା ପାଇଁ ଧନରାଜ ନିୟୋଜିତ କରିଥିଲେ ବୋଲି ପୁଲିସ କହିଛି।

Related story