କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭେଟକୁ ବିଜେପି ସ୍ୱାଗତ କରିଛି। ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ମୁକୁଲ ରୟ କହିଛନ୍ତି, ସଂଘୀୟ ବ୍ୟବସ୍ଥା ଏମିତି ହିଁ ଚାଲେ। ସେ ଏହି ଭେଟ୍ଘାଟ୍କୁ ସ୍ୱାଗତ କରିଥିଲେ ହେଁ ମମତାଙ୍କୁ ସମାଲୋଚନା କରିବା ଭୁଲିନାହାନ୍ତି।
ସେ କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସମୟ ମାଗି ଭେଟିଛନ୍ତି, ସେ ଭେଟିବା ଉଚିତ। ସମାନ ଭାବେ ଯଦି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଡାକୁଛନ୍ତି, ତା’କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନ ଜଣାଇବା ଆବଶ୍ୟକ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ମମତାଙ୍କୁ ଭେଟିବା ପାଇଁ ବହୁତ ଥର ଦିଲ୍ଲୀ ଡାକିଛନ୍ତି। କିନ୍ତୁ ମମତା ଏସବୁକୁ ଅଗ୍ରାହ୍ୟ କରିଦେଇଥିଲେ।
ଏନ୍ଆରସି ବାବଦରେ ମୁକୁଲ କହିଥିଲେ, ମମତା ନିଷ୍ପତ୍ତି ନିଅନ୍ତୁ ସେ ଏନ୍ଆରସିକୁ ସମର୍ଥନ ଜଣାଇବେ ନା ବିରୋଧ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ହେବେ କଂଗ୍ରେସର ଅଳକା ଲାମ୍ବା
କଂଗ୍ରେସ ଦିଲ୍ଲୀର ଆଉ ୨୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। ଏହି ୨୭ ଜଣଙ୍କ ମଧ୍ୟରେ ଅଳକା ଲାମ୍ବାଙ୍କ ନାଁ ରହିଛି।
National
ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର ହୋଇଥିଲେ, କିନ୍ତୁ ଏବେ କୋର୍ଟ ଦେଲେ ମୃତ୍ୟୁଦଣ୍ଡ
ପ୍ରଥମେଶଙ୍କ ଉପରେ ତାଙ୍କ ୬୮ ବର୍ଷୀୟ ବାପା ଅଶିମ. ୬୦ ବର୍ଷୀୟ ମା’ ଶୁଭଦ୍ରା ଓ ବାହାଘର ପରେ ମଧ୍ୟ ଘରେ ରହୁଥିବା ୩୮ ବର୍ଷୀୟ ଭଉଣୀ ପଲ୍ଲବୀ ନିର୍ଭରଶୀଳ ଥିଲେ।
National
ନିର୍ବାଚନ ନିୟମରେ ସଂଶୋଧନ: ସୁପ୍ରିମକୋର୍ଟରେ ପହଞ୍ଚିଲା କଂଗ୍ରେସ
ନିର୍ବାଚନ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଶୁକ୍ରବାର ନିର୍ବାଚନ ପରିଚାଳନା ନିୟମ ୧୯୬୧ର ନିୟମ ୯୩(୨)(ଏ)ରେ ବଡ଼ ସଂଶୋଧନ କରିଥିଲେ।
National
୪ ଘଣ୍ଟାର ଜେରା ପରେ ଅଲ୍ଲୁ ଅର୍ଜୁନଙ୍କୁ ଛାଡ଼ିଲା ପୁଲିସ୍, ଏହି ସବୁ ପ୍ରଶ୍ନରେ କଲା ଘାଇଲା
ଦିନ ୧୧ଟାରୁ ଅଲ୍ଲୁ ଅର୍ଜୁନ ଥାନାରେ ପହଞ୍ଚିଥିବା ପରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିଲା। ଏସିପି ରମେଶଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୁଲିସ୍ ଟିମ ଅଲ୍ଲୁଙ୍କୁ ଜେରା କରିଥିଲା।
National
ବସ୍ଙ୍କ ସହ ସମ୍ପର୍କ ରଖିବାକୁ ପତ୍ନୀଙ୍କୁ ବାଧ୍ୟ କଲେ, ମନା କରିବାରୁ...
ଚାକିରିରେ ଉନ୍ନତି ପାଇଁ ପତ୍ନୀଙ୍କୁ ନିଜ ବସ୍ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବ୍ୟକ୍ତିଜଣକ । ମାତ୍ର ପତ୍ନୀଜଣକ ପତିଙ୍କ ଏପରି ନିର୍ଦ୍ଦେଶକୁ ନ ମାନିବାରୁ ମିଳିଲା କଡ଼ା ଶାସ୍ତି।