କଂଗ୍ରେସ କ୍ଷମତାକୁ ଆସିଲେ ବନ୍ଦ ହେବ ନୀତି ଆୟୋଗ: ରାହୁଲ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣିଥରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଯଦି କଂଗ୍ରେସ କ୍ଷମତାକୁ ଫେରିବ, ତା’ହେଲେ ନୀତି ଆୟୋଗକୁ ପ୍ରଥମେ ବନ୍ଦ କରାଯିବ। ପୂର୍ବରୁ କ୍ଷମତାକୁ ଆସିଲେ ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଲେଖାଏ ଦେବାକୁ କହିଥିବା ରାହୁଲ ଏବେ ଟ୍ୱିଟ୍‌ କରି କହିଛନ୍ତି, “ଦେଶରେ ପ୍ରଚଳିତ ନୀତି ଆୟୋଗକୁ କଂଗ୍ରେସ କ୍ଷମତାକୁ ଆସିଲେ ବନ୍ଦ କରିଦେବ। ନୀତି ଆୟୋଗ ଦେଶ ପାଇଁ କୌଣସି […]

r

Hemant Lenka
  • Published: Saturday, 30 March 2019
  • , Updated: 30 March 2019, 08:33 AM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣିଥରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଯଦି କଂଗ୍ରେସ କ୍ଷମତାକୁ ଫେରିବ, ତା’ହେଲେ ନୀତି ଆୟୋଗକୁ ପ୍ରଥମେ ବନ୍ଦ କରାଯିବ।

ପୂର୍ବରୁ କ୍ଷମତାକୁ ଆସିଲେ ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଲେଖାଏ ଦେବାକୁ କହିଥିବା ରାହୁଲ ଏବେ ଟ୍ୱିଟ୍‌ କରି କହିଛନ୍ତି, “ଦେଶରେ ପ୍ରଚଳିତ ନୀତି ଆୟୋଗକୁ କଂଗ୍ରେସ କ୍ଷମତାକୁ ଆସିଲେ ବନ୍ଦ କରିଦେବ। ନୀତି ଆୟୋଗ ଦେଶ ପାଇଁ କୌଣସି କାମ କରୁନାହିଁ।

ବରଂ ଏହି ସଂସ୍ଥାଟି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ମାର୍କେଟିଂ କରୁଥିବା ବେଳେ ବିଭିନ୍ନ ତଥ୍ୟକୁ ଗୋଳମାଳିଆ କରିବା କାର୍ଯ୍ୟରେ ଲିପ୍ତ ରହିଛି। ନୀତି ଆୟୋଗ ବଦଳରେ ଏକ ପ୍ଲାନିଂ କମିଶନ ଗଠନ କରାଯିବ। ଯେଉଁଥିରେ ଅଭିଜ୍ଞ ଅର୍ଥନୀତିକ ଓ ବିଶେଷଜ୍ଞ ରହିବେ। ଏହାର ସଂଖ୍ୟା ୧୦୦ରୁ କମ୍‌ ରହିବ।”
ପୂର୍ବରୁ କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ୨୦% ଗିରବଙ୍କୁ ମାସିକ ୬ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯିବ ବୋଲି ରାହୁଲ କହିଥିଲେ।

Related story