ନିର୍ବାଚନ ପୂର୍ବରୁ ୫୫ କୋଟିର ନଗଦ ଟଙ୍କା, ନିଶାଦ୍ରବ୍ୟ ଜବତ

ହାଇଦ୍ରାବାଦ୍‌: ତେଲେଙ୍ଗାନା ବିଧାନସଭା ପାଇଁ ଆସନ୍ତା ଡିସେମ୍ବର ୭ରେ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟର୍‌ଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ବିଭିନ୍ନ ରାଜନୀତିକ ଦଳ ଏବେଠାରୁ ଟଙ୍କା ଓ ମଦ ବାଣ୍ଟିବା ଆରମ୍ଭ କରିଦେଇଛନ୍ତି। ତେବେ ଏଭଳି ଟଙ୍କା ଓ ମଦ ବଣ୍ଟାକୁ ବନ୍ଦ କରିବାକୁ ଆୟକର ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରିବାରେ ଲାଗିଛି। ଏହି ଚଢ଼ଉ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୮୮.୮୫ କୋଟି ନଗଦ ଟଙ୍କା ସହ ବିପୁଳ ପରିମାଣର ନିଶାଦ୍ରବ୍ୟ […]

y

Hemant Lenka
  • Published: Monday, 05 November 2018
  • , Updated: 05 November 2018, 09:08 PM IST

ହାଇଦ୍ରାବାଦ୍‌: ତେଲେଙ୍ଗାନା ବିଧାନସଭା ପାଇଁ ଆସନ୍ତା ଡିସେମ୍ବର ୭ରେ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟର୍‌ଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ବିଭିନ୍ନ ରାଜନୀତିକ ଦଳ ଏବେଠାରୁ ଟଙ୍କା ଓ ମଦ ବାଣ୍ଟିବା ଆରମ୍ଭ କରିଦେଇଛନ୍ତି। ତେବେ ଏଭଳି ଟଙ୍କା ଓ ମଦ ବଣ୍ଟାକୁ

ବନ୍ଦ କରିବାକୁ ଆୟକର ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରିବାରେ ଲାଗିଛି। ଏହି ଚଢ଼ଉ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୮୮.୮୫ କୋଟି ନଗଦ ଟଙ୍କା ସହ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଛି। ନଗଦ ଟଙ୍କା ସହ ଚଢ଼ଉରେ ସାମିଲ ହୋଇଥିବା ଅଧିକାରୀମାନେ ୧.୫୭ ଲକ୍ଷ ଲିଟର ମଦ ମଧ୍ୟ ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୩.୫୦ କୋଟି ହେବ।

ଏହା ବାଦ୍‌ ୧.୩୦ କୋଟିର ସୁନା ଓ ରୂପା ଅଳଙ୍କାର, ୩ଟି କାର ଏବଂ ୩ଟି ବାଇକ୍‌ ମଧ୍ୟ ଜବତ ହୋଇଥିବା ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

ହାଇଦ୍ରାବାଦ୍‌ରୁ ସର୍ବାଧିକ ୮ କୋଟିର ନଗଦ ଟଙ୍କା ଓ ୧,୬୧୬ ଲିଟର ମଦ ଜବତ ହୋଇଛି।

୨୦୧୪ରେ ମଧ୍ୟ ତେଲେଙ୍ଗାନା ବିଧାନସଭା ଓ ଲୋକସଭା ନିର୍ବାଚନ ବେଳେ ସମଗ୍ର ରାଜ୍ୟରୁ ନଗଦ ୭୬ କୋଟି ଟଙ୍କା ଜବତ ହେବାର ରେକର୍ଡ ଏବେ ବି ଅତୁଟ ରହିଛି।

Related story