ଏନ୍‌ଆଇଆର୍‌ଏଫ୍‌ ୨୦୧୯ ରାଙ୍କିଙ୍ଗ: ଆଇଆଇଟି ମାଡ୍ରାସ ନମ୍ବର ୧ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ: ଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ବର୍ଷର ନ୍ୟାଶନାଲ ଇନଷ୍ଟିଚ୍ୟୁସନାଲ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌) ଓ ଅଟଳ ରାଙ୍କିଙ୍ଗ ଅଫ୍‌ ଇନଷ୍ଟିଚ୍ୟୁସନ ଅନ୍‌ ଇନୋଭେସନ୍‌ ଆଚିଭମେଣ୍ଟ(ଏଆରଆଇଆଇଏ)ର ତାଲିକା ଜାରି କରିଛନ୍ତି। ଏହି ତାଲିକା କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ତାଲିକା ଅନୁଯାୟୀ, ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ୧ ନଂ ସ୍ଥାନରେ ଆଇଆଇଟି ମାଡ୍ରାସ୍‌ ରହିଛି। ଗତବର୍ଷ ଏକ ନମ୍ବର ସ୍ଥାନରେ ଥିବା […]

m

Hemant Lenka
  • Published: Monday, 08 April 2019
  • , Updated: 08 April 2019, 09:22 PM IST

ନୂଆଦିଲ୍ଲୀ: ଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ବର୍ଷର ନ୍ୟାଶନାଲ ଇନଷ୍ଟିଚ୍ୟୁସନାଲ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌) ଓ ଅଟଳ ରାଙ୍କିଙ୍ଗ ଅଫ୍‌ ଇନଷ୍ଟିଚ୍ୟୁସନ ଅନ୍‌ ଇନୋଭେସନ୍‌ ଆଚିଭମେଣ୍ଟ(ଏଆରଆଇଆଇଏ)ର ତାଲିକା ଜାରି କରିଛନ୍ତି। ଏହି ତାଲିକା କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ତାଲିକା ଅନୁଯାୟୀ, ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ୧ ନଂ ସ୍ଥାନରେ ଆଇଆଇଟି ମାଡ୍ରାସ୍‌ ରହିଛି। ଗତବର୍ଷ ଏକ ନମ୍ବର ସ୍ଥାନରେ ଥିବା ଆଇଆଇଏସ୍‌ସି ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ସେହିପରି ଆଇଆଇଟି ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି।

ଓଡ଼ିଶା କଥା ବିଚାରକୁ ନେଲେ ୩୮ତମ ସ୍ଥାନରେ ଏନ୍‌ଆଇଟି ରାଉରକେଲା ଓ ୪୧ତମ ସ୍ଥାନରେ ସୋଆ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ୪୬ତମ ସ୍ଥାନରେ ଆଇଆଇଟି ଭୁବନେଶ୍ୱର ଥିବା ବେଳେ ୫୦ତମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ ରହିଛି।

ଦେଶର ବିଶ୍ୱବିଦ୍ୟାଳୟ କଥା ବିଚାରକୁ ନେଲେ ଆଇଆଇଏସ୍‌ ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଜେଏନ୍‌ୟୁ ଓ ତୃତୀୟ ସ୍ଥାନରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରହିଛି। ଇଞ୍ଜିନିୟରିଂ କ୍ୟାଟେଗରୀରେ ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନରେ ଥିବା ବେଳେ ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ବମ୍ବେ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଇଞ୍ଜିନିୟରିଂ କଲେଜ ରାଙ୍କିଙ୍ଗର ୯୪ତମ ସ୍ଥାନରେ ସିଭି ରମଣ ଇଞ୍ଜିନିୟରିଂ କଲେଜ ରହିଛି।

କଲେଜ୍‌ କ୍ୟାଟେଗୋରୀରେ ମରାଣ୍ଡା ହାଉସ୍‌ ଓ ହିନ୍ଦୁ କଲେଜଜ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚେନ୍ନାଇରେ ଥିବା ପ୍ରେସିଡେନ୍ସି କଲେଜ୍‌ ଏହି ବିଭାଗର ତୃତୀୟ ସ୍ଥାନରେ ରହିଛି। ମ୍ୟାନେଜମେଣ୍ଟ କ୍ୟାଟେଗୋରୀରେ ଆଇଆଇଏମ ବେଙ୍ଗାଲୁରୁ ପ୍ରଥମ ସ୍ଥାନ ଅଧିକାର କରିଛି। ଆଇଆଇଏମ୍‌ ଅହମଦାବାଦ ଓ ଆଇଆଇଏମ କୋଲକାତା ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।

ଜାମିଆ ହମଦର୍ଦ ବିଶ୍ୱବିଦ୍ୟାଳୟ ଫାର୍ମାସି ବିଭାଗରେ ଏକ ନମ୍ବର ସ୍ଥାନରେ ରହିଛି। ଏହା ଦେଶର ଏକମାତ୍ର ବିଶ୍ୱବିଦ୍ୟାଳୟ ଯେଉଁଠାରେ ୟୁନାନି ମେଡିସିନ୍‌ ସମ୍ପର୍କରେ ଶିକ୍ଷାଦାନ କରାଯାଏ। ଦ୍ୱିତୀୟରେ ପଞ୍ଜାବ ବିଶ୍ୱବିଦ୍ୟାଳୟ ଓ ତୃତୀୟରେ ପଞ୍ଜାବରେ ଥିବା ଏନ୍‌ଆଇପିଇଆର୍‌ ରହିଛନ୍ତି। ଆଇନ୍‌ ବିଭାଗରେ ବେଙ୍ଗାଲୁରୁର ନ୍ୟାଶନାଲ ଲ’ ସ୍କୁଲ ଅଫ୍‌ ଇଣ୍ଡିଆ ୟୁନିର୍ଭସିଟି ପ୍ରଥମ ସ୍ଥାନରେ ଥିବା ବେଳେ ଆର୍କିଟେକଚରରେ ଆଇଆଇଟି ଖଡ଼ଗପୁର ୧ ନଂ ସ୍ଥାନ ଅଧିକାର କରିଛି। ମେଡିକାଲ କ୍ୟାଟେଗୋରୀରେ ଦିଲ୍ଲୀ ସ୍ଥିତ ଏମ୍ସ ପ୍ରଥମ ସ୍ଥାନରେ ରହିଛି।

Related story