ଇଜିପ୍ଟ୍: ସଡକ ଦୁର୍ଘଟଣାରେ ୩ ମୃତ, ୨୮ ଆହତ

କାଇରୋ:ଇଜିପ୍ଟର ରାଜଧାନୀ କଇରୋରେ ଏକ ସଡକ ଦୁର୍ଘଟଣା ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ଇଜିପ୍ଟର କ୍ୟୁନା ଗର୍ଭନେଟରେ କରମ ଓମରାନ୍ ଗାଁରେ ବସଟି ଭାରସାମ୍ୟ ହରାଇ ସିକ୍ୟୁରିଟି ଫୋର୍ସର ଏକ ଗାଡି ସହ ପିଟି ହୋଇଯାଇଥିଲା । ୧୦ଟି ଆମ୍ବୁଲାନ୍ସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ସୂଚନାଯୋଗ୍ୟ, ଇଜିପ୍ଟ ସବୁଠାରୁ ଅଧିକ ସଡକ ଦୁର୍ଘଟଣା ହୋଇଥାଏ। ଏହି ଦେଶାରେ ଖରାପ ରାସ୍ତା ସହ […]

bus-accident

Rakesh Mallick
  • Published: Tuesday, 14 July 2015
  • , Updated: 04 May 2017, 03:45 PM IST

କାଇରୋ:ଇଜିପ୍ଟର ରାଜଧାନୀ କଇରୋରେ ଏକ ସଡକ ଦୁର୍ଘଟଣା ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ଇଜିପ୍ଟର କ୍ୟୁନା ଗର୍ଭନେଟରେ କରମ ଓମରାନ୍ ଗାଁରେ ବସଟି ଭାରସାମ୍ୟ ହରାଇ ସିକ୍ୟୁରିଟି ଫୋର୍ସର ଏକ ଗାଡି ସହ ପିଟି ହୋଇଯାଇଥିଲା । ୧୦ଟି ଆମ୍ବୁଲାନ୍ସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ।

ସୂଚନାଯୋଗ୍ୟ, ଇଜିପ୍ଟ ସବୁଠାରୁ ଅଧିକ ସଡକ ଦୁର୍ଘଟଣା ହୋଇଥାଏ। ଏହି ଦେଶାରେ ଖରାପ ରାସ୍ତା ସହ ବେପରୁଆ ଗାଡି ଚାଳଣା ଯୋଗୁ ଅଧିକ ଦୁର୍ଘଟଣା ଘଟିଥାଏ । ଭାରତ, ଚୀନ, ଆମେରିକା ପରେ ଇଜିପ୍ଟ ସବୁଠାରୁ ଅଧିକ ସଡକ ଦୁର୍ଘଟଣାରେ ୧୦ ନମ୍ବର ସ୍ଥାନରେ ରହିଛି ।

Related story