କଳି ଯୁଗର କୁବେର! ସମ୍ପତ୍ତି ଦେଖି ଟେରା ହୋଇଗଲା ପୁଲିସ୍‌

ହାଇଦ୍ରାବାଦ: ଆୟବର୍ହୁଭୂତ ମାମଲାରେ ରେଡ୍‌ କରୁଥିବା ବେଳେ ପୁଲିସ୍‌ ଜବତ କରିଥିବା ସାମଗ୍ରୀକୁ ଦେଖି ସମସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି। ରେଡ୍‌ ବେଳେ ବେଆଇନ ଭାବେ ରଖାଯାଇଥିବା ବନ୍ଧୁକ ସହ ଦାମୀ ଗାଡ଼ି, ଦାମୀ କାର, ଏକାଧିକ ବାକ୍ସରେ ଭର୍ତ୍ତି ସୁନା, ରୁପା ଓ ଗୋଟିଏ ଘୋଡ଼ା ଜବତ କରାଯାଇଛି। ଏତେ ପରିମାଣର ସମ୍ପତ୍ତି ଜଣେ ସାଧାରଣ ଲୋକଙ୍କ ଘରୁ୦ଜବତ କରି ପୁଲିସ୍‌ ପୂରା ହତବାକ ହୋଇଯାଇଛି। ଏହି ସମ୍ପତ୍ତି ସବୁ ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଟ୍ରେଜେରୀ ବିଭାଗରେ […]

dw

Hemant Lenka
  • Published: Thursday, 20 August 2020
  • , Updated: 20 August 2020, 06:39 PM IST

ହାଇଦ୍ରାବାଦ: ଆୟବର୍ହୁଭୂତ ମାମଲାରେ ରେଡ୍‌ କରୁଥିବା ବେଳେ ପୁଲିସ୍‌ ଜବତ କରିଥିବା ସାମଗ୍ରୀକୁ ଦେଖି ସମସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି। ରେଡ୍‌ ବେଳେ ବେଆଇନ ଭାବେ ରଖାଯାଇଥିବା ବନ୍ଧୁକ ସହ ଦାମୀ ଗାଡ଼ି, ଦାମୀ କାର, ଏକାଧିକ ବାକ୍ସରେ ଭର୍ତ୍ତି ସୁନା, ରୁପା ଓ ଗୋଟିଏ ଘୋଡ଼ା ଜବତ କରାଯାଇଛି। ଏତେ ପରିମାଣର ସମ୍ପତ୍ତି ଜଣେ ସାଧାରଣ ଲୋକଙ୍କ ଘରୁ୦ଜବତ କରି ପୁଲିସ୍‌ ପୂରା ହତବାକ ହୋଇଯାଇଛି।

ଏହି ସମ୍ପତ୍ତି ସବୁ ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଟ୍ରେଜେରୀ ବିଭାଗରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଜି ମନୋଜ କୁମାରଙ୍କ ବୋଲି କୁହାଯାଉଛି। ତେବେ ଏତେ ପରିମାଣର ଜିନିଷପତ୍ର ମନୋଜଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ନାଗାଲିଙ୍ଗାଙ୍କ ସମ୍ପର୍କୀୟ ବାଲାପ୍ପାଙ୍କ ଘରୁ ଠାବ ହୋଇଛି।

Bukkarayasamudramର ଏସସି କଲୋନୀରେ ଥିବା ବାଲାପ୍ପାଙ୍କ ଘରୁ ୮ଟି ଟ୍ରଙ୍କରେ ଭର୍ତ୍ତି ହୋଇଥିବା ୨.୪୨୦ ଗ୍ରାମର ସୁନା ଓ ୮୪ କେଜି ରୁପା ମିଳିଛି। ଏହାବାଦ ୧୫.୫୫ ଲକ୍ଷର ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ପୁଲିସ୍‌ ରେଡ ବେଳେ ୭ଟି ଦାମୀ ବାଇକ ଠାବ କରିଛି। ଏହା ମଧ୍ୟରେ ହାର୍ଲି ଡାଭିଡସନ, କରିଜମା ଓ ବୁଲେଟ ରହିଛି। ୨ଟି ଏସୟୁଭି, ୪ଟି ଟ୍ରାକ୍ଟର ଓ ୩ଟି ୩.୯ ଏମଏମର ଜୋରାକି ପିସ୍ତଲ ଜବତ କରାଯାଇଛି। ଗୋଟିଏ ଘୋଡ଼ା ମଧ୍ୟ ତାଙ୍କ ଘରୁ ପୁଲିସ୍‌ ଜବତ କରିଛି।

ଏତେ ପରିମାଣର ସମ୍ପତ୍ତି ଠାବ କରିବା ପରେ ପୁଲିସ୍‌ ଦୁର୍ନୀତି ନିରୋଧ ଶାଖା ଓ ଆୟକର ବିଭାଗକୁ ଏ ସମ୍ପର୍କରେ ସୂଚନା ଦେବା ସହ ଅଧିକ ତଦନ୍ତ ପାଇଁ ସହଯୋଗ ଲୋଡ଼ିଛି।

୨୦୦୫ରେ ମନୋଜ କୁମାରଙ୍କ ବାପା ହେଡକନଷ୍ଟେବଲ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରାଣ ହରାଇଥିଲେ। ଏଥିପାଇଁ ସରକାରଙ୍କ ପକ୍ଷରୁ ମନୋଜଙ୍କୁ ଟ୍ରେଜେରୀ ବିଭାଗରେ ଚାକିରି ମିଳିଥିଲା। କୁହାଯାଉଛି, ଏହି ଜିନିଷ ପତ୍ରଗୁଡ଼ିକ ପ୍ରଥମେ ମନୋଜ ତାଙ୍କ ଡ୍ରାଇଭରଙ୍କ ଘରେ ରଖିଥିଲେ। ତେବେ ଏହାପରେ ଏହାକୁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ସ୍ଥାନାନ୍ତର କରାଯାଇଥିଲା। ମନୋଜ କୋଟିକୋଟି ଟଙ୍କାର ସମ୍ପତ୍ତି ନିଜ ଶାଶୂ ଓ ଡ୍ରାଇଭରଙ୍କ ନାଁରେ ବି କିଣିଛନ୍ତି।

Related story