ମୁଁ ପରେ ଟିକା ନେବି: ଶିବରାଜ

ଭୋପାଲ: ଦୁଇ କରୋନା ଟିକା ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମିଳିବାପରେ ଏବେ ଟିକାକାରଣ ମାର୍ଚ୍ଚ ସୁଦ୍ଧା ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି। ଏହାରି ଭିତରେ କିଏ ଆଗ ଟିକା ନେବେ ସେ ନେଇ ମତ ରଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ୍। ଯେଉଁମାନଙ୍କର ଆବଶ୍ୟକତା ରହିଛି ଆଗ ସେମାନେ ଟିକା ନେବା ଦରକାର। ସେ ପଛରେ ଟିକା ନେବେ ବୋଲି କହିଛନ୍ତି। #WATCH …I have decided that I will not […]

shivraj

Subhransu Sekhar
  • Published: Monday, 04 January 2021
  • , Updated: 04 January 2021, 01:49 PM IST

ଭୋପାଲ: ଦୁଇ କରୋନା ଟିକା ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମିଳିବାପରେ ଏବେ ଟିକାକାରଣ ମାର୍ଚ୍ଚ ସୁଦ୍ଧା ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି। ଏହାରି ଭିତରେ କିଏ ଆଗ ଟିକା ନେବେ ସେ ନେଇ ମତ ରଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ୍। ଯେଉଁମାନଙ୍କର ଆବଶ୍ୟକତା ରହିଛି ଆଗ ସେମାନେ ଟିକା ନେବା ଦରକାର। ସେ ପଛରେ ଟିକା ନେବେ ବୋଲି କହିଛନ୍ତି।

https://twitter.com/ANI/status/1345989866601922560?s=20

ସୂଚନାଯୋଗ୍ୟ, ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାକୁ ଅନୁମତି ଦେଇଛି। କୋଭିଶିଲ୍ଡ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ତିଆରି କରିଥିବା ବେଳେ କୋଭାକ୍ସିନ୍ ଭାରତ ବାୟୋଟେକ୍ ତିଆରି କରିଛି।

ଟିକାକରଣ ଆରମ୍ଭ ହେବାପୂର୍ବରୁ ଶନିବାର ପାଖରୁ ବିଭିନ୍ନ ରାଜ୍ୟରେ ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି।

Related story