ମୋ ପୁଅକୁ ପୁଲିସ୍‌ ଗୁଳି କରିଦେଉ: ବିକାଶର ମା’

କାନପୁର: କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ପୁଲିସ୍‌ ଏବେ ଚାରିଆଡ଼େ ଖୋଜୁଛି। ଗୁରୁବାର ଉତ୍ତର ପ୍ରଦେଶର କାନପୁର ସ୍ଥିତ ବିକୁର ସ୍ଥିତ ଗାଁରେ ବିକାଶ ଲୁଚିଥିବା ଖବର ମିଳିବା ପରେ ପୁଲିସ୍‌ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ତେବେ ପୁଲିସ୍‌କୁ ଜେସିବି ଦ୍ୱାରା ଚକମା ଦେଇ ବିକାଶ ଓ ତା’ର ସହଯୋଗୀମାନେ ଗୁଳି କରିଥିଲେ। ଏଥିରେ ୮ ଜଣ ପୁଲିସ୍‌ ସହିଦ ହୋଇଛନ୍ତି। ବିକାଶର ଏହି ବର୍ବରତା ପାଇଁ କେବଳ ମୃତ୍ୟୁ ହିଁ ଏକମାତ୍ର ଦଣ୍ଡ ବୋଲି […]

daea

Hemant Lenka
  • Published: Saturday, 04 July 2020
  • , Updated: 04 July 2020, 09:38 PM IST

କାନପୁର: କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ପୁଲିସ୍‌ ଏବେ ଚାରିଆଡ଼େ ଖୋଜୁଛି। ଗୁରୁବାର ଉତ୍ତର ପ୍ରଦେଶର କାନପୁର ସ୍ଥିତ ବିକୁର ସ୍ଥିତ ଗାଁରେ ବିକାଶ ଲୁଚିଥିବା ଖବର ମିଳିବା ପରେ ପୁଲିସ୍‌ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ତେବେ ପୁଲିସ୍‌କୁ ଜେସିବି ଦ୍ୱାରା ଚକମା ଦେଇ ବିକାଶ ଓ ତା’ର ସହଯୋଗୀମାନେ ଗୁଳି କରିଥିଲେ।

ଏଥିରେ ୮ ଜଣ ପୁଲିସ୍‌ ସହିଦ ହୋଇଛନ୍ତି। ବିକାଶର ଏହି ବର୍ବରତା ପାଇଁ କେବଳ ମୃତ୍ୟୁ ହିଁ ଏକମାତ୍ର ଦଣ୍ଡ ବୋଲି ତା’ର ମା’ କହିଛନ୍ତି। ବିକାଶ ଦୁବେର ମା’ ସରଲା ଦେବୀ କହିଛନ୍ତି, ମୋ ପୁଅକୁ ପୁଲିସ ଗୁଳି କରି ମାରିଦେଉ। ସେ ପୁଲିସ ଆଗରେ ହାଜର ହେବା ଦରକାର। ଯଦି ସେ ପୁଲିସ୍‌କୁ ଚକମା ଦେଇ ଖସି ଯାଉଛି, ତା’ହେଲେ ପୁଲିସ ତାକୁ ଧରି ଏନକାଉଣ୍ଟର କରିଦେଉ। ମୋ ପୁଅ ବହୁତ ଖରାପ କାମ କରିଛି। ତା’ର ବଞ୍ଚିବାର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି।

Related story