ଶୀନା ଓ ମିଖାଇଲ ସିଦ୍ଧାର୍ଥଙ୍କ ସନ୍ତାନ

କୋଲକତା: ‘ମୃତ ଶୀନା ଓ ଜୀବିତ ମିଖାଇଲ ବୋରା ମୋ ସନ୍ତାନ। ଆବଶ୍ୟକ ପଡିଲେ ଡିଏନଏ ମଧ୍ୟ ଟେଷ୍ଟ କରି ପ୍ରମାଣ କରିବି’। ମଙ୍ଗଳବାର ଏହା କହିଛନ୍ତି କୋଲକାତାରେ ରହୁଥିବା ସିଦ୍ଧାର୍ଥ ଦାସ (ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପ୍ରଥମ ସ୍ୱାମୀ)। ଶୀନା ବୋରା ହତ୍ୟା ରହସ୍ୟ ଦିନକୁ ଦିନ ଜଟିଳ ହେଉଥିବାବେଳେ ସିଦ୍ଧାର୍ଥ ଦାସ ମୁହଁ ଖୋଲି ଏହି ଚର୍ଚ୍ଚିତ ହତ୍ୟାକାଣ୍ଡକୁ ଭିନ୍ନ ମୋଡ ଦେଇଛନ୍ତି। ସେ ସମ୍ବାଦିକଙ୍କୁ କହିଛନ୍ତି ଯେ,  ଶୀନା ଓ ମିଖାଇଲ ତାଙ୍କ ରକ୍ତରୁ […]

I'm Sheena, Mikhail's father: Kolkata resident Siddhartha Das

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 08:08 AM IST

କୋଲକତା: ‘ମୃତ ଶୀନା ଓ ଜୀବିତ ମିଖାଇଲ ବୋରା ମୋ ସନ୍ତାନ। ଆବଶ୍ୟକ ପଡିଲେ ଡିଏନଏ ମଧ୍ୟ ଟେଷ୍ଟ କରି ପ୍ରମାଣ କରିବି’। ମଙ୍ଗଳବାର ଏହା କହିଛନ୍ତି କୋଲକାତାରେ ରହୁଥିବା ସିଦ୍ଧାର୍ଥ ଦାସ (ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପ୍ରଥମ ସ୍ୱାମୀ)। ଶୀନା ବୋରା ହତ୍ୟା ରହସ୍ୟ ଦିନକୁ ଦିନ ଜଟିଳ ହେଉଥିବାବେଳେ ସିଦ୍ଧାର୍ଥ ଦାସ ମୁହଁ ଖୋଲି ଏହି ଚର୍ଚ୍ଚିତ ହତ୍ୟାକାଣ୍ଡକୁ ଭିନ୍ନ ମୋଡ ଦେଇଛନ୍ତି। ସେ ସମ୍ବାଦିକଙ୍କୁ କହିଛନ୍ତି ଯେ,  ଶୀନା ଓ ମିଖାଇଲ ତାଙ୍କ ରକ୍ତରୁ ଜନ୍ମ ନେଇଛନ୍ତି। ଶୀନା ୧୯୮୭ ଫେବୃଆରୀ ୧୧ରେ ଇନ୍ଦ୍ରାଣୀଙ୍କ ଔରସରୁ ଜନ୍ମ ନେଇଥିଲେ।ଏହାପରେ ବହୁବାର ତାଙ୍କ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ବୋଲି ସେ କହିଛନ୍ତି। କୋଲକାତାର ଦୁମ୍ ଦୁମ୍ ଅଞ୍ଚଳରେ ଗୋଟିଏ ଦୁଇଟିକିଆ ଆପାର୍ଟମେଣ୍ଟ ରହୁଥିବା ସିଦ୍ଧାର୍ଥ ଦାସ କହିଛନ୍ତି ଯେ,  ଯେତେବେଳେ ତାଙ୍କୁ ୧୭ବର୍ଷ ହୋଇଥିଲା ସେ ଇନ୍ଦ୍ରାଣୀଙ୍କୁ ବିବାହ କରିଥିଲେ। ଇନ୍ଦ୍ରାଣୀ ତାଙ୍କ ପାଖରେ କିଛି ଦିନ ରହିବା ପରେ ତାଙ୍କୁ ପରିତ୍ୟାଗ କରି ଚାଲିଯାଇ ଥିଲେ ବୋଲି ସେ କହିଛନ୍ତି। କିନ୍ତୁ ଶୀନାକୁ ଏହା ଭିତରେ ମାରି ଦିଆଯାଇଛି ବୋଲି ସିଦ୍ଧାର୍ଥ ଜାଣି ନାହାନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ,୨୦୧୨ ସମିହା ଏପ୍ରିଲ ମାସରେ ଶୀନାଙ୍କୁ ମା ଇନ୍ଦ୍ରାଣୀ ଓ ତାଙ୍କ ପୂର୍ବତନ ସ୍ୱାମୀ ତଥା ସଞ୍ଜୀବ ଖାନ୍ନା ଏବଂ ଡ୍ରାଇଭର ଶ୍ୟାମ ରାୟଙ୍କ ସହଯୋଗରେ ହତ୍ୟା କରାଯାଇ ଥିବା ସନ୍ଦେହ କରାଯାଇଛି । ଏନେଇ ପୋଲିସ ଏହି ତିନିଜଣଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଛି।

Related story