ମାସୁଦ ସହଯୋଗୀକୁ ଭେଟିଲେ ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ: ଗୋଟିଏ ପଟେ ଭାରତ ସହ କର୍ତ୍ତାରପୁର କରିଡର ପାଇଁ ଆଲୋଚନା କରୁଥିବା ପାକିସ୍ତାନ ଅନ୍ୟପଟେ ବୈଠକ ପୂର୍ବରୁ ଆତଙ୍କବାଦୀଙ୍କ ସହ ସାକ୍ଷତ କରିବା ଏବେ ସାମ୍ନାକୁ ଆସିଛି। ଆଜି କର୍ତ୍ତାରପୁର କରିଡର ନିର୍ମାଣ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ବୈଠକ ହୋଇଛି। ଏହାପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରୋ ଖଲିସ୍ତାନୀ ନେତା ତଥା କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ଘନିଷ୍ଠ ସହଯୋଗୀ ଗୋପାଲ ଚାୱଲା ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। […]

ka

Hemant Lenka
  • Published: Thursday, 14 March 2019
  • , Updated: 14 March 2019, 05:44 PM IST

ଇସ୍‌ଲାମାବାଦ: ଗୋଟିଏ ପଟେ ଭାରତ ସହ କର୍ତ୍ତାରପୁର କରିଡର ପାଇଁ ଆଲୋଚନା କରୁଥିବା ପାକିସ୍ତାନ ଅନ୍ୟପଟେ ବୈଠକ ପୂର୍ବରୁ ଆତଙ୍କବାଦୀଙ୍କ ସହ ସାକ୍ଷତ କରିବା ଏବେ ସାମ୍ନାକୁ ଆସିଛି। ଆଜି କର୍ତ୍ତାରପୁର କରିଡର ନିର୍ମାଣ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ବୈଠକ ହୋଇଛି।

ଏହାପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରୋ ଖଲିସ୍ତାନୀ ନେତା ତଥା କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ଘନିଷ୍ଠ ସହଯୋଗୀ ଗୋପାଲ ଚାୱଲା ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ତାଙ୍କ ସହ ଆଲୋଚନା କରିବା ପରେ ପାକିସ୍ତାନର ଏକ ପ୍ରତିନିଧି ଦଳ ଭାରତୀୟ ପ୍ରତିନିଧି ସହ ବୈଠକ କରିଥିଲେ।

ୱାଘା-ଅଟ୍ଟାରୀ ସୀମାରେ ଏହି ଆଲୋଚନା ହୋଇଥିଲା। ସମ୍ଭବତଃ ଇମ୍ରାନ୍‌ ଖାନ୍‌ ଆତଙ୍କବାଦୀଙ୍କ ସହମତି ପାଇବା ପରେ ଭାରତ ସହ ବୈଠକ କରିଛନ୍ତି। ଏହି କରିଡର ଦେଇ ଆତଙ୍କବାଦୀମାନେ ଭାରତ ଆସିବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଏବେ ଭାରତ ସରକାର ଏହି କରିଡର ଉପରେ ତୀକ୍ଷ୍ଣ ନଜର ରଖିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏହାପୂର୍ବରୁ ଗୋପାଲ ଚାୱଲା ପାକିସ୍ତାନ ସେନା ମୁଖ୍ୟଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ପାକିସ୍ତାନ ସୀମାରେ କର୍ତ୍ତାରପୁର କରିଡର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ସହ ଗୋପାଲ ଉପସ୍ଥିତ ରହି ବେଶ ହସଖୁସିରେ କଥା ହୋଇଥିଲା। ତେବେ ଏହାକୁ ନେଇ ବିବାଦ ହେବା ପରେ ସେନା ମୁଖପାତ୍ର ଏହା ଉପରେ ସଫେଇ ଦେଇ କହିଥିଲେ ଯେ,“ଜେନେରାଲ ବାଜୱା ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ସହ ସାକ୍ଷାତ କରିଥିଲେ। ହେଲେ ସେ ସମସ୍ତଙ୍କୁ ଚିହ୍ନିଥିବେ ବୋଲି କିଛିମାନେ ନାହିଁ। ତେଣୁ ଗୋପାଲ ସେଠାରେ ଉପସ୍ଥିତ ଥିବାରୁ ଜେନେରାଲ ତାଙ୍କୁ ମଧ୍ୟ ଭେଟିଥିଲେ।

Related story