‘ଜାତିସଂଘରେ ଇମ୍ରାନଙ୍କ ଅଭିଭାଷଣ ଯୁଦ୍ଧକୁ ଉସକାଇଲା ଭଳି’

ନ୍ୟୁୟର୍କ: ଗତକାଲି ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ବିରୋଧରେ ଯାହା ମନ୍ତବ୍ୟ ରଖିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ହିଂସାକୁ ଉସକେଇବା ଭଳି ଅଭିଭାଷଣ। ଜାତିସଂଘରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିଦିଶା ମୈତ୍ର ଆଜି ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନ ଜାତିସଂଘର ମଞ୍ଚରେ ଉପସ୍ଥିତ ରହି ଭୁଲ୍ ଉପଯୋଗ କରିଛି ବୋଲି ବିଦିଶା କହିଛନ୍ତି। ୧୯୪୭ରେ ପାକିସ୍ତାନରେ ଥିବା ସଂଖ୍ୟା ଲଘୁଙ୍କ ସଂଖ୍ୟା ଏବେ ଆହୁରି କମ୍ ରହିଛି। ତାଙ୍କ ବିରୋଧରେ […]

BIDISHA MAITRA

Subhransu Sekhar
  • Published: Saturday, 28 September 2019
  • , Updated: 28 September 2019, 02:21 PM IST

ନ୍ୟୁୟର୍କ: ଗତକାଲି ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ବିରୋଧରେ ଯାହା ମନ୍ତବ୍ୟ ରଖିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ହିଂସାକୁ ଉସକେଇବା ଭଳି ଅଭିଭାଷଣ। ଜାତିସଂଘରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିଦିଶା ମୈତ୍ର ଆଜି ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନ ଜାତିସଂଘର ମଞ୍ଚରେ ଉପସ୍ଥିତ ରହି ଭୁଲ୍ ଉପଯୋଗ କରିଛି ବୋଲି ବିଦିଶା କହିଛନ୍ତି।

୧୯୪୭ରେ ପାକିସ୍ତାନରେ ଥିବା ସଂଖ୍ୟା ଲଘୁଙ୍କ ସଂଖ୍ୟା ଏବେ ଆହୁରି କମ୍ ରହିଛି। ତାଙ୍କ ବିରୋଧରେ ଅତ୍ୟାଚାର ହେଉଛି ବୋଲି ବିଦିଶା କହିଛନ୍ତି। ପୂର୍ବରୁ ପାକିସ୍ତାନରେ ୨୩ ପ୍ରତିଶତ ସଂଖ୍ୟାଲଘୁ ରହୁଥିଲେ ଏବେ ଏହାର ସଂଖ୍ୟା ୩ ପ୍ରତିଶତ ରହିଛି। ତେଣୁ ପାକିସ୍ତାନ ପ୍ରଥମେ ନିଜ ଦେଶର ସ୍ଥିତି ବାବଦରେ ପ୍ରଥମେ ଚିନ୍ତା କରି ଅନ୍ୟକୁ ଆକ୍ଷେପ କରୁ।

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଏହି ଅବସରରେ ଅନେକ ପ୍ରଶ୍ନର ଜବାବ ମାଗିଛନ୍ତି ଭାରତୀୟ ରାଷ୍ଟ୍ରଦୂତ। ଅନ୍ତର୍ଜାତୀୟ ଆତଙ୍କବାଦୀକୁ ପେନସନ ଦେଉଥିବା ପ୍ରଥମ ଦେଶ ପାକିସ୍ତାନ। ଜାତିସଂଘ ଦ୍ୱାରା ଆତଙ୍କବାଦୀ ବୋଲି ଘୋଷିତ ୧୩୦ ଆତଙ୍କବାଦୀଙ୍କୁ ପାକିସ୍ତାନ ନିଜ ଦେଶରୁ ବାହାର କରିପାରିବ? ସାରା ଦୁନିଆ ପାକିସ୍ତାନ ଯାଇ ସ୍ଥିତି ଦେଖିବା ଦରକାର। ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଭାରତ ବିକାଶ ଉପରେ ଗୁରୁତ୍ୱ ଦିଏ। ଇମରାନ ୧୯୭୧ ମସିହା ନରସଂହାର କଥା ଭୁଲିବା ଅନୁଚିତ ବୋଲି ସେ କହିଛନ୍ତି।

ପୂର୍ବରୁ ଇମ୍ରାନ୍ ଖାନ୍ କ୍ରିକେଟ୍ ଖେଳୁଥିଲେ। ଯାହାକି ଭଦ୍ର ଲୋକଙ୍କ ଖେଳ କହୁଯାଏ। ହେଲେ ପ୍ରଧାନମନ୍ତ୍ରୀ ହେବା ପରେ ଇମ୍ରାନଙ୍କ ମନ୍ତବ୍ୟ ଅସଭ୍ୟ ଏବଂ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ଗତକାଲି ଏହି ମଞ୍ଚରେ ସମସ୍ତ ଦେଶର ମୁଖିଆ ନିଜର ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ୧୫ ମିନିଟ୍ ସମୟ ଥିଲା। ହେଲେ ଇମ୍ରାନ୍ ୧୫ ମିନିଟ୍ ପାର କରି ୪୭ ମିନିଟ୍ ନିଜର ମନ୍ତବ୍ୟ ରଖିଥିଲେ। ଯେଉଁଥିରେ କେବଳ ଭାରତ ବିରୋଧରେ ନିଜର ମତ ରଖିବାକୁ ଯାଇ ଗୋଟିଏ ପରେ ଗୋଟିଏ ମିଛ କହିଥିଲେ।

Related story