ଚାଲିଛି ୨୯ ବିଧାନସଭା ଓ ୩ ଲୋକସଭା ଉପ ନିର୍ବାଚନର ଗଣତି, କେଉଁଠି କିଏ ଆଗରେ

ନୂଆଦିଲ୍ଲୀ: ୧୩ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୩ ଲୋକସଭା ଆସନ ଏବଂ ୨୯ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଆଜି ଭୋଟ ଗଣତି ଚାଲିଛି। ଆସାମରେ ୫ଟି ଯାକ ବିଧାନସଭା ଆସନରେ ବିଜେପି ଏବଂ ତାର ସହଯୋଗୀ ଦଳ ଆଗରେ ଅଛନ୍ତି।  ତେବେ ମଧ୍ୟପ୍ରଦେଶରେ  ଖଣ୍ଡୱା ଲୋକସଭା ଆସନ ଏବଂ  ଅନ୍ୟ ୩ଟି ବିଧାନସଭା ଆସନରେ ବିଜେପି ଆଗରେ ରହିଛି।  ପଶ୍ଚିମବଙ୍ଗରେ ମୋଟ ୪ଟି ଆସନରେ ଟିଏମସି ଆଗରେ ଥିବା ବେଳେ ମେଘାଳୟରେ ୨ଟି […]

election

Tapas Behera
  • Published: Tuesday, 02 November 2021
  • , Updated: 02 November 2021, 02:40 PM IST

ନୂଆଦିଲ୍ଲୀ: ୧୩ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୩ ଲୋକସଭା ଆସନ ଏବଂ ୨୯ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଆଜି ଭୋଟ ଗଣତି ଚାଲିଛି। ଆସାମରେ ୫ଟି ଯାକ ବିଧାନସଭା ଆସନରେ ବିଜେପି ଏବଂ ତାର ସହଯୋଗୀ ଦଳ ଆଗରେ ଅଛନ୍ତି।  ତେବେ ମଧ୍ୟପ୍ରଦେଶରେ  ଖଣ୍ଡୱା ଲୋକସଭା ଆସନ ଏବଂ  ଅନ୍ୟ ୩ଟି ବିଧାନସଭା ଆସନରେ ବିଜେପି ଆଗରେ ରହିଛି।  ପଶ୍ଚିମବଙ୍ଗରେ ମୋଟ ୪ଟି ଆସନରେ ଟିଏମସି ଆଗରେ ଥିବା ବେଳେ ମେଘାଳୟରେ ୨ଟି ସିଟ୍‌ରେ ଶାସକ ଏନପି ଆଗରେ ରହିଛି। କର୍ଣ୍ଣାଟକରେ ବିଜେପି ସିନ୍ଦଗୀ ଆସନରେ ଲିଡ୍ କରୁଥିବା ବେଳେ ହଙ୍ଗଲରେ କଂଗ୍ରେସ ଆଗରେ ରହିଛି।  ସେହିପରି  ଦାଦ୍ରା ଏବଂ ନଗର ହାଭେଳିରେ ଶିବସେନାର ଖାତାରେ ନମ୍ବର ବଢ଼ୁଛି । ବିହାରରର ଥାରାପୁର ଆସନରେ ଜେଡିୟୁ ଆଗରେ ରହିଥିବା ବେଳେ କୁଶେଶ୍ୱର ଆସ୍ଥନ୍‌ରେ ଆରଜେଡି ଆଗରେ ରହିଛି।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୩୦ ତାରିଖରେ ୧୩ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୩ ଲୋକସଭା ଆସନ ଏବଂ ୨୯ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା ମୁଖ୍ୟତଃ ଆସାମରେ ୫ଟି ସିଟ , ପଶ୍ଚିମବଙ୍ଗରେ ୪ଟି ସିଟ୍‌ , ମଧ୍ୟପ୍ରଦେଶରେ ୩ଟି ସିଟ୍‌ , ହିମାଚଳପ୍ରଦେଶ ଓ ମେଘାଳୟରେ ୨ଟିଲେଖାଁଏ,  ବିହାରରେ ୨ଟି ଆସନ ,

କର୍ଣ୍ଣାଟକ ଓ ରାଜସ୍ତାନରେ ଗୋଟଏ ଲେଖାଁଏ ସିଟ୍‌,  ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର , ମିଜୋରାମ ଏବଂ ତେଲେଙ୍ଗାନାରେ ଗୋଟିଏ ଲେଖାଁଏ ଆସନରେ ଭୋଟ ଗ୍ରହଣ ହୋଇଥିଲା।   ତେବେ ଦାଦ୍ରା ଏବଂ ନଗର ହାଭେଳି, ହିମାଚଳପ୍ରଦେଶର ମଣ୍ଡି ଏବଂ ମଧ୍ୟପ୍ରଦେଶର ଖଣ୍ଡୱା ଲୋକସଭା ଆସନରେ ଉପନିର୍ବାଚନ ହୋଇଛି।

Related story