ଭାରତୀୟ ସେନାର ପୁଣି ଏକ ବଡଧରଣର ଅପରେସନ। ମିଆଁମାରର ସେନା ପକ୍ଷରୁ କରାଯାଇଥିବା ଏହି ଅପରେସନରେ ବହୁ ନାଗା ଉଗ୍ରବାଦୀ ନିହତ ହୋଇଥିବା ସୂଚନା ଦେଇଛି ସେନାର ଇଷ୍ଟର୍ଣ୍ଣ କମାଣ୍ଡାଣ୍ଟ । ଆଜି ଭୋର ୪ଟା ୪୫ରେ ଭାରତ-ମିଆଁମାର ସୀମାରେ ନାଗା ଆତଙ୍କବାଦୀ ସଂଗଠନ ଏନ୍ଏସ୍ସିଏନ ର ଖାପ୍ଲାଙ୍ଗ ଗୋଷ୍ଠୀ ବିରୋଧରେ ଅପରେସନ ଚଳାଇଥିଲା । ଭାରତୀୟ ସେନା ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା ବେଳେ ସେନାର ଅପରେସନରେ ଏନ୍ଏସ୍ସିଏନ ଖାପ୍ଲାଙ୍ଗ ଗୋଷ୍ଠୀର ବହୁ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେନାର କୌଣସି ଯବାନ ମୃତାହତ ହୋଇନଥିବା ଟୁଇଟ କରି ଜଣାଇଛନ୍ତି ସେନାର ଇଷ୍ଟର୍ଣ୍ଣ କମାଣ୍ଡ ।