ଭାରତ-ଚୀନ୍ ସୀମା ବିବାଦ ଜଟିଳ ପ୍ରସଙ୍ଗ: ରାଜନାଥ

ଚୀନକୁ ଜବାବ ଦେବା ପାଇଁ ସେନା ପ୍ରସ୍ତୁତ ଚୀନକୁ ସ୍ପଷ୍ଟ ବାର୍ତ୍ତା ଦେଲେ ରାଜନାଥ ୧୩୦ କୋଟି ଭାରତୀୟ ଦେଶର ସେନା ସହିତ ଅଛନ୍ତି ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲରେ (ଲଏସି) ଚାଲିଥିବା ପ୍ରକ୍ରିୟା ଜଟିଳ। ଏହା ଚୀନ୍ ମଧ୍ୟ ଆଲୋଚନା ବେଳେ ସ୍ୱୀକାର କରିଛି। ଏହାର ସମାଧାନ ପାଇଁ ଧୌର୍ଯ୍ୟର ଆବଶ୍ୟକତା ରହିଛି। ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଲୋକସଭାରେ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ […]

rajnath-singh

Subhransu Sekhar
  • Published: Tuesday, 15 September 2020
  • , Updated: 15 September 2020, 04:43 PM IST
  • ଚୀନକୁ ଜବାବ ଦେବା ପାଇଁ ସେନା ପ୍ରସ୍ତୁତ
  • ଚୀନକୁ ସ୍ପଷ୍ଟ ବାର୍ତ୍ତା ଦେଲେ ରାଜନାଥ
  • ୧୩୦ କୋଟି ଭାରତୀୟ ଦେଶର ସେନା ସହିତ ଅଛନ୍ତି

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲରେ (ଲଏସି) ଚାଲିଥିବା ପ୍ରକ୍ରିୟା ଜଟିଳ। ଏହା ଚୀନ୍ ମଧ୍ୟ ଆଲୋଚନା ବେଳେ ସ୍ୱୀକାର କରିଛି। ଏହାର ସମାଧାନ ପାଇଁ ଧୌର୍ଯ୍ୟର ଆବଶ୍ୟକତା ରହିଛି। ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଲୋକସଭାରେ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଉଭୟ ଭାରତ ଏବଂ ଚୀନ୍ ଆନୁଷ୍ଠାନିକ ଭାବରେ ସ୍ୱୀକାର କରିଛନ୍ତି ଯେ ସୀମା ପ୍ରସଙ୍ଗ ଜଟିଳ ରହିଛି। ପରସ୍ପରର ସମ୍ମତି ଏବଂ ଶାନ୍ତିପୂର୍ଣ୍ଣ ବୁଝାମଣା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଉଚିତ।

ସେ କହିଛନ୍ତି ଯେ ଲଦାଖରେ ଚୀନ୍‌ ଭାରତର ପ୍ରାୟ ୩୮,୦୦୦ ବର୍ଗ କିମି ବଳ ପୂର୍ବକ ଅକ୍ତିଆର କରିଛି। ୧୯୬୩ ମସିହାରେ ତଥାକଥିତ ସୀମା ଚୁକ୍ତିନାମା ଅନୁଯାୟୀ ପାକିସ୍ତାନ ପିଓକେର ୫୨୮୦ ବର୍ଗ କିଲୋମିଟରକୁ କବଜା କରି ରଖିଛି। ଆଉ ଭାରତର ଜମିକୁ ବେଆଇନ ଭାବେ ଚୀନକୁ ହସ୍ତାନ୍ତର କରିଛି ପାକିସ୍ତାନ।

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଗୃହକୁ ସୁନିଶ୍ଚିତ କରାଇ କହିଛନ୍ତି, ଆମର ଯବାନ ସମସ୍ତ ସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆମେ ସେମାନଙ୍କ ପାଇଁ ଗର୍ବିତ। ୧୩୦ କୋଟି ଭାରତୀୟ ଦେଶର ସେନା ସହିତ ଅଛନ୍ତି। ସୀମା ପ୍ରସଙ୍ଗ ଜଟିଳ ରହିଥିବାରୁ ଏ ବାବଦରେ ଅଧିକ କିଛି କହିବା ଠିକ୍ ହେବନି ବୋଲି ରାଜନାଥ କହିଛନ୍ତି।

ରାଜନାଥ ଆହୁରି କହିଛନ୍ତି, ଭାରତ ବର୍ତ୍ତମାନର ସମସ୍ୟାର ସମାଧାନ ପାଇଁ ପ୍ରତିବଦ୍ଧ। ସେପ୍ଟେମ୍ବର ୪ରେ ମସ୍କୋରେ ଚୀନ୍ ପ୍ରତିପକ୍ଷଙ୍କୁ ଭେଟି ତାଙ୍କ ସହ ବିସ୍ତୃତ ଭାବରେ ଆଲୋଚନା ହୋଇଛି। ସେ କହିଛନ୍ତି ଯେ ଚୀନ୍ ଆଗରେ ଭାରତ ନିଜର ସ୍ପଷ୍ଟ ଚିନ୍ତାଧାରା ରଖିଛି।

ତେବେ ଚୀନ୍ ସୀମାରେ ସୈନ୍ୟ ଏବଂ ସାମରିକ ଶକ୍ତି ବୃଦ୍ଧି କରୁଥିବା ନେଇ ମଧ୍ୟ ରାଜନାଥ ସିଂ କହିଛନ୍ତି, ଆମେ ସମସ୍ୟାର ସମାଧାନ କରିବାକୁ ଚାହୁଁ ଏବଂ ଚୀନ୍ ସହ ମିଶି କାମ କରିବାକୁ ଚାହୁଁ।

ହେଲେ ଏହା ସତ ଯେ ଭାରତର ସାର୍ବଭୈମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ ଭାରତ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ। ଏଥିରୁ ଭାରତ କେବେ କୌଣସି ଶକ୍ତି ବା ଦେଶ ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ରାଜନାଥ ଚୀନ୍ ଉଦ୍ଦେଶ୍ୟରେ କହିଛନ୍ତି।

Related story