ଲଦାଖରେ ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ 

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚାଇନା ସୈନ୍ୟ ମୁହାଁମୁହିଁ  ହୋଇଛନ୍ତି। ଲେହଠାରୁ ୨୫୦ କିଲୋମିଟର ଦୂର ଡେମ୍‌ଚେକ୍‌ ସେକ୍ଟରରେ ମନରେଗା ସ୍କିମରେ ଲଦାଖର ଏକ କେନାଲ୍‌ କାମ ଚାଲିଥିଲା। ୫୦ରୁ ଊର୍ଦ୍ଧ୍ୱ ଚାଇନା ସୈନିକ ଭାରତ ସୀମାକୁ ପଶି ଆସି କାମ ବନ୍ଦ କରି ଦେଇଥିଲେ। ଭାରତ ପକ୍ଷରୁ ଆଇଟିବିପିର ଯବାନମାନେ ସେମାନଙ୍କୁ ଅଟକାଇବା ସହିତ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାକୁ ନେଇ ଉଭୟ ସେନା ମୁହାଁମୁହିଁ ହୋଇଥିଲେ। ସେନା ପକ୍ଷରୁ ଚାଇନା ସେନାର […]

ladakh

Rakesh Mallick
  • Published: Friday, 04 November 2016
  • , Updated: 04 November 2016, 02:10 PM IST

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚାଇନା ସୈନ୍ୟ ମୁହାଁମୁହିଁ  ହୋଇଛନ୍ତି। ଲେହଠାରୁ ୨୫୦ କିଲୋମିଟର ଦୂର ଡେମ୍‌ଚେକ୍‌ ସେକ୍ଟରରେ ମନରେଗା ସ୍କିମରେ ଲଦାଖର ଏକ କେନାଲ୍‌ କାମ ଚାଲିଥିଲା। ୫୦ରୁ ଊର୍ଦ୍ଧ୍ୱ ଚାଇନା ସୈନିକ ଭାରତ ସୀମାକୁ ପଶି ଆସି କାମ ବନ୍ଦ କରି ଦେଇଥିଲେ। ଭାରତ ପକ୍ଷରୁ ଆଇଟିବିପିର ଯବାନମାନେ ସେମାନଙ୍କୁ ଅଟକାଇବା ସହିତ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାକୁ ନେଇ ଉଭୟ ସେନା ମୁହାଁମୁହିଁ ହୋଇଥିଲେ। ସେନା ପକ୍ଷରୁ ଚାଇନା ସେନାର ଅନୁପ୍ରବେଶ ଖବରକୁ ଖଣ୍ଡନ କରାଯାଇଛି।

ପୂର୍ବରୁ ୨୦୧୪ରେ ମଧ୍ୟ ଏକ କେନାଲର ନିର୍ମାଣ କାର୍ଯ୍ୟକୁ ଚାଇନା ସେନା ପକ୍ଷରୁ ବନ୍ଦ କରାଯାଇଥିଲା।

Related story