ଭାରତ-ଚୀନ୍ ଯୁଦ୍ଧ ହେଲେ କେଉଁ ଦେଶ କାହାକୁ ଦେବେ ସମର୍ଥନ ? ଜାଣନ୍ତୁ କାହା ସପକ୍ଷରେ ଅଛି ଅଧିକ ସମର୍ଥନ

ସିକିମ୍‌ର ଡୋକଲାମ ସୀମାକୁ ନେଇ ଚୀନ୍ ଓ ଭାରତ ମଧ୍ୟରେ ଛକ୍କାପଞ୍ଝା ପରିସ୍ଥିତି ଲାଗିରହିଛି। ଆନ୍ତର୍ଜାତିକ ସ୍ତରରେ ଚୀନ୍‌କୁ ଏକ ଘରିକିଆ କରିବା ପାଇଁ, ଜୋରଦାର ପ୍ରୟାସ ଚଳାଇଛି ଭାରତ। କୂଟନୈତିକ ସ୍ତରରେ ବି ଭାରତ ଧୀରେଧୀରେ ସଫଳ ହେବାରେ ଲାଗିଛି। କିଛି କିଛି ଦେଶ ଭାରତ ସପକ୍ଷରେ ଖୋଲାଖୋଲି ଭାବେ ନିଜର ସମର୍ଥନ ଘୋଷଣା କରିସାରିଲେଣି। କିନ୍ତୁ ଚୀନ ମଧ୍ୟ ଭିତରେ ଭିତରେ ଅନେକ ଦୁଷ୍ଟଶକ୍ତିଙ୍କୁ ନିଜ ସପକ୍ଷକୁ ଆଣିବାକୁ ଉଦ୍ୟମ ଚଳାଇଛି ଓ ଏଥିରେ […]

modi in japan

Rakesh Mallick
  • Published: Friday, 18 August 2017
  • , Updated: 18 August 2017, 07:41 PM IST

ସିକିମ୍‌ର ଡୋକଲାମ ସୀମାକୁ ନେଇ ଚୀନ୍ ଓ ଭାରତ ମଧ୍ୟରେ ଛକ୍କାପଞ୍ଝା ପରିସ୍ଥିତି ଲାଗିରହିଛି। ଆନ୍ତର୍ଜାତିକ ସ୍ତରରେ ଚୀନ୍‌କୁ ଏକ ଘରିକିଆ କରିବା ପାଇଁ, ଜୋରଦାର ପ୍ରୟାସ ଚଳାଇଛି ଭାରତ। କୂଟନୈତିକ ସ୍ତରରେ ବି ଭାରତ ଧୀରେଧୀରେ ସଫଳ ହେବାରେ ଲାଗିଛି। କିଛି କିଛି ଦେଶ ଭାରତ ସପକ୍ଷରେ ଖୋଲାଖୋଲି ଭାବେ ନିଜର ସମର୍ଥନ ଘୋଷଣା କରିସାରିଲେଣି। କିନ୍ତୁ ଚୀନ ମଧ୍ୟ ଭିତରେ ଭିତରେ ଅନେକ ଦୁଷ୍ଟଶକ୍ତିଙ୍କୁ ନିଜ ସପକ୍ଷକୁ ଆଣିବାକୁ ଉଦ୍ୟମ ଚଳାଇଛି ଓ ଏଥିରେ ସଫଳ ବି ହେଲାଣି। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା, ଏବେ ଯଦି ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ହୁଏ, ତେବେ କେଉଁ ଦେଶ କାହାକୁ ସମର୍ଥନ ଦେବାର ସମ୍ଭାବନା ରହିଛି।
ଭାରତ ସପକ୍ଷରେ

ଆମେରିକା: ଚୀନ ଓ ଭାରତ ମଧ୍ୟରେ ଯୁଦ୍ଧ ହେଲେ ଆମେରିକା ଭାରତ ସପକ୍ଷରେ ଠିଆ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ବର୍ତ୍ତମାନର ସ୍ଥିତି ଅନୁସାରେ, ଉତ୍ତର କୋରିଆକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଉତ୍ତର କୋରିଆ, ଆମେରିକା ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ବେଳେ, ଚୀନ ତାକୁ ସାହାଯ୍ୟ କରି ପରୋକ୍ଷରେ ଯୁଦ୍ଧ ପାଇଁ ଉସ୍‌କାଉଛି। ଚୀନ୍‌ର ଯୁକ୍ତି ହେଲା, ଯୁଦ୍ଧ ହେଲେ ଆମେରିକା ବିଶ୍ୱ ଅର୍ଥନୀତିରେ ପଛରେ ପଡିଯିବ। ଏହି ମୌକାରେ ଚୀନ ଆଗେଇଯିବ। ଆମେରିକା ମଧ୍ୟ ଚୀନର ଚାଲାକିକୁ ଚିହ୍ନି ପାରି ବିଶ୍ୱ ଅର୍ଥନୀତିରେ ନିଜର ସ୍ଥିତି ବଳବତ୍ତର ରଖିବାକୁ ଭାରତ ସହ ହାତ ମିଳାଇବାର ସମ୍ଭାବନା ରହୁଛି। ରାଜା କିୃଷ୍ଣମୂର୍ତ୍ତି ନାମକ ଆମେରିକାର ଜଣେ ସାଂସଦ ଓ ଆମେରିକା ରାଷ୍ଟ୍ରଦୂତ ରିଚାର୍ଡ ବର୍ମା, ଡୋକଲାମ ପରିସ୍ଥିତି ପାଇଁ ଚୀନକୁ ଦୋଷାରୋପ କରିଛନ୍ତି ।
ଜାପାନ: ଜାପାନ ସହ ଭାରତର ଭଲ ସମ୍ପର୍କ ରହିଛି। ନିକଟରେ ଭାରତ ମହାସାଗରରେ ଆମେରିକା, ଜାପାନ ଓ ଭାରତର ମିଳିତ ନୌସେନା ସମରାଭ୍ୟାସ କରିଥିଲେ। ଏହାପରେ ଏ ଦୁଇଦେଶ ସହ ଭାରତର ବନ୍ଧୁତ୍ୱ ମଜବୁତ ହୋଇଛି । ସେପଟେ ସେଙ୍କାକୁ ଦ୍ୱୀପକୁ ନେଇ ଚୀନ ଓ ଜାପାନ ମଧ୍ୟରେ ତିକ୍ତତା ରହିଛି । ଚୀନ୍‌ର ଏକଛତ୍ରବାଦୀ ନୀତିକୁ ସବୁବେଳେ ବିରୋଧ କରିଆସିଛି ଜାପାନ । ଡୋକଲାମ୍ ବିବାଦ ନେଇ ଜାପାନ, ଭାରତକୁ ଗଣମାଧ୍ୟମରେ ଖୋଲାଖୋଲି ସମର୍ଥନ ଘୋଷଣା କରିଛି। ତେଣୁ ଯୁଦ୍ଧ ହେଲେ ଜାପାନ, ଭାରତକୁ ହିଁ ତା ସମର୍ଥନ ଦେବା ଏକପ୍ରକାର ନିଶ୍ଚିତ।
ଅଷ୍ଟ୍ରେଲିଆ: ଡୋକଲାମ ସ୍ଥିତିକୁ ନେଇ ଅଷ୍ଟ୍ରେଲିଆ ଭାରତକୁ ହିଁ ସମର୍ଥନ କରିପାରେ। କାରଣ ଦ‍କ୍ଷିଣ ଚୀନ ସାଗର ଉପରେ ଚୀନ୍‌ର ବଳପୂର୍ବକ ଅକ୍ତିଆରକୁ ନେଇ ଅଷ୍ଟ୍ରେଲିଆ ଖୁବ୍ ଅସନ୍ତୁଷ୍ଟ ରହିଛି। ଚୀନ୍‌ର ଦାଦାଗିରିକୁ ଘୋର ବିରୋଧ କରି ପୂର୍ବରୁ ଅଷ୍ଟ୍ରେଲିଆ ଅନେକଥର ଚେତାବନୀ ମଧ୍ୟ ଦେଇସାରିଛି। ପୂର୍ବୁର ଡୋକଲାମ୍‌ ପ୍ରସଙ୍ଗକୁ ନେଇ ଭାରତ ସହ କଳି ନ କରିବାକୁ ଚୀନ୍‌କୁ ଉପଦେଶ ଦେଇସାରିଛି ଅଷ୍ଟ୍ରେଲିଆ।
ଭିଏତନାମ: ଅଷ୍ଟ୍ରେଲିଆ ପରି ଭିଏତ୍‌ନାମ ମଧ୍ୟ ଦକ୍ଷିଣ ଚୀନ ସାଗରକୁ ନେଇ ଚୀନ ଉପରେ ଖପ୍ପା ହୋଇ ରହିଛି। ଦୁଇଦେଶ ମଧ୍ୟରେ ଏହାକୁ ନେଇ ଝଗଡ଼ା ଏକ ସାଧାରଣ କଥା। ଏଭଳି ପରିସ୍ଥିତିରେ ଭାରତ ସବୁବେଳେ ଭିଏତନାମକୁ ସମର୍ଥନ ଦେଇଆସିଛି। ଭିଏତନାମକୁ ଶକ୍ତିଶାଳୀ ‘ଆକାଶ’ କ୍ଷେପଣାସ୍ତ୍ର ବିକିବାକୁ ମଧ୍ୟ ଭାରତ ବିଚାର କରିଛି। ଏପରି ପରିସ୍ଥିତିରେ ଭିଏତନାମ କେବେବି ଭାରତ ସହ ବନ୍ଧୁତ୍ବ ହରାଇବାକୁ ଚାହିଁବ ନାହିଁ । ଯୁଦ୍ଧ ହେଲେ ଏ ଦେଶ ଭାରତକୁ ସମର୍ଥନ ଦେବା ନିଶ୍ଚିତ।
ଅନ୍ୟ ୟୁରୋପୀୟ ରାଷ୍ଟ୍ର: ଜର୍ମାନୀ, ଫ୍ରାନ୍ସ ଓ ବ୍ରିଟେନ ଭଳି କେତେକ ଇରୋପୀୟ ଦେଶ ଭାରତ ସପକ୍ଷରେ ଯାଇପାରନ୍ତି । ଇସ୍ରାଏଲ ମଧ୍ୟ ଭାରତକୁ ସମର୍ଥନ କରିବାର ସମ୍ଭାବନା ରହିଛି। କିନ୍ତୁ ଭାରତର ପୁରୁଣା ବନ୍ଧୁ ଋଷିଆ କାହା ସପକ୍ଷରେ ଯାଇପାରେ ତାହା ଏଯାବତ ଜଣା ପଡିନାହିଁ। ଭାରତ ସହ ଋଷିଆର କୌଣସି ମନାନ୍ତର ନାହିଁ । କିନ୍ତୁ ଏବେ ଭାରତ ସହ ଘନିଷ୍ଠ ହୋଇଥିବା ଆମେରିକା ହେଉଛି ଋଷିଆର ପୁରୁଣା ଶତ୍ରୁ । ତେଣୁ ଏହି ତ୍ରିଶଙ୍କୁ ବନ୍ଧୁତ୍ବ ଭିତରେ ଋଷ୍‌ର ଷ୍ଟାଣ୍ଡ୍ କଣ ହେବ ତାହା ଅସ୍ପଷ୍ଟ ରହିଛି।
ଚୀନ୍ ସପକ୍ଷରେ
ପାକିସ୍ତାନ: ଏନ୍ଏସ୍‌ଜି (ନ୍ୟିୁକ୍ଲିୟର ସପ୍ଲାୟର ଗ୍ରୁପ୍)ରେ ସାମିଲ ହେବାକୁ ଚୀନ୍‌ ପାକିସ୍ତାନକୁ ସମର୍ଥନ ଓ ଭାରତକୁ ବିରୋଧ କରିଆସିଛି। ଏହାସହ ଚୀନ୍, ପାକିସ୍ତାନରେ ଅନେକ ପୁଞ୍ଜି ନିବେଶ କରିଛି। ବଡ଼ କାରଣ ହେଲା, ପାକିସ୍ତାନ ଭାରତକୁ ନିଜର ପାରମ୍ପରିକ ଶତ୍ରୁ ଭାବୁଥିବାରୁ ସେ ନିଶ୍ଚିତ ଚୀନ୍‌କୁ ହିଁ ସମର୍ଥନ ଦେବ ଏଥିରେ କୌଣସି ସନ୍ଦେହ ନାହିଁ।
ଉତ୍ତର କୋରିଆ: ଦାଦାଗିରି ମନୋଭାବ ଯୋଗୁଁ ଉତ୍ତର କୋରିଆକୁ ବିଶ୍ୱର ଅଧିକାଂଶ ଦେଶ ବିରୋଧ କରୁଛନ୍ତି । କିନ୍ତୁ ଆମେରିକା ପ୍ରସଙ୍ଗରେ ଚୀନ୍ ଉତ୍ତର କୋରିଆକୁ ହିଁ ସମର୍ଥନ କରୁଛି। ତେଣୁ ଚୀନ୍‌ର ପରମ ବନ୍ଧୁ ହେଲା ଉତ୍ତର କୋରିଆ। ତେଣୁ ଏହା ଚୀନ୍‌କୁ କେବଳ ସମର୍ଥନ ଦେବନି, ମିଳିମିଶି ଯୁଦ୍ଧ ଲଢ଼ିବାକୁ ସବୁ ବ୍ୟବସ୍ଥା ବି କରିଦେଇ ପାରେ।

Related story