ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷ ଡେଇଁଲା, ମୃତ୍ୟୁସଂଖ୍ୟା ପ୍ରାୟ ୯୯ ହଜାର

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସର ପ୍ରକୋପ କମିବାର ନାଁ ଧରୁନି। ପୁଣିଥରେ ଦିନକରେ ୮୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ପାର୍ କରିଯାଇଛି। ସେହିପରି ଦିନକରେ କରୋନା ୧୧ ଶହରୁ ଅଧିକ ମୁଣ୍ଡ ନେବାରୁ ମୋଟ ମୃତ୍ୟୁସଂଖ୍ୟା ୯୯ ହଜାର ପାଖରେ ପହଞ୍ଚି ଯାଇଛି। ତେବେ ୫୨ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ […]

cs

Hemant Lenka
  • Published: Thursday, 01 October 2020
  • , Updated: 01 October 2020, 02:54 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସର ପ୍ରକୋପ କମିବାର ନାଁ ଧରୁନି। ପୁଣିଥରେ ଦିନକରେ ୮୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ପାର୍ କରିଯାଇଛି। ସେହିପରି ଦିନକରେ କରୋନା ୧୧ ଶହରୁ ଅଧିକ ମୁଣ୍ଡ ନେବାରୁ ମୋଟ ମୃତ୍ୟୁସଂଖ୍ୟା ୯୯ ହଜାର ପାଖରେ ପହଞ୍ଚି ଯାଇଛି। ତେବେ ୫୨ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୮୬,୮୨୧ ଜଣ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩,୧୨,୫୮୫ରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ ଦିନରେ କରୋନା ୧୧୮୧ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୯୮,୬୭୮ ଛୁଇଁଛି।

ଗୋଟିଏ ଦିନରେ କରୋନାରୁ ୮୫,୩୭୬ ଜଣ ସୁସ୍ଥ ହେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫୨,୭୩,୨୦୨ ହୋଇଯାଇଛି। ଏବେ ଦେଶରେ ଆକ୍ଟିଭ କେସ ସଂଖ୍ୟା ୯,୪୦,୭୦୫ ରହିଛି।

ଅନ୍ୟପକ୍ଷରେ ସେପ୍ଟେମ୍ବର ୩୦ରେ ୧୪,୨୩,୦୫୨ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଏଯାଏ ଦେଶରେ ୭,୫୬,୧୯,୭୮୧ଟି ନମୁନା ପରୀକ୍ଷା କରାଗଲାଣି।

Related story