ମେ’ ପ୍ରଥମ ସପ୍ତାହରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବ!

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ହାର ମେ’ ପ୍ରଥମ ସପ୍ତାହରେ ଦ୍ରୁତ ଗତିରେ ଦେଶ ମଧ୍ୟରେ ବଢ଼ିବାର ଆଶଙ୍କା ଥିବା ସରକାରୀ ସ୍ତରରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି। ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ଯେତିକି ଅଛି, ମେ’ ପ୍ରଥମ ସପ୍ତାହରେ ଏହା ବ୍ୟାପକ ହେବ। ତେବେ ଏହା ପରେ ଏହା ଧୀରେଧୀରେ ଏହି ସଂଖ୍ୟା ହ୍ରାସ ପାଇବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ସରକାର ମେ’ ୩ ଯାଏ ଲକଡାଉନ ଜାରି କରିଛନ୍ତି। ତେଣୁ ପ୍ରଥମ […]

u

Hemant Lenka
  • Published: Friday, 17 April 2020
  • , Updated: 17 April 2020, 04:30 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ହାର ମେ’ ପ୍ରଥମ ସପ୍ତାହରେ ଦ୍ରୁତ ଗତିରେ ଦେଶ ମଧ୍ୟରେ ବଢ଼ିବାର ଆଶଙ୍କା ଥିବା ସରକାରୀ ସ୍ତରରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି। ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ଯେତିକି ଅଛି, ମେ’ ପ୍ରଥମ ସପ୍ତାହରେ ଏହା ବ୍ୟାପକ ହେବ।

ତେବେ ଏହା ପରେ ଏହା ଧୀରେଧୀରେ ଏହି ସଂଖ୍ୟା ହ୍ରାସ ପାଇବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ସରକାର ମେ’ ୩ ଯାଏ ଲକଡାଉନ ଜାରି କରିଛନ୍ତି। ତେଣୁ ପ୍ରଥମ ସପ୍ତାହରେ କରୋନା ତା’ର ନିର୍ଣ୍ଣାୟକ ଓ ଭୟଙ୍କର ସ୍ଥିତିରେ ରହିବ ବୋଲି ସମ୍ଭାବନା ଥିବାରୁ ଏହାକୁ ଆଗକୁ ଆଉ ଗୋଟିଏ ସପ୍ତାହ ବୃଦ୍ଧି କରିବାକୁ ସରକାରୀ ସ୍ତରରେ ବିଚାର ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଯେଉଁ ରାଜ୍ୟଗୁଡ଼ିକ ଲକଡାଉନ ନିୟମକୁ ବହୁତ ଆଗରୁ ଓ କଡ଼ାକଡ଼ି ଭାବେ ପାଳନ କରିଛନ୍ତି, ସେଠାରେ କରୋନା ଜାତୀୟ ହାର ତୁଳନାରେ ବହୁତ କମ ରହିବ ବୋଲି କୁହାଯାଇଛି। ଓଡ଼ିଶା, ରାଜସ୍ଥାନ, ବିହାର ଓ ପଞ୍ଜାବ ବହୁ ପୂର୍ବରୁ ଲକଡାଉନ ଜାରି କରିଥିଲେ। ଏଥିସହ ଏହି ରାଜ୍ୟଗୁଡ଼ିକ ଅନେକ କଟକଣା ଲାଗୁ କରିଛନ୍ତି। ତେଣୁ କଟକଣା ପଛରେ ଲଗାଇଥିବା ବା କିଛି ଅଂଶରେ ପ୍ରାଥମିକ ଭାବେ ଲକଡାଉନ କରିଥିବା ରାଜ୍ୟ ଯଥା ଉତ୍ତର ପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ତୁଳନାରେ ଉପରୋକ୍ତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଆସନ୍ତା ଗୋଟିଏ ସପ୍ତାହ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ସରକାର ରାପିଡ ଟେଷ୍ଟ ଆରମ୍ଭ କରିବାକୁ ଯାଉଛନ୍ତି। ଯେଉଁମାନଙ୍କ ଶରୀରରେ କିଛି ବି ସମସ୍ୟା ଥିବ, ସେମାନଙ୍କର ପରୀକ୍ଷା କରାଯିବ। ଗୋଟିଏ କି ଦୁଇ ଦିନ ମଧ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ। ତେଣୁ ଭାରତରେ ରୋଗୀଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ମଧ୍ୟ ରହିଛି।

ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ହେବା ଦିନ ଠାରୁ ପ୍ରାୟ ୨୮ଶହ କରୋନା ପଜିଟିଭ ସାମ୍ନାକୁ ଆସିଛି। ସେହିପରି ପ୍ରାୟ ୩୬ ହଜାର ଲୋକଙ୍କୁ ଆଇସୋଲେସନ କରି ରଖାଯାଇଛି। ଗୁରୁବାର ସୁଦ୍ଧା ସମଗ୍ର ଦେଶରେ ୩.୬ ଲକ୍ଷ ଲୋକ କ୍ୱାରେଣ୍ଟାଇନା କିମ୍ବା ଆଇସୋଲେସନରେ ରହିଛନ୍ତି। ରୋଗର ସଂକ୍ରମଣକୁ ରୋକିବା ପାଇଁ ସରକାର ସବୁ ପ୍ରକାରର ବ୍ୟବସ୍ଥା କରୁଥିବା ସେ କହିଛନ୍ତି।

Related story