ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର କୁର୍ନୁଲ୍ ଫାୟାରିଙ୍ଗ ରେଂଜରୁ ବୁଧବାର ମାନବ ବାହିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ (MPATGM) ବା ଟ୍ୟାଙ୍କ ପ୍ରତିରୋଧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆରଡିଓ) ତରଫରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି କ୍ଷେପଣାସ୍ତ୍ରକୁ ପ୍ରସ୍ତୁତ କରାଯାଇଛି।
ଏହା ତୃତୀୟ ସଫଳ ପରୀକ୍ଷଣ ଯାହା ଭାରତୀୟ ସେନାର ତୃତୀୟ ପିଢ଼ୀର ଟ୍ୟାଙ୍କ ପ୍ରତିରୋଧୀ କ୍ଷେପଣାସ୍ତ୍ରର ଆବଶ୍ୟକତା ପାଇଁ ବିକଶିତ କରାଯାଇଛି । ଏହା ଅତି ସହଜରେ ଓ ଆକ୍ରମଣାତ୍ମକ ଭାବେ ଲକ୍ଷ୍ୟ ଭେଦ କରିପାରିବ । ଏହି ମିସାଇଲ୍ ଆଟାକିଂ ମୋଡ୍ରେ ଏକ ଟ୍ୟାଙ୍କର ପ୍ରତିକୃତିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା ।
କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମିଶାଇଲର ସଫଳ ପରୀକ୍ଷଣ ନିମନ୍ତେ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠୁ ପାକିସ୍ତାନ ସହ ଭାରତର ସମ୍ପର୍କ ଅଧିକ ଖରାପ ହେବାକୁ ଲାଗିଥିଲା। ଏଥିଯୋଗୁ ସୀମାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା ସମୟରେ ହିଁ ଏହି ମିଶାଇଲର ପରୀକ୍ଷଣ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ହେବେ କଂଗ୍ରେସର ଅଳକା ଲାମ୍ବା
କଂଗ୍ରେସ ଦିଲ୍ଲୀର ଆଉ ୨୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। ଏହି ୨୭ ଜଣଙ୍କ ମଧ୍ୟରେ ଅଳକା ଲାମ୍ବାଙ୍କ ନାଁ ରହିଛି।
National
ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର ହୋଇଥିଲେ, କିନ୍ତୁ ଏବେ କୋର୍ଟ ଦେଲେ ମୃତ୍ୟୁଦଣ୍ଡ
ପ୍ରଥମେଶଙ୍କ ଉପରେ ତାଙ୍କ ୬୮ ବର୍ଷୀୟ ବାପା ଅଶିମ. ୬୦ ବର୍ଷୀୟ ମା’ ଶୁଭଦ୍ରା ଓ ବାହାଘର ପରେ ମଧ୍ୟ ଘରେ ରହୁଥିବା ୩୮ ବର୍ଷୀୟ ଭଉଣୀ ପଲ୍ଲବୀ ନିର୍ଭରଶୀଳ ଥିଲେ।
National
ନିର୍ବାଚନ ନିୟମରେ ସଂଶୋଧନ: ସୁପ୍ରିମକୋର୍ଟରେ ପହଞ୍ଚିଲା କଂଗ୍ରେସ
ନିର୍ବାଚନ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଶୁକ୍ରବାର ନିର୍ବାଚନ ପରିଚାଳନା ନିୟମ ୧୯୬୧ର ନିୟମ ୯୩(୨)(ଏ)ରେ ବଡ଼ ସଂଶୋଧନ କରିଥିଲେ।
National
୪ ଘଣ୍ଟାର ଜେରା ପରେ ଅଲ୍ଲୁ ଅର୍ଜୁନଙ୍କୁ ଛାଡ଼ିଲା ପୁଲିସ୍, ଏହି ସବୁ ପ୍ରଶ୍ନରେ କଲା ଘାଇଲା
ଦିନ ୧୧ଟାରୁ ଅଲ୍ଲୁ ଅର୍ଜୁନ ଥାନାରେ ପହଞ୍ଚିଥିବା ପରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିଲା। ଏସିପି ରମେଶଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୁଲିସ୍ ଟିମ ଅଲ୍ଲୁଙ୍କୁ ଜେରା କରିଥିଲା।
National
ବସ୍ଙ୍କ ସହ ସମ୍ପର୍କ ରଖିବାକୁ ପତ୍ନୀଙ୍କୁ ବାଧ୍ୟ କଲେ, ମନା କରିବାରୁ...
ଚାକିରିରେ ଉନ୍ନତି ପାଇଁ ପତ୍ନୀଙ୍କୁ ନିଜ ବସ୍ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବ୍ୟକ୍ତିଜଣକ । ମାତ୍ର ପତ୍ନୀଜଣକ ପତିଙ୍କ ଏପରି ନିର୍ଦ୍ଦେଶକୁ ନ ମାନିବାରୁ ମିଳିଲା କଡ଼ା ଶାସ୍ତି।