ଭାରତକୁ ଆମେରିକା ଦେବ F-16 ଓ F-18 ଲଢୁଆ ବିମାନ

ନୂଆଦିଲ୍ଲୀ: ବିଶ୍ୱର ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଭାରତର ଉତ୍‌ଥାନକୁ ସମର୍ଥନ କରିଛି ଆମେରିକା। ଏହା ସହିତ ମିଲିଟାରୀ ଆଧୁନିକୀକରଣ ଲାଗି ଆମେରିକା ଭାରତକୁ ଅତ୍ୟାଧୁନିକ ଟେକ୍ନୋଲୋଜି ଦେବ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହିତ ମିଳିତ ବିବୃତିରେ ଏହା  କହିଛନ୍ତି ଆମେରିକାର ବୈଦେଶିକ ସଚିବ ଆର ଟିଲରସନ। ଭାରତକୁ ଆଧୁନିକ  ଲଢୁଆ ବିମାନ F-16 ଓ F-18 ଯୋଗାଇବା ଉପରେ ଆଲୋଚନା ହେବ ବୋଲି ଟିଲରସନ କହିଛନ୍ତି। ଏହି ଅବସରରେ ପାକିସ୍ତାନ ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 08:37 PM IST

ନୂଆଦିଲ୍ଲୀ: ବିଶ୍ୱର ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଭାରତର ଉତ୍‌ଥାନକୁ ସମର୍ଥନ କରିଛି ଆମେରିକା। ଏହା ସହିତ ମିଲିଟାରୀ ଆଧୁନିକୀକରଣ ଲାଗି ଆମେରିକା ଭାରତକୁ ଅତ୍ୟାଧୁନିକ ଟେକ୍ନୋଲୋଜି ଦେବ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହିତ ମିଳିତ ବିବୃତିରେ ଏହା  କହିଛନ୍ତି ଆମେରିକାର ବୈଦେଶିକ ସଚିବ ଆର ଟିଲରସନ। ଭାରତକୁ ଆଧୁନିକ  ଲଢୁଆ ବିମାନ F-16 ଓ F-18 ଯୋଗାଇବା ଉପରେ ଆଲୋଚନା ହେବ ବୋଲି ଟିଲରସନ କହିଛନ୍ତି।

ଏହି ଅବସରରେ ପାକିସ୍ତାନ ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟି ଥିବା କହି ସୁଷମା କଡ଼ା ଭାଷାରେ ନିନ୍ଦା କରିଥିଲେ। ସେ କହିଥିଲେ, ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନକୁ  କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ।

ସୁଷମା ଓ ଟିଲରସନଙ୍କ  ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଗତ ଅଗଷ୍ଟରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଦକ୍ଷିଣ ଏସିଆ ପାଇଁ ନୂଆ ନୀତି ଘୋଷଣା କରିଥିଲେ। ଏହାପରେ କୌଣସି ବଡ଼ ଅଧିକାରୀ ଦକ୍ଷିଣ ଏସିଆ ଆସିବାରେ ଟିଲରସନ ହେଉଛନ୍ତି ପ୍ରଥମ।

Related story