ଭାରତ ଆଉ ପୂର୍ବଭଳି ଦୁର୍ବଳ ନାହିଁ, ପ୍ରତିଦିନ ୫ରୁ ୧୦ ଆତଙ୍କବାଦୀ ସେନା ଦ୍ୱାରା ନିହତ ହେଉଛନ୍ତି: ଗୃହମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଆଉ ପୂର୍ବଭଳି ଦୁର୍ବଳ ନାହିଁ, ଏହା ଦିନକୁ ଦିନ ଶକ୍ତିଶାଳୀ ହେଉଛି। ଉତ୍ତର ପ୍ରଦେଶ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏହା କହିଛନ୍ତି। ଲକ୍ଷ୍ମୌରେ ସାମ୍ବାଦିକ ସମ୍ମିଳନୀରେ ରାଜନାଥ କହିଛନ୍ତି, ପୂର୍ବର ଭାରତ ଓ ଏବେର ଭାରତ ମଧ୍ୟରେ ଅନେକ ଫରକ ରହିଛି। ଭାରତର ଶକ୍ତିକୁ ଚୀନ୍ ମଧ୍ୟ ବୁଝିସାରିଛି। ଯାହାଫଳରେ ଡୋକଲାମ୍ ବିବାଦର ସମାଧାନ ହୋଇପାରିଲା। ରାଜନାଥ ପାକିସ୍ତାନକୁ ବି ତୀବ୍ର ସମାଲୋଚନା କରିଥିଲେ। ରାଜନାଥ କହିଛନ୍ତି, […]

Raj

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 08:29 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଆଉ ପୂର୍ବଭଳି ଦୁର୍ବଳ ନାହିଁ, ଏହା ଦିନକୁ ଦିନ ଶକ୍ତିଶାଳୀ ହେଉଛି। ଉତ୍ତର ପ୍ରଦେଶ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏହା କହିଛନ୍ତି। ଲକ୍ଷ୍ମୌରେ ସାମ୍ବାଦିକ ସମ୍ମିଳନୀରେ ରାଜନାଥ କହିଛନ୍ତି, ପୂର୍ବର ଭାରତ ଓ ଏବେର ଭାରତ ମଧ୍ୟରେ ଅନେକ ଫରକ ରହିଛି। ଭାରତର ଶକ୍ତିକୁ ଚୀନ୍ ମଧ୍ୟ ବୁଝିସାରିଛି। ଯାହାଫଳରେ ଡୋକଲାମ୍ ବିବାଦର ସମାଧାନ ହୋଇପାରିଲା। ରାଜନାଥ ପାକିସ୍ତାନକୁ ବି ତୀବ୍ର ସମାଲୋଚନା କରିଥିଲେ। ରାଜନାଥ କହିଛନ୍ତି, ପ୍ରତିଦିନ ସୀମା ପାର୍ ଆତଙ୍କବାଦ ଦେଶରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି। କିନ୍ତୁ ପ୍ରତିଥର ପାକିସ୍ତାନକୁ ବିଫଳତା ମିଳିଛି। ପ୍ରତିଦିନ ୫ରୁ ୧୦ ଆତଙ୍କବାଦୀ ଭାରତୀୟ ସୁରକ୍ଷାକର୍ମୀଙ୍କ ଦ୍ୱାରା ନିହତ ହେଉଛନ୍ତି। ତେଣୁ ଭାରତ ଆଉ ପୂର୍ବଭଳି ଆଦୌ ଦୁର୍ବଳ ନାହିଁ। ଏଥିସହ ରାଜନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି, ୨୦୨୨ ସୁଦ୍ଧା ଦେଶରୁ ଦାରିଦ୍ର୍ୟ ଦୂର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

 

Related story