ଶୁକ୍ରବାର କୁଳଭୂଷଣଙ୍କୁ ଭେଟିପାରନ୍ତି ଭାରତୀୟ ଅଧିକାରୀ

ନୂଆଦିଲ୍ଲୀ: ଆସନ୍ତାକାଲି ଅପରାହ୍ନ ୩.୩୦ ବେଳେ ଭାରତୀୟ ଅଧିକାରୀ କୁଲଭୂଷଣ ଯାଦବଙ୍କୁ ଭେଟିପାରନ୍ତି। ଏଥିପାଇଁ ପାକିସ୍ତାନ ଭାରତକୁ ନିମନ୍ତ୍ରଣ କରିଛି। ଏହା ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଶୁକ୍ରବାର କୁଳଭୂଷଣଙ୍କୁ ଆଇନଗତ ସହାୟତା ପାଇଁ ଭାରତକୁ ଅନୁମତି ମିଳିପାରିବ। ତେବେ ଏନେଇ ଭାରତର ପ୍ରତିକ୍ରିୟାକୁ ସେମାନେ ଅପେକ୍ଷା କରିଥିବା କୁହାଯାଇଥିଲା। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ରଵୀଶ କୁମାର କହିଥିଲେ, “ଆମେ ପାକିସ୍ତାନଠାରୁ ପ୍ରସ୍ତାବ ପାଇଛୁ। ଆଇସିଜେଙ୍କ ରାୟ ଆଧାରରେ ଆମେ […]

kulbhushan

Subrat Kumar Nayak
  • Published: Thursday, 01 August 2019
  • , Updated: 01 August 2019, 06:33 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଅପରାହ୍ନ ୩.୩୦ ବେଳେ ଭାରତୀୟ ଅଧିକାରୀ କୁଲଭୂଷଣ ଯାଦବଙ୍କୁ ଭେଟିପାରନ୍ତି। ଏଥିପାଇଁ ପାକିସ୍ତାନ ଭାରତକୁ ନିମନ୍ତ୍ରଣ କରିଛି। ଏହା ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଶୁକ୍ରବାର କୁଳଭୂଷଣଙ୍କୁ ଆଇନଗତ ସହାୟତା ପାଇଁ ଭାରତକୁ ଅନୁମତି ମିଳିପାରିବ। ତେବେ ଏନେଇ ଭାରତର ପ୍ରତିକ୍ରିୟାକୁ ସେମାନେ ଅପେକ୍ଷା କରିଥିବା କୁହାଯାଇଥିଲା।

ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ରଵୀଶ କୁମାର କହିଥିଲେ, “ଆମେ ପାକିସ୍ତାନଠାରୁ ପ୍ରସ୍ତାବ ପାଇଛୁ। ଆଇସିଜେଙ୍କ ରାୟ ଆଧାରରେ ଆମେ ଏହାକୁ ବିଚାରକୁ ନେଇଛୁ। ଆମେ କୂଟନୀତିକ ବ୍ୟବସ୍ଥା ଜରିଆରେ ପାକିସ୍ତାନ ସହ ଯୋଗାଯୋଗରେ ରହିବୁ।” ସେ ଆହୁରି ମଧ୍ୟ କହିଥିଲେ, ଆମେ ଆଇସିଜେଙ୍କ ରାୟ ଭିତ୍ତିରେ ବୈଠକରେ ରହିଥିବା ସର୍ତ୍ତକୁ ତର୍ଜମା କରିବୁ। ଏହାପରେ ପ୍ରତିକ୍ରିୟା ରଖିବୁ। ଆମେ ଠିକ୍‌ ସମୟରେ ଦୂତାବାସ ଜରିଆରେ ଯୋଗାଯୋଗ କରିବୁ।

ଏହା ପୂର୍ବରୁ ଜୁଲାଇ ୧୯ରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା, କମାଣ୍ଡର କୁଳଭୂଷଣ ଯାଦବଙ୍କୁ ଭିଏନା ଚୁକ୍ତିର ଧାରା ୩୬ ପାରାଗ୍ରାଫ୍‌ ୧ (ବି) ଅନୁଯାୟୀ ଆଇନଗତ ସହାୟତା ବାବଦରେ ରହିଥିବା ଅଧିକାର ବାବଦରେ ଅବଗତ କରାଯାଇଛି। ପାକିସ୍ତାନର ଆଇନ ଅନୁଯାୟୀ କୁଳଭୂଷଣଙ୍କୁ ଭାରତର ଆଇନଗତ ସହାୟତା ପାଇଁ ଅନୁମତି ଦିଆଯିବ ଏବଂ ବର୍ତ୍ତମାନ ସେ ସଂକ୍ରାନ୍ତ କାଗଜପତ୍ର କାମ ଆରମ୍ଭ ହୋଇସାରିଛି।

Related story