କର୍ତ୍ତାରପୁର କରିଡର୍: ଆଲୋଚନା ପାଇଁ ପାକିସ୍ତାନକୁ ଭାରତର ପ୍ରସ୍ତାବ

ନୂଆଦିଲ୍ଲୀ: ପାକିସ୍ତାନର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଶିଖ ଧର୍ମାବଲମ୍ବୀଙ୍କ ପବିତ୍ର ସ୍ଥଳ କର୍ତ୍ତାରପୁରକୁ କରିଡର୍ ନିର୍ମାଣକୁ ନେଇ ପାକିସ୍ତାନ ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଆଜି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଜୁଲାଇ ୧୧ରୁ ୧୪ ଯାଏ ଉଭୟ ଦେଣ ଏ ସମ୍ପର୍କରେ ଆଲୋଚନା କରି କରିଡର୍ ନିର୍ମାଣର ରୂପରେଖ ସ୍ଥିର କରିବା ଦରକାର ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ବୈଠକରେ ଯୋଗଦେବା ପାଇଁ ଭାରତ ସରକାର ପାକିସ୍ତାନକୁ ଏକ ପ୍ରତିନିଧି ଦଳ ପଠାଇବାକୁ […]

q

q

Hemant Lenka
  • Published: Sunday, 30 June 2019
  • Updated: 30 June 2019, 03:16 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଶିଖ ଧର୍ମାବଲମ୍ବୀଙ୍କ ପବିତ୍ର ସ୍ଥଳ କର୍ତ୍ତାରପୁରକୁ କରିଡର୍ ନିର୍ମାଣକୁ ନେଇ ପାକିସ୍ତାନ ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଆଜି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ଜୁଲାଇ ୧୧ରୁ ୧୪ ଯାଏ ଉଭୟ ଦେଣ ଏ ସମ୍ପର୍କରେ ଆଲୋଚନା କରି କରିଡର୍ ନିର୍ମାଣର ରୂପରେଖ ସ୍ଥିର କରିବା ଦରକାର ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ବୈଠକରେ ଯୋଗଦେବା ପାଇଁ ଭାରତ ସରକାର ପାକିସ୍ତାନକୁ ଏକ ପ୍ରତିନିଧି ଦଳ ପଠାଇବାକୁ ରାଜି ହୋଇଛନ୍ତି।

କିନ୍ତୁ ଭାରତ ସରକାର ଦେଇଥିବା ତାରିଖରେ ହିଁ ଏହି ଆଲୋଚନା ହେବା ଦରକାର ବୋଲି ସର୍ତ୍ତ ରଖିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକ ପାକିସ୍ତାନ ସୀମାରେ ଥିବା ୱାଘା-ଅଟ୍ଟାରୀ ବର୍ଡରରେ ଅନୁଷ୍ଠିତ ହେବ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ ଖାନ୍‌ଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଯଥାଶୀଘ୍ର କରିଡର୍ ନିର୍ମାଣର ରୂପରେଖ ଆଲୋଚନା ମାଧ୍ୟମରେ ଚୂଡ଼ାନ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଭାରତ ସରକାର ଚଳିତ ବର୍ଷ ଶେଷ ସୁଦ୍ଧା କରିଡର୍ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଥିବା ମଧ୍ୟ ମୋଦି ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରଦ୍ଧାଳୁମାନେ ଯେମିତି ବିନା କୌଣସି ଅସୁବିଧାରେ ଏହି କରିଡର୍ ମଧ୍ୟରେ ଯା’ଆସ କରିପାରିବେ, ତାହାହିଁ ଏହି ବୈଠକର ମୁଖ୍ୟ ଏଜେଣ୍ଡା ରହିବ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ କର୍ତ୍ତାରପୁର କରିଡର୍ ନିର୍ମାଣ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ବୈଠକ ହୋଇଥିଲା। ସେତେବେଳେ ପାକିସ୍ତାନର ଏକ ପ୍ରତିନିଧି ଦଳ ଭାରତ ଆସିଥିଲେ। ଏହାବାଦ୍‌ ଦୁଇ ଦେଶ ବିଶେଷଜ୍ଞମାନଙ୍କ ସହ ୩ ରାଉଣ୍ଡ ବୈଠକ ମଧ୍ୟ କରିଥିଲେ।

ଶିଖ୍‌ ଶ୍ରଦ୍ଧାଳୁଙ୍କ ପାଇଁ ଭାରତ ସରକାର ପାକିସ୍ତାନର ରବି ନଦୀ କୂଳରେ ଥିବା କର୍ତ୍ତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବ ଯାଏ କରିଡର୍ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏହି କରିଡର୍‌ଟି ପଞ୍ଜାବର ଗୁରୁଦାସପୁରଠାରୁ ଅନ୍ତର୍ଜାତୀୟ ସୀମା ଯାଏ ଲମ୍ବିବ। କର୍ତ୍ତାରପୁର ସାହିବ ଅନ୍ତର୍ଜାତୀୟ ସୀମାର ବିପରୀତ ପାର୍ଶ୍ୱରେ ରହିଛି।

ଏଠାରେ ଗୁରୁ ନାନକ ଦେବ ବିଶ୍ରାମ କରିଥିଲେ। ତେଣୁ ଏହାକୁ ଶିଖ୍‌ ଧର୍ମାବଲମ୍ବୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଧର୍ମପୀଠ ଭାବେ ପରିଚିତ। ଶିଖ୍‌ ଶ୍ରଦ୍ଧାଳୁ ଯେଉଁଭଳି ଭାବେ ସହଜରେ ସେଠାକୁ ଯା'ଆସ କରିପାରିବେ, ସେଥିପାଇଁ ଭାରତ ସରକାର କରିଡର୍ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏହି କରିଡର୍ ନିର୍ମାଣ ପାଇଁ ସମସ୍ତ ଅର୍ଥ କେନ୍ଦ୍ର ସରକାର ବହନ କରିବେ ଏବଂ ଏଥିରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story