ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ସପ୍ତାହେ ହେଲାଣି ୮୦ ହଜାର ତଳେ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ସପ୍ତାହେ ହେଲାଣି ଦୈନିକ ୮୦ ହଜାରରୁ କମ୍ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯାହା ସମସ୍ତ ଭାରତୀୟଙ୍କୁ ଆଶ୍ୱସ୍ତ କରିବାରେ ଲାଗିଛି। ଶନିବାର ୭୬ ହଜାରରୁ କମ ସଂଖ୍ୟକ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ତୁଳନାରେ ଏହା ପ୍ରାୟ ୩ ହଜାରରୁ କମ। ଗୋଟିଏ ମାସ ମଧ୍ୟରେ ଏହା ସବୁଠାରୁ କମ। ତେବେ କମ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ହେଁ ଟେଷ୍ଟିଂ […]

f

Hemant Lenka
  • Published: Sunday, 04 October 2020
  • , Updated: 04 October 2020, 03:02 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ସପ୍ତାହେ ହେଲାଣି ଦୈନିକ ୮୦ ହଜାରରୁ କମ୍ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯାହା ସମସ୍ତ ଭାରତୀୟଙ୍କୁ ଆଶ୍ୱସ୍ତ କରିବାରେ ଲାଗିଛି।

ଶନିବାର ୭୬ ହଜାରରୁ କମ ସଂଖ୍ୟକ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ତୁଳନାରେ ଏହା ପ୍ରାୟ ୩ ହଜାରରୁ କମ। ଗୋଟିଏ ମାସ ମଧ୍ୟରେ ଏହା ସବୁଠାରୁ କମ। ତେବେ କମ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ହେଁ ଟେଷ୍ଟିଂ ସଂଖ୍ୟା କମ ହୋଇନାହିଁ।

ସେପ୍ଟେମ୍ବର ଆରମ୍ଭରେ ଯେଉଁ ଅନୁପାତରେ ନମୁନା ପରୀକ୍ଷା କରାଯାଉଥିଲା ଏବେ ବି ସେହି ଅନୁପାତରେ ଟେଷ୍ଟିଂ ହେଉଛି। ହେଲେ ପୂର୍ବରୁ ୯୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଥିଲେ। କିନ୍ତୁ ଏବେ ସଂଖ୍ୟା ହ୍ରାସ ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୭୫,୮୨୯ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୫,୪୯,୩୭୪ରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ ଦିନରେ ଆଉ ୯୪୦ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧,୦୧,୭୮୨କୁ ବୃଦ୍ଧି ପାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନକରେ ୮୨,୨୬୦ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହାର ଅର୍ଥ ଏଯାଏ ଦେଶରେ ୫୫,୦୯,୯୬୬ ଜଣ କରୋନାରୁ ଆରୋଗ୍ୟ ଲାଭ କଲେଣି। ଏବେ ଦେଶରେ ଆକ୍ଟିଭ କେସ ସଂଖ୍ୟା ୯୩୭୬୨୫ ରହିଛି।

ଅନ୍ୟପକ୍ଷରେ ଅକ୍ଟୋବର ୩ରେ ମୋଟ ୧୧,୪୨,୧୩୧ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ଏଯାଏ ୭,୮୯,୯୨,୫୩୪ଟି ନମୁନା ପରୀକ୍ଷା କରାଗଲାଣି।

Related story