'ଟ୍ରେଡ୍‌ ୱାର୍' ସତ୍ତ୍ୱେ ବଢ଼ୁଛି ଭାରତୀୟ ରପ୍ତାନୀ

ନୂଆଦିଲ୍ଲୀ: ୨୦୧୮ ମସିହାରେ ଆରମ୍ଭ ହୋଇଥିବା ବାଣିଜ୍ୟିକ ଯୁଦ୍ଧ ବା ‘ଟ୍ରେଡ୍‌ ୱାର୍’ ପରେ ରପ୍ତାନୀ ନେଇ ପ୍ରାୟ ଅଧିକାଂଶ ଦେଶ ଟିକେ ପଛୁଆ ରହୁଥିଲେ ମଧ୍ୟ ଭାରତ ଏହି କ୍ଷେତ୍ରରେ ଲଗାତାର ଭଲ ପ୍ରଦର୍ଶନ କରୁଛି। ଏକ ମାତ୍ର ଏସୀୟ ଦେଶ ଭାବେ ଭାରତ ତା’ର ରପ୍ତାନୀ ପରିମାଣ ବୃଦ୍ଧି କରାଇବାରେ ସଫଳ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଭାରତ ତା’ର ରପ୍ତାନୀ ପରିମାଣ ବୃଦ୍ଧି କରିଛି। ଏହି ଅବଧିରେ ଏସିଆର ଅନ୍ୟ […]

export

Subrat Kumar Nayak
  • Published: Thursday, 01 August 2019
  • , Updated: 01 August 2019, 09:24 PM IST

ନୂଆଦିଲ୍ଲୀ: ୨୦୧୮ ମସିହାରେ ଆରମ୍ଭ ହୋଇଥିବା ବାଣିଜ୍ୟିକ ଯୁଦ୍ଧ ବା 'ଟ୍ରେଡ୍‌ ୱାର୍' ପରେ ରପ୍ତାନୀ ନେଇ ପ୍ରାୟ ଅଧିକାଂଶ ଦେଶ ଟିକେ ପଛୁଆ ରହୁଥିଲେ ମଧ୍ୟ ଭାରତ ଏହି କ୍ଷେତ୍ରରେ ଲଗାତାର ଭଲ ପ୍ରଦର୍ଶନ କରୁଛି। ଏକ ମାତ୍ର ଏସୀୟ ଦେଶ ଭାବେ ଭାରତ ତା'ର ରପ୍ତାନୀ ପରିମାଣ ବୃଦ୍ଧି କରାଇବାରେ ସଫଳ ହୋଇଛି।

୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଭାରତ ତା'ର ରପ୍ତାନୀ ପରିମାଣ ବୃଦ୍ଧି କରିଛି। ଏହି ଅବଧିରେ ଏସିଆର ଅନ୍ୟ ୧୦ଟି ଦେଶ ରପ୍ତାନୀ ବୃଦ୍ଧି କରିବାରେ ବିଫଳ ହୋଇଛନ୍ତି। ଏହାର କାରଣ ସ୍ୱରୂପ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କିଛି ଦିନ ତଳେ କହିଥିଲେ, ଭାରତ ଗ୍ଲୋବାଲ ଭାଲ୍ୟୁ ଚେନ୍‌ ଅଧୀନରେ ଆସୁନାହିଁ। ତେଣୁ ଆମେରିକା-ଚାଇନା ଟ୍ରେଡ୍‌ୱାରରେ ଆମ ଉପରେ ଅନ୍ୟ ଦେଶ ଭଳି ସେମିତି କିଛି ପ୍ରଭାବ ପଡ଼ିବ ନାହିଁ।

ଚାଇନା ଦକ୍ଷିଣ କୋରିଆ ଏବଂ ଜାପାନ୍‌ରୁ ବେଶି ଉତ୍ପାଦ ଆମଦାନୀ କରୁଥିଲେ ମଧ୍ୟ ଏସବୁ ଦେଶର ରପ୍ତାନୀ କମିଛି। ଭାରତ ପାଇଁ ଚାଇନା ତୃତୀୟ ସର୍ବାଧିକ ଆମଦାନୀକାରୀ ଦେଶ। ଆମେରିକା ଏବଂ ୟୁଏଇ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତେବେ ଆମେରିକା ଏବଂ ଚାଇନା ମଧ୍ୟରେ ଟ୍ରେଡ୍‌ ୱାର କାରଣରୁ ଏହାର ଫାଇଦା ନେଇ ଭାରତ ଏହି ୨ ଦେଶକୁ ରପ୍ତାନୀ ବଢ଼ାଇପାରିଛି।

Related story