ପୁଣି ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୭୭ ହଜାର ଆକ୍ରାନ୍ତ, ୧୦୫୭ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଥମିବାର ନାଁ ଧରୁନାହିଁ। ପୁଣିଥରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଦିନକରେ ରେକର୍ଡ ୭୭ ହଜାରରୁ ଅଧିକ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ନିକଟରେ ପହଞ୍ଚି ଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରେକର୍ଡ ୭୭,୨୬୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ […]

v

Hemant Lenka
  • Published: Friday, 28 August 2020
  • , Updated: 28 August 2020, 01:27 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଥମିବାର ନାଁ ଧରୁନାହିଁ। ପୁଣିଥରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଦିନକରେ ରେକର୍ଡ ୭୭ ହଜାରରୁ ଅଧିକ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ନିକଟରେ ପହଞ୍ଚି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରେକର୍ଡ ୭୭,୨୬୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩,୮୭,୨୬୬ରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ ଦିନରେ କରୋନା ଆଉ ୧୦୫୭ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୧,୫୨୮କୁ ବୃଦ୍ଧି ପାଇଛି।

ତେବେ ଦେଶରେ ଆରୋଗ୍ୟ ହାର ବେଶ ଉତ୍ସାହଜନକ ରହିଛି। ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର ୭୬.୨୮% ଥିବା ବେଳେ ମୃତ୍ୟୁହାର ୧.୮୨% ରହଛି। ଦିନକରେ ୬୦,୧୭୭ ଜଣ ସୁସ୍ଥ ହେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୫,୮୩,୯୪୮ ହୋଇଯାଇଛି। ଏହାର ଅର୍ଥ ଦେଶରେ ଆକ୍ଟିଭ କେସ ସଂଖ୍ୟା ୭,୪୨,୦୨୩ ରହିଛି। ଅଗଷ୍ଟ ୭ରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ପାର କରିଥିବା ବେଳେ ଅଗଷ୍ଟ ୨୭ରେ ଏହା ୩୦ ଲକ୍ଷ ଡେଇଁଥିଲା।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦେଶରେ ୯,୦୧,୩୩୮ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଏଯାଏ ଦେଶରେ ମୋଟ ୩, ୯୪,୭୭,୮୪୮ଟି ନମୁନା ପରୀକ୍ଷା କରାଗଲାଣି।

Related story