ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ପ୍ରାୟ ୭୦ ହଜାର ପଜିଟିଭ, ୬୩ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ରେକର୍ଡ ପରେ ରେକର୍ଡ କରି ଚାଲିଛି। ପୁଣିଥରେ ଗୋଟିଏ ଦିନରେ ପ୍ରାୟ ୭୦ ହଜାର ଲୋକ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ପାଖରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ରେକର୍ଡ ୬୩ ହଜାରରୁ ଅଧିକ ଲୋକ କରୋନାରୁ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬୯,୮୭୮ ଜଣ […]

a

Hemant Lenka
  • Published: Saturday, 22 August 2020
  • , Updated: 22 August 2020, 02:00 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ରେକର୍ଡ ପରେ ରେକର୍ଡ କରି ଚାଲିଛି। ପୁଣିଥରେ ଗୋଟିଏ ଦିନରେ ପ୍ରାୟ ୭୦ ହଜାର ଲୋକ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ପାଖରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ରେକର୍ଡ ୬୩ ହଜାରରୁ ଅଧିକ ଲୋକ କରୋନାରୁ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬୯,୮୭୮ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯,୭୫,୭୦୧ରେ ପହଞ୍ଚି ଯାଇଛି। ଏହି ପ୍ରାଣଘାତୀ ଭାଇରସ ଗୋଟିଏ ଦିନରେ ୯୪୫ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୫,୭୯୪କୁ ବୃଦ୍ଧି ପାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇଛି। ପୁଣିଥରେ ୨୪ ଘଣ୍ଟାରେ ରେକର୍ଡ ୬୩,୬୩୧ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଏଯାଏ କରୋନା କବଳରୁ ୨୨,୨୨,୫୭୭ ଜଣ ଲୋକ ସୁସ୍ଥ ହୋଇଛନ୍ତି। ଏହାର ଅର୍ଥ ଦେଶରେ ୬,୯୭,୩୩୦ ଆକ୍ଟିଭ କେସ ରହିଛି। ଦେଶରେ ମୃତ୍ୟୁହାର ୧.୮୯% ରହିଥିବା ବେଳେ ଆରୋଗ୍ୟ ହାର ୭୪.୩୦% ରହିଛି।

ଅନ୍ୟପକ୍ଷରେ ଅଗଷ୍ଟ ୨୧ରେ ଭାରତ କରୋନା ଟେଷ୍ଟିଂରେ ରେକର୍ଡ କରିଛି। ଗତକାଲି ପ୍ରଥମଥର ପାଇଁ ୧୦ରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଆଇସିଏଆରର ତଥ୍ୟ ଅନୁଯାୟୀ, ୨୪ ଘଣ୍ଟାରେ ମୋଟ ୧୦,୨୩,୮୩୬ଟି ନମୁନା କରାଯାଇଛି। ଫଳରେ ଦେଶରେ ଏଯାଏ ୩,୪୪,୯୧,୦୭୩ଟି ନମୁନା ପରୀକ୍ଷା କରାଗଲାଣି।

Related story