ହାଫିଜ୍‌ ଗିରଫ ନାଟକ ୨୦୦୧ରୁ ଚାଲିଆସୁଛି: ଭାରତ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାଫିଜ୍‌ ସୟିଦ୍‌ ଗିରଫ ହେବାର ଗୋଟିଏ ଦିନ ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ନାଟକ ୨୦୦୧ ମସିହା ପରଠାରୁ ଚାଲିଆସିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଜମାତ୍‌-ଉଦ୍‌-ଦାୱା ମୁଖ୍ୟ ହାଫିଜ୍‌କୁ ପାକିସ୍ତାନ ପୂର୍ବରୁ ୮ଥର ଗିରଫ କରିସାରିଛି। କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ପରବର୍ତ୍ତୀ ମୁହୂର୍ତ୍ତରେ ତାକୁ ଛାଡ଼ିଦେଇଛି। ରବୀଶ ପଚାରିଛନ୍ତି, ଏଥର ହଫିଜ୍‌କୁ ଗିରଫ କରାଯିବା କ’ଣ ‘ଲୋକ ଦେଖାଣିଆ […]

Hafiz

Subrat Kumar Nayak
  • Published: Thursday, 18 July 2019
  • , Updated: 18 July 2019, 05:54 PM IST

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାଫିଜ୍‌ ସୟିଦ୍‌ ଗିରଫ ହେବାର ଗୋଟିଏ ଦିନ ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ନାଟକ ୨୦୦୧ ମସିହା ପରଠାରୁ ଚାଲିଆସିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଜମାତ୍‌-ଉଦ୍‌-ଦାୱା ମୁଖ୍ୟ ହାଫିଜ୍‌କୁ ପାକିସ୍ତାନ ପୂର୍ବରୁ ୮ଥର ଗିରଫ କରିସାରିଛି। କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ପରବର୍ତ୍ତୀ ମୁହୂର୍ତ୍ତରେ ତାକୁ ଛାଡ଼ିଦେଇଛି।

ରବୀଶ ପଚାରିଛନ୍ତି, ଏଥର ହଫିଜ୍‌କୁ ଗିରଫ କରାଯିବା କ’ଣ ‘ଲୋକ ଦେଖାଣିଆ ଗିରଫଦାରୀ’ଠାରୁ କିଛି ଅଧିକ ହେବ?" ସେ କହିଛନ୍ତି, ହାଫିଜ୍‌କୁ ଏଥର କୋର୍ଟକୁ ଅଣାଯିବା ଦରକାର। ଗିରଫ କରି ଛାଡ଼ିଦେବା, ଏମିତି ବହୁତ ଥର ଚାଲିଲାଣି। ମୋ ଜାଣିବାରେ ଏମିତି ୮ଥର ହୋଇସାରିଲାଣି। ତା’ର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନୀ କୋର୍ଟରେ ତା’ର ଶୁଣାଣି ହେବ କି ? ତାକୁ ଦଣ୍ଡ ମିଳିବ କି?"

ସେ ଆହୁରି ମଧ୍ୟ କହିଛନ୍ତି, "ପାକିସ୍ତାନ ହାଫିଜ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ। ହାଫିଜ୍‌ କୁଖ୍ୟାତ ଆତଙ୍କବାଦୀ ଏବଂ ଜାତିସଂଘ ୧୨୬୭ କଟକଣା କମିଟି ଦ୍ୱାରା ମଧ୍ୟ ତାଲିକାଭୁକ୍ତ। ହଫିଜ୍‌ ଏବଂ ଲସ୍କର-ଇ-ତାଇବା ଓ ଜମାତ୍‌-ଉଦ୍‌-ଦାୱା ହଜାର ହଜାର ଆତଙ୍କବାଦୀଙ୍କୁ ତାଲିମ ଦେଇଛନ୍ତି। ଏପରି ଗିରଫଦାରୀ ପରେ ମଧ୍ୟ ଏହି ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆର୍ଥିକ ସହାୟତା କେମିତି ମିଳୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

Related story