ଦିନକରେ ୫୫ ହଜାରରୁ ଅଧିକ ପଜିଟିଭ, ମୃତ୍ୟୁସଂଖ୍ୟାରେ ଇଟାଲୀକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି। ଗୁରୁବାର କରୋନା ପ୍ରଥମଥର ପାଇଁ ୫୨ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ଶୁକ୍ରବାର ସର୍ବକାଳୀନ ରେକର୍ଡ କରିଛି। ପ୍ରଥମଥର ପାଇଁ ଦେଶରେ କରୋନା ଭାଇରସ ଗୋଟିଏ ଦିନରେ ୫୫ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ଏହାପରେ ଦେଶରେ ମୋଟ ସଂକ୍ରମିଙ୍କ ସଂଖ୍ୟା ୧୬ ଲକ୍ଷ ପାର କରିଯାଇଛି। ସେହିପରି ଦେଶରେ ମୃତ୍ୟୁସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି। ସ୍ଥିତି ଏପରି […]

q

Hemant Lenka
  • Published: Friday, 31 July 2020
  • , Updated: 31 July 2020, 01:53 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି। ଗୁରୁବାର କରୋନା ପ୍ରଥମଥର ପାଇଁ ୫୨ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ଶୁକ୍ରବାର ସର୍ବକାଳୀନ ରେକର୍ଡ କରିଛି। ପ୍ରଥମଥର ପାଇଁ ଦେଶରେ କରୋନା ଭାଇରସ ଗୋଟିଏ ଦିନରେ ୫୫ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି।

ଏହାପରେ ଦେଶରେ ମୋଟ ସଂକ୍ରମିଙ୍କ ସଂଖ୍ୟା ୧୬ ଲକ୍ଷ ପାର କରିଯାଇଛି। ସେହିପରି ଦେଶରେ ମୃତ୍ୟୁସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି। ସ୍ଥିତି ଏପରି ହେଇଛି ଯେ ଏବେ କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଇଟାଲୀକୁ ମଧ୍ୟ ଭାରତ ପଛରେ ପକାଇ ଦେଇଛି। ବର୍ତ୍ତମାନ ଭାରତ କରୋନା ଜନିତ ମୃତ୍ୟୁ ତାଲିକାର ୫ମ ସ୍ଥାନରେ ପହଞ୍ଚି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୫୫,୦୭୮ ଜଣ କେରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬,୩୮,୮୭୦କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୭୭୯ ଜଣ ମୁଣ୍ଡ ନେଇଛି କରୋନା।

ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୫,୭୪୭ରେ ପହଞ୍ଚି ଯାଇଛି। କରୋନା ଭାରତରେ ପ୍ରବେଶ କରିବାର ୧୮୩ ଦିନ ପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ପାର କରିଛି।

୨୪ ଘଣ୍ଟାରେ ରେକର୍ଡ ୩୭,୨୨୩ ଜଣ ଆରୋଗ୍ୟ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୫୭,୮୦୫ ଓ ଆକ୍ଟିଭ କେସ ସଂଖ୍ୟା ୫,୪୫,୩୧୮ ରହିଛି। ଏହା ଅର୍ଥ ଦେଶରେ ଆରୋଗ୍ୟ ହାର ୬୪.୫୪%କୁ ବୃଦ୍ଧି ପାଇଛି। ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତି ୨୧ ଦିନରେ ଦୁଇ ଗୁଣିତ ହେଉଛି। ଦେଶରେ ଗତ ୨୪ ଘଣ୍ଟାରେ ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ରେକର୍ଡ ୧୧ ହଜାରରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

Related story