ହିନ୍ଦୁ ଝିଅ ଅପହରଣ ମାମଲା: ପାକ୍‌କୁ ଭାରତର ସମନ

ନୂଆଦିଲ୍ଲୀ: ପାକିସ୍ତାନରେ ଜଣେ ହିନ୍ଦୁ ଯୁବତୀଙ୍କୁ ବାହାଘର ଅଧାରରୁ ଅପହଣ କରାଯାଇଥିବା ଅଭିଯୋଗକୁ ଭାରତ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଏହି ଘଟଣା ଉପରେ ପ୍ରତିବାଦ ଜଣାଇବା ପାଇଁ ଆଜି ଭାରତ ସରକାର ପାକିସ୍ତାନ ହାଇ କମିଶନର ଜଣେ ବରିଷ୍ଠ ଅଧିକାରୀଙ୍କୁ ସମନ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୁଇ ଦିନ ତଳେ ପାକର ସିନ୍ଧ ପ୍ରଦେଶର ହାଲା ଠାରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା। ଅପହରଣ ଶିକାର ହୋଇଥିବା ଯୁବତୀ ଜଣଙ୍କ କହିଛନ୍ତି […]

ef

Hemant Lenka
  • Published: Tuesday, 28 January 2020
  • , Updated: 28 January 2020, 05:38 PM IST

ନୂଆଦିଲ୍ଲୀ: ପାକିସ୍ତାନରେ ଜଣେ ହିନ୍ଦୁ ଯୁବତୀଙ୍କୁ ବାହାଘର ଅଧାରରୁ ଅପହଣ କରାଯାଇଥିବା ଅଭିଯୋଗକୁ ଭାରତ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଏହି ଘଟଣା ଉପରେ ପ୍ରତିବାଦ ଜଣାଇବା ପାଇଁ ଆଜି ଭାରତ ସରକାର ପାକିସ୍ତାନ ହାଇ କମିଶନର ଜଣେ ବରିଷ୍ଠ ଅଧିକାରୀଙ୍କୁ ସମନ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଦୁଇ ଦିନ ତଳେ ପାକର ସିନ୍ଧ ପ୍ରଦେଶର ହାଲା ଠାରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା। ଅପହରଣ ଶିକାର ହୋଇଥିବା ଯୁବତୀ ଜଣଙ୍କ କହିଛନ୍ତି ଯେ ଶନିବାର ସ୍ଥାନୀୟ ପୁଲିସ ସହାୟତାରେ କିଛି ଲୋକ ତାଙ୍କୁ ଅପହରଣ କରି ନେଇଥିଲେ। ତାଙ୍କ ବାହାଘର ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିଲା। ତେବେ ଏହା ବିରୋଧରେ ସେ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଭାରତ ସରକାର ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ପାକିସ୍ତାନ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏଥିସହ ପୀଡ଼ତାଙ୍କୁ ପାକ ସରକାର ନ୍ୟାୟ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଦେଶର ସଂଖ୍ୟାଲଘୁମାନେ କେମିତି ସୁରକ୍ଷିତ ରହିପାରିବେ, ତା’ର ବ୍ୟବସ୍ଥା କରିବାକୁ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି।

Related story