ଚୀନ୍‌ କୁକୁଡା ହେଲେ ପାକିସ୍ତାନ ଚିଆଁ: ଆରମ୍ଭ ହେଲା ଫଟୋସପ୍‌ ଯୁଦ୍ଧ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି। ଏସବୁ ଭିତରେ ସୋସିଆଲ ମିଡିଆରେ ୱାର ଆରମ୍ଭ ହୋଇଯାଇଛି। ପ୍ରତିଦିନ ଗଣମାଧ୍ୟମ ଓ ସୋସିଆଲ ସାଇଟରେ ଉଭୟ ଦେଶ ପରସ୍ପର ଉପରେ ଦୋଷ ଲଦି ଚାଲିଛନ୍ତି। କିନ୍ତୁ ଏବେ ଇଣ୍ଡିଆ ଟୁଡେ ମାଗାଜିନ୍‌ର କଭର ପେଜକୁ ନେଇ ଚର୍ଚ୍ଚା ହେଉଛି। ଜୁଲାଇ ୩୧ ସଂସ୍କରଣ ପାଇଁ ଇଣ୍ଡିଆ ଟୁଡେ ମାଗାଜିନ୍‌ର କଭର ଫଟୋ ଏବେ ଚୀନ୍‌ର ସୋସିଆଲ ସାଇଟରେ ଭାଇରାଲ ହୋଇଛି। ଏହି […]

india today

Rakesh Mallick
  • Published: Friday, 28 July 2017
  • , Updated: 28 July 2017, 10:23 PM IST

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି। ଏସବୁ ଭିତରେ ସୋସିଆଲ ମିଡିଆରେ ୱାର ଆରମ୍ଭ ହୋଇଯାଇଛି। ପ୍ରତିଦିନ ଗଣମାଧ୍ୟମ ଓ ସୋସିଆଲ ସାଇଟରେ ଉଭୟ ଦେଶ ପରସ୍ପର ଉପରେ ଦୋଷ ଲଦି ଚାଲିଛନ୍ତି। କିନ୍ତୁ ଏବେ ଇଣ୍ଡିଆ ଟୁଡେ ମାଗାଜିନ୍‌ର କଭର ପେଜକୁ ନେଇ ଚର୍ଚ୍ଚା ହେଉଛି।

ଜୁଲାଇ ୩୧ ସଂସ୍କରଣ ପାଇଁ ଇଣ୍ଡିଆ ଟୁଡେ ମାଗାଜିନ୍‌ର କଭର ଫଟୋ ଏବେ ଚୀନ୍‌ର ସୋସିଆଲ ସାଇଟରେ ଭାଇରାଲ ହୋଇଛି। ଏହି ଫଟୋକୁ ଦେଖିବା ପରେ ଚୀନ୍‌ରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। କାରଣ କଭର ପେଜ୍‌ର ଫଟୋରେ ଚୀନ୍‌ର ମାନଚିତ୍ରକୁ ଲାଲ୍‌ ରଙ୍ଗର କୁକୁଡା ଭଳି ଚିତ୍ରଣ କରାଯାଇଛି। ତାହା ସହିତ ଚୀନ୍‌ ମାନଚିତ୍ର ତଳକୁ ପାକିସ୍ତାନ ମାନଚିତ୍ରକୁ ସବୁଜ ରଙ୍ଗର କୁକୁଡା ଚିଆଁ ଭଳି ଚିତ୍ରଣ କରାଯାଇଛି। ତା ସହିତ ‘ଚୀନ୍‌ର ନୂଆ କୁକୁଡା ଚିଆଁ’ ବୋଲି ପାକିସ୍ତାନକୁ ଇଙ୍ଗିତ କରି ଲେଖାଯାଇଛି। ଚୀନ୍‌ ପାକିସ୍ତାନରେ ବିଭିନ୍ନ ପ୍ରୋଜେକ୍ଟରେ ନିବେଶ କରିବା ସହ ପାକିସ୍ତାନ ଉପରେ ଆଧିପତ୍ୟ ଜାହିର କରୁଛି, ଯାହା ଭାରତ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ବୋଲି ଏହି କଭର ପେଜରେ ଲେଖାଅଛି।

କଭର ପେଜ୍‌କୁ ଦେଖିବା ପରେ ଚୀନ୍‌ ଲୋକ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରୁଛନ୍ତି। କାରଣ କଭର ପେଜରେ ଥିବା ଚୀନ୍‌ ମାନଚିତ୍ରରୁ ତିବ୍ଦତ୍‌ ଓ ତାଇୱାନଙ୍କୁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯାଇଛି। ଏହି ଘଟଣା ପରେ ଚୀନ୍‌ ମିଡିଆରେ ଭାରତ ଓ ଇଣ୍ଡିଆ ଟୁଡେ ମାଗାଜିନ୍‌କୁ ନେଇ ଜୋରଦାର ଆଲୋଚନା ହେଉଛି। ଚୀନ୍ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ବନ୍ଧୁତାକୁ ନେଇ ଇଣ୍ଡିଆ ଟୁଡେ ମାଗାଜିନ୍‌ର କଭର ପେଜକୁ ‘କଭର ଅଫ୍‌ ଦ ଡେ’ ଭାବେ ଚୟନ କରିଛି ନ୍ୟୁୟର୍କର ସୋସାଇଟି ଅଫ ପବ୍ଲିକେଶନ ଡିଜାଇନର୍ସ ।

Related story