'ଇଣ୍ଡିଆ ଟୁଡେ' ଚ୍ୟାନେଲ ବି ଟିଆରପି ସ୍କାମରେ, ସନ୍ଦେହ ଘେରରେ ପରମବୀର ସିଂହ

ମୁମ୍ୱାଇ: ଟିଆରପି ସ୍କାମରେ କେବଳ ‘ରିପ୍ଲବିକ ଟିଭି’ ନୁହଁ  ‘ଇଣ୍ଡିଆ ଟୁଡେ’ ମଧ୍ୟ ରହିଛି। ଗୋଟିଏ ଏଫଆଇଆର ବାର୍କ (ଟିଆରପି ମାପୁଥିବା ସଂସ୍ଥା) ଓ ଆଉ ଗୋଟିଏ ବାର୍କ ଅଭିଯୋଗର ତଦନ୍ତ କରି ପୁଲିସ ଦାଖଲ କରିଛି। ଉଭୟ ଏଫଆଇଆର ‘ଓଡ଼ିଶା ରିପୋର୍ଟର’ ପାଖରେ ହସ୍ତଗତ ହୋଇଛି। ଅକ୍ଟୋବର ୬ ତାରିଖରେ ଇଣ୍ଡିଆ ଟୁଡେ ନାଁରେ ବାର୍କ ଏଫଆଇଆର ଦାଖଲ ହୋଇଥିଲା। ଟିଆରପି ମାପୁଥିବା ବାର୍କ ସଂସ୍ଥା ଯେଉଁ ଏଫଆଇଆର ଦାଖଲ କରିଛି ସେଥିରେ ଇଣ୍ଡିଆ ଟୁଡ଼େ […]

india today (2)

india today (2)

Subhransu Sekhar
  • Published: Friday, 09 October 2020
  • Updated: 09 October 2020, 11:36 AM IST

ମୁମ୍ୱାଇ: ଟିଆରପି ସ୍କାମରେ କେବଳ ‘ରିପ୍ଲବିକ ଟିଭି’ ନୁହଁ  ‘ଇଣ୍ଡିଆ ଟୁଡେ’ ମଧ୍ୟ ରହିଛି। ଗୋଟିଏ ଏଫଆଇଆର ବାର୍କ (ଟିଆରପି ମାପୁଥିବା ସଂସ୍ଥା) ଓ ଆଉ ଗୋଟିଏ ବାର୍କ ଅଭିଯୋଗର ତଦନ୍ତ କରି ପୁଲିସ ଦାଖଲ କରିଛି। ଉଭୟ ଏଫଆଇଆର 'ଓଡ଼ିଶା ରିପୋର୍ଟର' ପାଖରେ ହସ୍ତଗତ ହୋଇଛି। ଅକ୍ଟୋବର ୬ ତାରିଖରେ ଇଣ୍ଡିଆ ଟୁଡେ ନାଁରେ ବାର୍କ ଏଫଆଇଆର ଦାଖଲ ହୋଇଥିଲା।

ଟିଆରପି ମାପୁଥିବା ବାର୍କ ସଂସ୍ଥା ଯେଉଁ ଏଫଆଇଆର ଦାଖଲ କରିଛି ସେଥିରେ ଇଣ୍ଡିଆ ଟୁଡ଼େ ନାଁରେ ରହିଛି। ହେଲେ ମୁମ୍ୱାଇ ପୁଲିସ ତଦନ୍ତ କରି ରିପବ୍ଲିକ ନେଟଓ୍ୱର୍କକୁ ସମନ କରିଛି। ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂହ ପ୍ରେସ୍ କନଫରେନସ କରିବା ବେଳେ କେବଳ ରିପବ୍ଲିକ ଟିଭି ନାଁ ନେଇଛନ୍ତି ନିଜ ତଦନ୍ତ ଆଧାରରେ। ବାର୍କର ଡାଟା ଦାୟିତ୍ୱରେ ଥିବା ହାଂସ କମ୍ପାନୀର ଜଣେ ପୂର୍ବତନ କର୍ମଚାରୀଙ୍କ ବୟାନ ଆଧାରରେ ମୁମ୍ୱାଇ ପୁଲିସ ରିପବ୍ଲିକ ନାଁରେ ଟାମ୍ପରିଂ ଅଭିଯୋଗ ଆଣିଛି। ହେଲେ କମ୍ପାନୀର ଏବେର କର୍ମଚାରୀଙ୍କ ବୟାନ ରେକର୍ଡ କରିନି ପୁଲିସ। ଯାହାକୁ ନେଇ ରିପବ୍ଲିକ ଟିଭି ପ୍ରଶ୍ନ ଉଠାଇଛି।

ଅକ୍ଟୋବର ୬ ତାରିଖରେ ବାର୍କ ଦାୟର କରିଥିବା ଏଫଆଇଆରରେ ଇଣ୍ଡିଆ ଟୁଡେ ଚ୍ୟାନେଲର ନାମ ତିନି ଥର ଉଲ୍ଲେଖ ରହିଛି। ହେଲେ ରିପବ୍ଲିକ ଟିଭି ନାଁ ଉଲ୍ଲେଖ ନାହିଁ। ଏ ବାବଦରେ ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂହ ନିରବ ରହିବା ଏକତରଫା ନୀତିକୁ ଦର୍ଶାଇଛି।

[caption id="attachment_579530" align="aligncenter" width="650"] ଅକ୍ଟୋବର ଛଅ ତାରିଖର ଏଫଆଇଆର, ଇଣ୍ଡିଆ ଟୁଡେ ନାଁରେ[/caption]

ତେବେ ଇଣ୍ଡିଆ ଟୁଡେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛି। ତାଙ୍କ ଚ୍ୟାନେଲ ନାଁରେ ଆସିଥିବା ଅଭିଯୋଗ ମିଛ। ସେଭଳି କିଛି ଏଫଆଇଆର ଦାଖଲ ହୋଇନି ବୋଲି ମୁମ୍ୱାଇ ପୁଲିସ କହିଥିବା ଇଣ୍ଡିଆ ଟୁଡେ କହିଛି।

ରିପବ୍ଲିକ ଟିଭିର ସମ୍ପାଦକ ଏବଂ ସହ ପ୍ରତିଷ୍ଠାତା ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି, ରିପବ୍ଲିକ ଟିଭି ସ୍ୱଚ୍ଛତା ରକ୍ଷା କରେ। ସମସ୍ତ ତଦନ୍ତ ହେଉ। ହେଲେ ପରମବୀର ସିଂହ କାହିଁକି ଇଣ୍ଡିଆ ଟୁଡେ ନାଁ ନେଲେନି ପ୍ରେସ କନଫରେନସ ବେଳେ ? ସୁଶାନ୍ତ ମୃତ୍ୟୁ ମାମଲା, କଙ୍ଗନାଙ୍କ ଅଫିସ ଭାଙ୍ଗିବା ବାବଦରେ ଥରୁଟିଏ ପ୍ରେସ କନଫରେସ କରିନଥିବା ପରମବୀର ହଠାତ୍ ଏମିତି କେମିତି ପ୍ରେସ କନଫରେନସ କଲେ? ଇଣ୍ଡିଆ ଟୁଡେକୁ ମୁଁ ଚୋର ବୋଲି କହୁନାହିଁ। ସେ ବି ଗୋଟିଏ ଚ୍ୟାନେଲ। ସେଠାରେ ଅନେକ କର୍ମଚାରୀ କାମ କରୁଛନ୍ତି। ପରମବୀର ସିଂହଙ୍କ ପାରିବା ପଣିଆକୁ ନେଇ ମୁଁ ଓ ରିପବ୍ଲିକ ନେଟଓ୍ୱର୍କ ପ୍ରଶ୍ନ ଉଠାଉଛୁ। ଏହି ରାଗରେ ଜଣେ ଆଇପିଏସ ଅଫିସର ନିଜ କ୍ଷମତାର ଅପବ୍ୟବହାର କରୁଛନ୍ତି। ସେ ଇଣ୍ଡିଆ ଟୁଡେ ପାଇଁ ମଧ୍ୟ ପ୍ରେସ କନଫରେନସ କରିବା ଦରକାର। ନହେଲେ ନିଜ ପଦବୀରୁ ଇସ୍ତଫା ଦେବା ଦରକାର।

[caption id="attachment_579532" align="aligncenter" width="650"] ରିପବ୍ଲିକ ଟିଊି ନାଁରେ ଏଫଆଇଆର[/caption]

ସୂଚନାଯୋଗ୍ୟ, ଗତକାଲି ମୁମ୍ୱାଇ ପୁଲିସ କମିଶନର ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଟିଆରପି ସ୍କାମ ଅଭିଯୋଗରେ ମୁମ୍ବାଇ ପୁଲିସ୍‌ ଦୁଇ ଚ୍ୟାନେଲର ମାଲିକଙ୍କୁ ଗିରଫ କରିଥିବା ବେଳେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେରା ପାଇଁ ନୋଟିସ୍ କରିଛି। ମୁମ୍ବାଇ ପୁଲିସ୍‌ କମିଶନର ପରମବୀର ସିଂହ ଏହା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story